ସମସ୍ୟା ଘେରରେ ବିଡିଏ ପାର୍କ: ମାସମାସ ଧରି ପଡ଼ିରହୁଛି ଆବର୍ଜନା

9 hours ago 2
ARTICLE AD BOX

ଭୁବନେଶ୍ୱର: କେଉଁ ପାର୍କରେ ପିଲାଙ୍କ ପାଇଁ ଖେଳଣା ଉପକରଣ ନାହିଁ ତ କେଉଁ ପାର୍କରେ ଯୋଗ ପିଣ୍ଡି ନାହିଁ। ତ ଆଉ କେଉଁଠି ଜିମ୍‌ ଯନ୍ତ୍ରାଂଶରେ କଳଙ୍କି ଲାଗି ଗଲାଣି ତ କେଉଁଠି ପାର୍କ କାନ୍ଥରେ ଅଞ୍ଚଳବାସୀ ଲୁଗାପଟା ଶୁଖାଉଛନ୍ତି। ଏଭଳି କିଛି ସ୍ଥିତି ଵାର୍ଡ ନମ୍ୱର ୧୫ ରେ ଥିବା ତିନୋଟି ବିଡିଏ ପାର୍କରେ ଦେଖିବାକୁ ମିଳିଛି। ଵାର୍ଡରେ ଥିବା ବହୁ ଲୋକଙ୍କୁ ନିକଟରେ ପାର୍କ ଥାଇ ମଧ୍ୟ ନିର୍ଦ୍ଦିଷ୍ଟ କାର୍ଯ୍ୟ ପାଇଁ ଦୂର ବାଟକୁ ଯିବାକୁ ପଡ଼ୁଛି।

Monsoon session: ମୌସୁମୀ ଅଧିବେଶନ: ଆରମ୍ଭରୁ ପ୍ରବଳ ହଟ୍ଟଗୋଳ

ରାଜଧାନୀର ଵାର୍ଡ ନମ୍ୱର ୧୫ ସହରର ଅନ୍ୟତମ ଜନବହୁଳ ଓ ପ୍ରତିଷ୍ଠିତ ଅଞ୍ଚଳ ଭାବେ ପରିଚିତ। ଏଠାରେ ଭିଆଇପି କଲୋନି, ରେଣ୍ଟାଲ୍‌ କଲୋନି, ସ୍ୱାଧୀନନଗର, ଏକାମ୍ର ଭିଲ୍ଲା ଭଳି ବହୁ କଲୋନି ସମେତ ଅନେକ ସରକାରୀ ତଥା ବେସରକାରୀ ପ୍ରତିଷ୍ଠାନ ରହିଛି। ପାଖାପାଖି ୧୨ ହଜାର ଲୋକ ଏଠାରେ ରହୁଛନ୍ତି। ବିଡିଏ ପକ୍ଷରୁ ଅଞ୍ଚଳରେ ତିନୋଟି ପାର୍କ ଯେପରିକି ଭିଆଇପି କଲୋନି ପାର୍କ, ରେଣ୍ଟାଲ କଲୋନି ପାର୍କ ଓ ଅକ୍ଷୟ ମହାନ୍ତି ପାର୍କ ପରିଚାଳିତ ହେଉଛି। ହେଲେ ସବୁ ପାର୍କରେ ସମସ୍ତ ପ୍ରକାର ମୌଳିକ ସୁବିଧା ମିଳିପାରୁନାହିଁ। ରେଣ୍ଟାଲ୍‌ କଲୋନି ପାର୍କରେ କେବଳ ଚାଲିବା ସୁବିଧା ବ୍ୟତୀତ ଅନ୍ୟ କିଛି ସୁବିଧା ନାହିଁ। ବିଶେଷ କରି ପିଲାଙ୍କ ଖେଳନା ଉପକରଣ ନଥିବାରୁ ଅଞ୍ଚଳବାସୀଙ୍କୁ ଘର ପାଖରେ ପାର୍କ ଥାଇ ସୁଦ୍ଧା ଅନ୍ୟତ୍ର ଯିବାକୁ ପଡ଼ୁଛି।

Ethanol: ରୋଷେଇଘରେ ପଶିବ ଇଥାନଲ୍‌: ଜାଳେଣି ଭାବେ ବ୍ୟବହାର ହେବ, ଏଟିଏମ୍‌ରୁ ବାହାରିବ ତେଲ

ପାର୍କରେ ଗଛ ଚାରିପଟେ କରାଯାଇଥିବା ପିଣ୍ଡିଗୁଡ଼ିକ ଫାଟିଗଲାଣି। ଅକ୍ଷୟ ମହାନ୍ତି ପାର୍କରେ ମଧ୍ୟ ପିଲାଙ୍କ ଖେଳନା ଉପକରଣ କିଛି ନାହିଁ। ପାର୍କରେ କାନ୍ଥରେ ଲୋକମାନେ ଲୁଗାପଟା ଶୁଖାଇ ଦେଉଛନ୍ତି। ତଳିଆ ଅଞ୍ଚଳରେ ପାର୍କଟି ଥିବାରୁ ସ୍ଥାନେସ୍ଥାନେ ବର୍ଷା ପାଣି ଜମି ରହିଛି। ପାଣି ନିଷ୍କାସନ ହୋଇପାରୁ ନଥିବାରୁ ମଶାଙ୍କ ଉପଦ୍ରବ ବଢ଼ୁଛି। ଭିଆଇପି କଲୋନି ପାର୍କରେ ଯୋଗପିଣ୍ଡି ନାହିଁ। ଉଭୟ ଭିଆଇପି କଲୋନି ପାର୍କ ଓ ରେଣ୍ଟାଲ କଲୋନି ପାର୍କରେ କୁଢ଼ କୁଢ଼ ଆବର୍ଜନା ଗଦା ହୋଇରହିଛି। ମାସ ମାସ ଧରି ଆବର୍ଜନା ସଫା ହେଉନାହିଁ। କୌଣସି ପାର୍କରେ ପାନୀୟ ଜଳ ସୁବିଧା ନାହିଁ। ପାର୍କଗୁଡ଼ିକରେ କିଛି ଲାଇଟ୍‌ ଜଳୁନି ବୋଲି ଅଭିଯୋଗ ହେଉଛି। ଏନେଇ ବିଡିଏର ଯନ୍ତ୍ରୀ କହିଛନ୍ତି ଯେ ରେଣ୍ଟାଲ କଲୋନି ପାର୍କରେ ଯୋଗ ପିଣ୍ଡି ହେବା ପାଇଁ ଟେଣ୍ଡର ଡକା ହୋଇଛି। ସେହିପରି ପାର୍କରେ ସୋଲାର୍‌ ଲାଇଟ୍‌ ଲାଗିବା ପାଇଁ ମଧ୍ୟ ଯୋଜନା ହୋଇଛି। ଆବର୍ଜନାଗୁଡ଼ିକ ଖୁବ୍‌ଶୀଘ୍ର ସଫା ହେବ। ଲୋକଙ୍କ ମତାମତ ଓ ଖାଲି ସ୍ଥାନକୁ ବିଚାର କରି ଅନ୍ୟ କାର୍ଯ୍ୟ କରାଯିବ ବୋଲି ସେ କହିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.