ARTICLE AD BOX
ରସଗୋଲା ଦିବସରେ ଛୋଟପିଲାଙ୍କୁ ରସଗୋଲା ଖୁଆଇଲେ ସୌମ୍ୟରଞ୍ଜନ ପଟ୍ଟନାୟକ
ସମ୍ବାଦ, କନକ ନ୍ୟୁଜ, ରେଡ଼ିଓ ଚକଲେଟ ପକ୍ଷରୁ ବଡ଼ଦାଣ୍ଡସ୍ଥିତ ପୁରୀ ସେବା ସମିତିରେ ରସଗୋଲା ଉତ୍ସବ। ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ ଚେୟାରମ୍ୟାନ ସୌମ୍ୟରଂଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଅସିତ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ସ୍ବତନ୍ତ୍ର ସଚିବ ଦେବପ୍ରସାଦ ଦାଶ, ରସଗୋଲା ଜିଆଇ ମାନ୍ୟତା ଦିଗରେ କାମ କରିଥିବା ଗବେଷିକା ଅନିତା ସାବତ, ସମ୍ବାଦ ସମ୍ପାଦିକା ତନୟା ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ହୋଇ ରସଗୋଲା ଓ ଜଗନ୍ନାଥ ସଂସ୍କୃତିର ସମ୍ପର୍କ ବିଷୟରେ ଆଲୋକପାତ କରିଥିଲେ। ସମ୍ବାଦର ବାର୍ତ୍ତା ସମ୍ପାଦକ ଭବାନୀ ଶଙ୍କର ତ୍ରିପାଠୀ ଅତିଥି ପରିଚୟ ସହ ସ୍ବାଗତ କରିଥିଲେ।

2 months ago
15


