Odisha Vision 2047 ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଆର୍ଥନୈତିକ ଅଞ୍ଚଳ କାର୍ଯ୍ୟାନ୍ବୟନ ସମୀକ୍ଷା

1 hour ago 1
ARTICLE AD BOX

 ଭୁବନେଶ୍ୱର:  ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଅର୍ଥନୈତିକ ଅଞ୍ଚଳ ( ବିକେପିପିଇଆର) ପ୍ରକଳ୍ପ ସଂପର୍କିତ  ଏକ ଗୁରୁତ୍ୱପୂର୍ଣ୍ଣ ଆନ୍ତଃ-ବିଭାଗୀୟ ସମନ୍ୱୟ ବୈଠକ ଖାରବେଳ ଭବନସ୍ଥିତ ସମ୍ମିଳନୀ କକ୍ଷରେ ଶନିବାର ଅନୁଷ୍ଠିତ ହୋଇଯାଇଛି ।

ଏହି ବୈଠକରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତା କରିଥିଲେ। ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଂଜନ କୁମାର ସିଂ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ  ଊଷା ପାଢ଼ୀ ଙ୍କ ସମେତ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ , ପ୍ରମୁଖ ଶାସନ ସଚିବ, କମିଶନର ତଥା ଶାସନ ସଚିବ  ଏବଂ ସଂପୃକ୍ତ ସମସ୍ତ ବିଭାଗର ସଚିବ ଓ ବିଭାଗୀୟ ବରିଷ୍ଠ ପଦାଧିକାରୀମାନେ  ଉପସ୍ଥିତ ଥିଲେ। 

BKPPER ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ସିଟି ଇକୋନୋମିକ୍ ରିଜିଅନକୁ ମିଳିଲା ମଞ୍ଜୁରି

ମୁଖ୍ୟ ଶାସନ ସଚିବ ନିଜ ବକ୍ତବ୍ୟରେ, ବିକେପିପିଇଆର୍ ପ୍ରକଳ୍ପର ଗୁରୁତ୍ୱ ଦର୍ଶାଇ ଓଡ଼ିଶାର ଆର୍ଥିକ ଅଭିବୃଦ୍ଧିର ଏହା ଏକ ପ୍ରମୁଖ ‘ଗ୍ରୋଥ୍ ଇଞ୍ଜିନ୍’ ଭାବେ ଭିଜନ୍ ୨୦୩୬ ଓ ୨୦୪୭ର ଲକ୍ଷ୍ୟ ପୂରଣରେ  ଗୁରୁତ୍ୱପୂର୍ଣ୍ଣ ଯୋଗଦାନ କରିବ ବୋଲି ପ୍ରକାଶ କରିଥିଲେ । ଏକ ସମନ୍ୱିତ ଆଞ୍ଚଳିକ ବିକାଶ ଦୃଷ୍ଟିକୋଣରେ ଅଞ୍ଚଳର ଭିତ୍ତିଭୂମି, ନିବେଶ, ନିଯୁକ୍ତି ଓ ଆର୍ଥିକ ଅଭିବୃଦ୍ଧି ଘଟିବ ବୋଲି ଦୃଢ ଆଶା ବ୍ୟକ୍ତ କରି ସେ ଏହାର କାର୍ଯ୍ୟାନ୍ୱୟନରେ ସମସ୍ତ ବିଭାଗର ସମନ୍ୱିତ ଓ ସମ୍ମିଳିତ ପ୍ରୟାସ ଉପରେ ଗୁରୁତ୍ୱାରୋପ କରିଥିଲେ ।   

Rameswaram-Paradip coastal: ରାମେଶ୍ବର-ପାରାଦୀପ ଉପକୂଳ ରାଜପଥ ପ୍ରକଳ୍ପ ପାଇଁ ୧୭ ବିଡ୍‌: ଯାତ୍ରା ସମୟ ଅଢ଼େଇ ଘଣ୍ଟା କମିଯିବ

ବୈଠକରେ ବିକେପିପିଇଆର  ଅଧୀନରେ ଚିହ୍ନଟ ପ୍ରକଳ୍ପଗୁଡ଼ିକର ଅଗ୍ରଗତି, ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ, ପି-ଏମ୍ ଗତି ଶକ୍ତି  ପୋର୍ଟାଲରେ ପ୍ରକଳ୍ପ ମ୍ୟାପିଂ ଏବଂ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ବିସ୍ତୃତ  ଆଲୋଚନା କରାଯାଇଥିଲା । 

ସୂଚନାଯୋଗ୍ୟ, ଖୋର୍ଦ୍ଧା, କଟକ, ପୁରୀ ଓ ଜଗତସିଂହପୁର-ଏହି ୪ଟି ଜିଲ୍ଲା ଏବଂ ଏହା ଅନ୍ତର୍ଭୁକ୍ତ  ୧୯ଟି ସହରାଂଚଳକୁ  ନେଇ ଗଠିତ ଏହି ଅର୍ଥନୈତିକ ଅଞ୍ଚଳକୁ ଏକ ସମାବେଶୀ, ବାସଯୋଗ୍ୟ ଓ ସ୍ଥାୟୀ ଅର୍ଥନୈତିକ ଅଞ୍ଚଳ ଭାବେ ଗଢ଼ି ତୋଳିବାର ଲକ୍ଷ୍ୟ ରହିଛି । ଏହି ପ୍ରକଳ୍ପ ଯୋଗେ ୪୦ ଲକ୍ଷରୁ ଅଧିକ ଅଣ-କୃଷି ନିଯୁକ୍ତି ଏବଂ ୪୦୦ ବିଲିୟନ୍ ଡଲାରରୁ ଅଧିକ କର୍ପୋରେଟ୍ ନିବେଶର ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ଏସିଆନ୍ ଡେଭେଲପମେଣ୍ଟ ବ୍ୟାଙ୍କ ଅର୍ଥ ଯୋଗାଣ ସହଯୋଗୀ ଭାବେ ପ୍ରସ୍ତାବରେ ରହିଛି ।     

Read Entire Article
LEFT SIDEBAR AD

Hidden in mobile, Best for skyscrapers.