ARTICLE AD BOX
ରାତି ପାହିଲେ ଦୀପାବଳି। ଆଲୋକର ଏହି ପର୍ବ ପାଳନ ପାଇଁ ଗାଁରୁ ସହର ଯାଏଁ ପ୍ରସ୍ତୁତି ଜୋରଦାର ଚାଲିଛି। ଘରଗୁଡ଼ିକରେ ବିଦ୍ୟୁତ ଲାଇଟ୍ ଜଳିବା ଆରମ୍ଭ ହୋଇଯାଇଛି। ଲୋକମାନେ ବାଣ କିଣିବାରେ ବ୍ୟସ୍ତ ଅଛନ୍ତି।
/sambad/media/media_files/2026/11/07/new-project-4-2026-11-07-22-23-10.jpg)
ରାୟଗଡ଼ା (ଶିବ ପ୍ରସାଦ ଦୋରା): ରାତି ପାହିଲେ ଦୀପାବଳି। ଆଲୋକର ଏହି ପର୍ବ ପାଳନ ପାଇଁ ଗାଁରୁ ସହର ଯାଏଁ ପ୍ରସ୍ତୁତି ଜୋରଦାର ଚାଲିଛି। ଘରଗୁଡ଼ିକରେ ବିଦ୍ୟୁତ ଲାଇଟ୍ ଜଳିବା ଆରମ୍ଭ ହୋଇଯାଇଛି। ଲୋକମାନେ ବାଣ କିଣିବାରେ ବ୍ୟସ୍ତ ଅଛନ୍ତି। ତେବେ ବାଣ କିଣିବାକୁ ଯାଇ ଫେରୁଥିବା ସମୟରେ ଜଣେ ଯୁବକ ମୃତ୍ୟୁର ଶିକାର ହୋଇଛନ୍ତି। ରାୟଗଡ଼ା ଜିଲ୍ଲା ଗୁଣପୁର ସହରର ଆଜି ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣକ ହେଲା କିରନ ପାଲI
କିରନ ଆଜି ସାଙ୍ଗମାନଙ୍କ ସହ ଗଜପତି ଜିଲ୍ଲାକୁ ବାଣ ଆଣିବାକୁ ଯାଇଥିଲେI କାଶୀନଗର ନିକଟସ୍ଥ ହରିପୁର ନିକଟରେ ବାଇକରେ ଫେରୁଥିବା ସମୟରେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲେ I ଘଟଣା ସ୍ଥଳରେ ଗୁରୁତର ଅବସ୍ଥାରେ ତାଙ୍କୁ ଗଜପତି ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଥିଲା I ଚିକିତ୍ସାଧୀନ ଅବସ୍ଥାରେ କିରନ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି I ଗଜପତି ଜିଲ୍ଲା ପୁଲିସ ଘଟଣାର ତଦନ୍ତ କରୁଛି I
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

56 minutes ago
1

