ARTICLE AD BOX
/sambad/media/media_files/2026/10/07/mohan-majhi1-2026-10-07-17-05-41.jpg)
1/4
ଖୋର୍ଦ୍ଧାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ମୋଦୀଙ୍କ ଜନସେବା ଓ ରାଷ୍ଟ୍ରନିର୍ମାଣ ପ୍ରତି ସମର୍ପିତ ୨୫ ବର୍ଷର ଗୌରବମୟ ଯାତ୍ରାକୁ ସ୍ମରଣ କରିଛି। ନିଷ୍ଠା, ତ୍ୟାଗ ଓ ଦୃଢ଼ ସଂକଳ୍ପ ବଳରେ ମୋଦୀ ଆଜି ଦେଶକୁ ବିକାଶର ନୂଆ ଶିଖରରେ ପହଞ୍ଚାଇଛନ୍ତି । ତାଙ୍କର ‘ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସ’ ମନ୍ତ୍ର ଆଜି ସମାବେଶୀ ପ୍ରଗତିର ମୂଳଦୁଆ ପାଲଟିଛି।
/sambad/media/media_files/2026/10/07/bihar-2026-10-07-17-06-12.jpg)
2/4
ସମ୍ରାଟ ଚୌଧୁରୀଙ୍କ କାର୍ଯ୍ୟକ୍ରମରେ ମହିଳା
ସେହିପରି ବିହାରର ରାଜଧାନୀ ପାଟନାସ୍ଥିତ ମିଲର ହାଇସ୍କୁଲ ପଡ଼ିଆରେ ଆୟୋଜିତ ‘ସେବା ସଂକଳ୍ପ ଯାତ୍ରା’ ଅଧିନରେ ‘ସେବା ଜ୍ୟୋତି ଯାତ୍ରା’ ଏବଂ ବିକଶିତ ଭାରତ ସଂକଳ୍ପ ସଭା’କୁ ସମ୍ବୋଧତ କରିଛନ୍ତି ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ।
/sambad/media/media_files/2026/10/07/yogi-2026-10-07-17-07-39.jpg)
3/4
ସକରାତ୍ମକ ପରିବର୍ତ୍ତନର ସଂକଳ୍ପ
ସେବା ସଂକଳ୍ପ ଯାତ୍ରା ଅବସରରେ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସାମିଲ ହୋଇଛନ୍ତି। ସେ କହିଛନ୍ତି, ମୋଦୀଙ୍କ ସର୍ବସାଧାରଣ ଜୀବନ ଗାଁରୁ ଗ୍ଲୋବାଲ ପର୍ଯ୍ୟନ୍ତ ସଂପ୍ରସାରିତ ହୋଇଛି। ପ୍ରତ୍ୟେକ ନାଗରିକର ଜୀବନରେ ସକରାତ୍ମକ ପରିବର୍ତ୍ତନର ସଂକଳ୍ପ ରହିଛି। ତାଙ୍କର ନେତୃତ୍ବରେ ଯୁବ ଶକ୍ତି, ନାରୀ ସୁରକ୍ଷା, ଚାଷୀ କଲ୍ୟାଣ ଏବଂ ରୋଜଗାର ଅବସରକୁ ନୂଆ ଗତି ମିଳିଛି।
/sambad/media/media_files/2026/10/07/mohan-yadav-2026-10-07-17-08-08.jpg)
4/4
‘କର୍ମ ହିଁ ଧର୍ମ’ ଭାବନା
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ମଧ୍ୟ ବୁଧବାର ଦିନ ମୋଦୀଙ୍କ ରାଷ୍ଟ୍ରସେବାର ୨୫ ବର୍ଷ ପୂର୍ତ୍ତି ଅବସରରେ ଉଜ୍ଜୟିନୀରେ ଆୟୋଜିତ ‘ବିକଶିତ ଭାରତ ସଂକଳ୍ପ ସଭା- ସେବା ଜ୍ୟୋତି ଯାତ୍ରା’ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ‘କର୍ମ ହିଁ ଧର୍ମ’ ଭାବନା ମୋତେ ପ୍ରତ୍ୟେକ ଦିନ, ପ୍ରତ୍ୟେକ ମୁହୂର୍ତ୍ତ ରାଷ୍ଟ୍ରସେବାରେ ମନ ଲଗାଇବାକୁ ପ୍ରେରଣା ଦେଇଥାଏ ବୋଲି କହିଛନ୍ତି।

52 minutes ago
1

