ARTICLE AD BOX
ସୁରଟ : ଦୀପାବଳି ଉପଲକ୍ଷେ ସୁରଟର ଜଣେ କପଡ଼ା ବ୍ୟବସାୟୀ ତାଙ୍କ ପ୍ରତିଷ୍ଠାନର କର୍ମଚାରୀମାନଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ବୋନସ୍ ପ୍ରଦାନ କରିଛନ୍ତି । ବ୍ୟବସାୟୀ ରାମସ୍ବରୂପ ମୁଣ୍ଡେ ୨୦ ଜଣ କର୍ମଚାରୀଙ୍କୁ ଏହା ଦେଇଛନ୍ତି । ବୋନସ୍ ଗ୍ରହଣ କରିବା ପରେ କର୍ମଚାରୀମାନେ ଖୁସିରେ ବିଭୋର ହୋଇଯାଇଛନ୍ତି । ଏପରିକି ଜଣେ ମହିଳା କର୍ମଚାରୀ ଖୁସିରେ କାନ୍ଦି ପକାଇଛନ୍ତି ।
No confidence vote: ଖମନମୁଣ୍ଡା ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ଭୋଟ୍, ଫଳାଫଳ ସ୍ଥଗିତ
କର୍ମଚାରୀଙ୍କୁ ବୋନସ୍ ଭାବେ ପ୍ରଦାନ କରାଯାଇଥିବା ନୋଟ୍ଗୁଡ଼ିକ ସଂପୂର୍ଣ୍ଣ ନୂଆ ଥିଲା । ଦୀପାବଳି ବୋନସ ବଣ୍ଟନ ସମୟରେ କର୍ମଚାରୀମାନଙ୍କ ପରିବାର ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ । କର୍ମଚାରୀମାନେ ବର୍ଷସାରା କରିଥିବା କଠିନ ପରିଶ୍ରମ ତାଙ୍କୁ ସଫଳତା ଦେଇଛି । ବୋନସ୍ ପ୍ରଦାନ ମାଧ୍ୟମରେ ଏହାକୁ ସ୍ବୀକୃତି ଦିଆଯାଇଛି ବୋଲି ଶ୍ରୀ ରାମସ୍ବରୂପ କହିଛନ୍ତି । ସାମାଜିକ ଗଣମାଧ୍ୟମରେ ବ୍ୟବସାୟୀଙ୍କ ଉକ୍ତ ବୋନସ୍ ବଣ୍ଟନ ବହୁଳ ଭାବେ ପ୍ରସାରିତ ହୋଇଛି ।

37 minutes ago
1


