ରାସ୍ତାକଡ଼ରେ ଭବିଷ୍ୟତ ଗଢ଼ା: ଶ୍ରେଣୀଗୃହରୁ ଗଳୁଛି ପାଣି, ପଲିଥିନ୍‌ ତଳେ ପାଠପଢ଼ା

1 hour ago 1
ARTICLE AD BOX

ମାଲକାନଗିରି: ବର୍ଷା ହେଲେ ଶ୍ରେଣୀଗୃହରୁ ଗଳୁଛି ପାଣି। ପୁଣି କେଉଁଠି ଛାତରୁ ଖସୁଛି କଂକ୍ରିଟ୍। ଫଳରେ ଶ୍ରେଣୀଗୃହ ବଦଳରେ ରାସ୍ତାକଡ଼ରେ ପଲିଥିନ୍‌ ବାନ୍ଧି ପାଠ ପଢ଼ାଉଛନ୍ତି ଶିକ୍ଷକ। ବିପଦପୂର୍ଣ୍ଣ ପରିବେଶରେ କୁନି କୁନି ପିଲା ପାଠ ପଢ଼ୁଥିବାରୁ ପ୍ରତିବାଦ ସ୍ବରୂପ ବିଦ୍ୟାଳୟରେ ତାଲା ପକାଇଦେଇଛନ୍ତି ଅଭିଭାବକ। ଏପରି ଦୟନୀୟ ଚିତ୍ର ଦେଖିବାକୁ ମିଳିଛି ମାଲକାନଗିରି ସହରର ଚିଦାନନ୍ଦ ସାହି ସରକାରୀ ପ୍ରାଥମିକ ବିଦ୍ୟାଳୟରେ। 

Weekly Horoscope 2026 August 09 to August 15: ଜାଣନ୍ତୁ ଏ ସପ୍ତାହର ରାଶିଫଳ...

ଶ୍ରେଣୀଗୃହରୁ ଗଳୁଛି ପାଣି, ପଲିଥିନ୍‌ ତଳେ ପାଠପଢ଼ା
ବିଦ୍ୟାଳୟରେ ତାଲା ଠୁଙ୍କି ଅଭିଭାବକଙ୍କ ପ୍ରତିବାଦ

୧୯୭୯ରେ ପ୍ରତିଷ୍ଠିତ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ୬୨ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ମରାମତି ଅଭାବରୁ ବିଦ୍ୟାଳୟ କୋଠା ଅତି ଦୟନୀୟ ଅବସ୍ଥାରେ। ଗତ ୩ବର୍ଷ ଧରି ସିଆର୍‌ସିସି, ବିଇଓ, ଏବିଇଓ ଏବଂ ଡିଇଓଙ୍କ ସମେତ ଉଚ୍ଚସ୍ତରୀୟ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନଥିବା ଅଭିଯୋଗ କରିଛନ୍ତି ଅଭିଭାବକ। ଲଗାଣ ବର୍ଷାରେ ଶ୍ରେଣୀଗୃହ ଛାତରୁ ପାଣି ଗଳୁଥିବାରୁ ଅଘଟଣ ଘଟିଲେ କିଏ ଦାୟୀ ରହିବ ବୋଲି ଅଭିଭାବକଙ୍କ ପ୍ରଶ୍ନ। ସହର ଭିତରେ ଥିବା ବିଦ୍ୟାଳୟର ଅବସ୍ଥା ଯଦି ଏମିତି, ଗ୍ରାମାଞ୍ଚଳରେ ସ୍ଥିତି କ’ଣ ଥିବ ତାହା ସହଜେ ଅନୁମେୟ ବୋଲି ଅଭିଭାବକ କହିଛନ୍ତି।

Flood in Bhadrak: ଭାଙ୍ଗିଗଲା ନାଳିଆ ନଦୀର ୫୦ ଫୁଟ ବନ୍ଧ

ଶ୍ରେଣୀଗୃହ ମରାମତି ହେବା ପର୍ଯ୍ୟନ୍ତ ବାହାରେ ହିଁ ପାଠ ପଢ଼ାଇବାକୁ ଅଭିଭାବକ ଜିଦ୍‌ ଧରିବା ପରେ ଶିକ୍ଷକ ପଲିଥିନ୍‌ ଟାଣି ପିଲାଙ୍କୁ ବସାଇ ପାଠ ପଢ଼ାଉଛନ୍ତି। କେବଳ ଏତିକିରେ ସରିନି ସମସ୍ୟା, ବିଦ୍ୟାଳୟରେ ଶୌଚାଳୟ ଓ ପିଇବା ପାଣି ସୁବିଧା ମଧ୍ୟ ନାହିଁ। ତୁରନ୍ତ କୋଠା ମରାମତି ଏବଂ ପିଲାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଅଭିଭାବକ ଦାବି କରିଛନ୍ତି। ଖବର ପାଇ ମାଲକାନଗିରି ଏବିଇଓ ଗୌରାଙ୍ଗ ସଜନ ବିଦ୍ୟାଳୟରେ ପହଞ୍ଚି ଅଭିଭାବକଙ୍କ ସହ ଆଲୋଚନା କରିଥିଲେ। କୋଠା ମରାମତି ପାଇଁ ଟେଣ୍ଡର ପ୍ରକ୍ରିୟା ସରିଛି, ଆସନ୍ତା ୧୫ ଦିନ ମଧ୍ୟରେ କାମ ଆରମ୍ଭ ହେବ ବୋଲି ଏବିଇଓ ପ୍ରତିଶ୍ରୁତି ଦେବା ପରେ ଅଭିଭାବକ ଶାନ୍ତ ପଡ଼ିଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.