Bomb Threat: ଆମେରିକାରେ ଇରାନର ‘ଡାର୍ଟି ବମ୍’: ଟାର୍ଗେଟରେ ଟ୍ରମ୍ପଙ୍କ ଅଧିକାରୀ

14 minutes ago 1
ARTICLE AD BOX

ୱାସିଂଟନ: ଆମେରିକୀୟ ଗୁଇନ୍ଦା ରିପୋର୍ଟ ଅନୁଯାୟୀ ଇରାନ ୱାସିଂଟନରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଅଧିକାରୀମାନଙ୍କୁ ହତ୍ୟା କରିବାକୁ ଯୋଜନା କରୁଛି। ଏହି କାର୍ଯ୍ୟ କରିବା ପାଇଁ ଇରାନ ଡାର୍ଟି ବମ୍ ବା ରାସାୟନିକ ଅସ୍ତ୍ର ବ୍ୟବହାର କରିବାକୁ ଷଡ଼ଯନ୍ତ୍ର ରଚିଛି। ଆମେରିକୀୟ ଗୁଇନ୍ଦା ଅଧିକାରୀମାନେ ଏହି ଷଡ଼ଯନ୍ତ୍ର ବିଷୟରେ ସୂଚନା ପାଇବା ପରେ ଜରୁରୀକାଳୀନ ପ୍ରସ୍ତୁତିକୁ ଜୋରଦାର କରାଯାଇଛି। 

ଗୁପ୍ତ ରିପୋର୍ଟରେ ସମ୍ଭାବ୍ୟ ସ୍ଥାନ ଏବଂ ଲକ୍ଷ୍ୟ ବିଷୟରେ ସୂଚନା ମଧ୍ୟ ରହିଥିବା କୁହାଯାଉଛି। ଆମେରିକୀୟ ଗଣମାଧ୍ୟମ ସିଏନଏନ ଅନୁଯାୟୀ, ଇରାନର ପ୍ରକୃତରେ ଏପରି ଷଡ଼ଯନ୍ତ୍ର ରଚିବାର କ୍ଷମତା ରହିଛି କି ନାହିଁ ସେନେଇ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ଚାଲିଛି। ଏହା ସହିତ ଏଭଳି ଆକ୍ରମଣ କରିବା ପାଇଁ ଇରାନ ପାଖରେ ଦକ୍ଷ ଲୋକ ଅଛନ୍ତି କି ନାହିଁ ତାହା ଉପରେ ମଧ୍ୟ ସୂଚନା ସଂଗ୍ରହ କରାଯାଉଛି।

କୌଣସି ଠୋସ୍ ବିପଦର ଆଶଙ୍କା ନାହିଁ
ସିଏନଏନ ରିପୋର୍ଟ ଅନୁସାରେ ସମ୍ଭାବ୍ୟ ବିପଦର ମୁକାବିଲା କରିବା ପାଇଁ ଗତ ସପ୍ତାହରେ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ରିପୋର୍ଟ ଏପରି ଏକ ସମୟରେ ଆସିଛି ଯେତେବେଳେ ସମ୍ଭାବ୍ୟ ବିପଦ ଯୋଗୁଁ ଟ୍ରମ୍ପ ପ୍ରଶାସନର ଅଧିକାରୀମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଗତ ସପ୍ତାହରେ ସିକ୍ରେଟ୍ ସର୍ଭିସ୍ ଟ୍ରମ୍ପଙ୍କ ଟ୍ରେଜେରୀ ସେକ୍ରେଟାରୀ ସ୍କଟ୍ ବେସାଣ୍ଟଙ୍କୁ ଏକ ସାମରିକ ବାସଭବନକୁ ସ୍ଥାନାନ୍ତର କରାଯାଇଥିଲା। ହ୍ୱାଇଟ୍ ହାଉସ୍ ମୁଖପାତ୍ର ଲରେନ୍ ବିସ୍ ଏକ ବିବୃତିରେ କହିଛନ୍ତି ସମ୍ଭାବ୍ୟ ବିପଦ ଉପରେ ନଜର ରଖାଯାଇଛି। କିନ୍ତୁ ବର୍ତ୍ତମାନ ଦେଶ ମଧ୍ୟରେ କୌଣସି ଠୋସ୍ ବିପଦର ଆଶଙ୍କା ନାହିଁ।

ଆମେରିକୀୟ ଅଧିକାରୀମାନେ ଚିନ୍ତିତ ଯେ, ଇରାନ ଡାର୍ଟି ବମ୍ ବ୍ୟବହାର କରିପାରେ। ଏଗୁଡ଼ିକ ପାରମ୍ପରିକ ବୋମା ସହିତ ରେଡିଓଆକ୍ଟିଭ୍ ସାମଗ୍ରୀକୁ ମିଶ୍ରଣ କରାଯାଇ ସହଜରେ ତିଆରି କରାଯାଇ ପାରିବ। ଆମେରିକା ଭିତରେ ବୋମା ତିଆରି ସାମଗ୍ରୀ ଗଚ୍ଛିତ ଥିବା ଆମେରିକୀୟ ଗୁଇନ୍ଦା ସଂସ୍ଥାଗୁଡ଼ିକ ଦାବି କରିଛନ୍ତି। ଇରାନ ପୂର୍ବରୁ ଆମେରିକା ଭିତରେ ପରମାଣୁ ସାମଗ୍ରୀ କିମ୍ବା ରାସାୟନିକ ଏଜେଣ୍ଟ ଲୁଚାଇ ରଖିଥାଇପାରେ ବୋଲି ଏବେ ଅନୁମାନ କରାଯାଉଛି।

Network: ଆମେରିକାରେ ବ୍ୟାଙ୍କ ସେବା ଏବଂ ୟୁନାଇଟେଡ୍ ଏୟାରଲାଇନ୍ସ ନେଟୱାର୍କ ଠପ୍

ଡାର୍ଟି ବମ୍ ଏବଂ ପରମାଣୁ ବୋମା ଉଭୟରେ ରେଡିଓଆକ୍ଟିଭ୍ ବା ତେଜସ୍କ୍ରିୟ ସାମଗ୍ରୀ ବ୍ୟବହୃତ ହୋଇଥାଏ। କିନ୍ତୁ ଉଭୟ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ପାର୍ଥକ୍ୟ ରହିଛି। ପରମାଣୁ ବୋମା ପରମାଣୁ ବିଖଣ୍ଡନ ବା ନ୍ୟୁକ୍ଲିୟର ଫିସନ ପ୍ରକ୍ରିୟାରେ କାର୍ଯ୍ୟ କରି ଅତ୍ୟନ୍ତ ବିନାଶକାରୀ ଶକ୍ତି ସୃଷ୍ଟି କରିଥାଏ। ଡାର୍ଟି ବମ୍ ସାଧାରଣ ବୋମା ପରି। ଏଥିରେ ରେଡିଓଆକ୍ଟିଭ୍ ସାମଗ୍ରୀ ମିଶାଯାଇଥାଏ। ଏହି ବୋମାଗୁଡ଼ିକ ଅନେକ କିଲୋମିଟର ଦୂରତା ପର୍ଯ୍ୟନ୍ତ ବାୟୁ ମାଧ୍ୟମରେ ତେଜସ୍କ୍ରିୟ ବିକିରଣ ପ୍ରସାରିତ କରିବାକୁ ସକ୍ଷମ। ତେବେ ଏହା ଯୋଗୁଁ ସୃଷ୍ଟି ହେଉଥିବା ତେଜସ୍କ୍ରିୟ ବିକିରଣ ଯୋଗୁଁ ସାଙ୍ଗେସାଙ୍ଗେ ମୃତ୍ୟୁ ଘଟି ନଥାଏ। ବୋମାରୁ ନିର୍ଗତ ତେଜସ୍କ୍ରିୟ ବିକିରଣ ଲୋକଙ୍କୁ ଗୁରୁତର ଭାବେ ଅସୁସ୍ଥ କରିଥାଏ। ବିକିରଣ ଦ୍ବାରା ବହୁ ଲୋକଙ୍କ ମୃତ୍ୟୁ ଯୋଗୁଁ ଅନେକ ଅଞ୍ଚଳ ବାସଯୋଗ୍ୟ ରହି ନଥାଏ। ଏହା ସହିତ ବିକିରଣ ବହୁ ବର୍ଷ ଧରି ସମ୍ପୃକ୍ତ ଅଞ୍ଚଳରେ ଚେନ୍ ରିଆକସନ୍ ଦ୍ବାରା କ୍ରିୟାଶୀଳ ମଧ୍ୟ ରହିଥାଏ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.