ARTICLE AD BOX
କଳା ଓ ସଂସ୍କୃତିର ଅନନ୍ୟ ପରମ୍ପରା ପାଇଁ ପରିଚିତ ଗଞ୍ଜାମ ଜିଲ୍ଲାର ୯୧ ଜଣ କଳାକାରଙ୍କୁ ଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ସମ୍ମାନିତ କରାଯାଇଛି। କଳାକାରମାନେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଏହି ଅବସରରେ ରାଷ୍ଟ୍ରପତି ଗଞ୍ଜାମର ଲୋକକଳା, ଆଦିବାସୀ ନୃତ୍ୟ ଓ ପାରମ୍ପରିକ ସଂସ୍କୃତିର ଉଚ୍ଚ ପ୍ରଶଂସା କରିଥିଲେ। ପରେ କଳାକାରମାନେ ରାଷ୍ଟ୍ରପତି ଭବନରେ ମଧ୍ୟାହ୍ନ ଭୋଜନ କରିଥିଲେ।
/sambad/media/media_files/2026/09/01/whatsapp-image-2026-09-01-16-35-08.jpeg)
/sambad/media/media_files/2026/09/01/whatsapp-image-2026-09-01-16-36-07.jpeg)
1/3
ଗତ ଅଗଷ୍ଟ ୪ ଓ ୫ ତାରିଖରେ ରାଷ୍ଟ୍ରପତିଙ୍କ ଗଞ୍ଜାମ ଗସ୍ତ ସମୟରେ ତପ୍ତପାଣିରେ ୫ଟି ଆଦିବାସୀ ନୃତ୍ୟଦଳ ଲୋକନୃତ୍ୟ ପରିବେଷଣ କରିଥିଲେ। ବିଶେଷକରି ଲାଞ୍ଜିଆ ସୌରା ନୃତ୍ୟ ରାଷ୍ଟ୍ରପତିଙ୍କୁ ବେଶ୍ ଆକର୍ଷିତ କରିଥିଲା। ଏହି ୫ଟି ଦଳର ୯୧ ଜଣ କଳାକାରଙ୍କୁ ପରବର୍ତ୍ତୀ ସମୟରେ ରାଷ୍ଟ୍ରପତି ଭବନକୁ ଆମନ୍ତ୍ରଣ କରାଯାଇଥିଲା।
/sambad/media/media_files/2026/09/01/whatsapp-image-2026-09-01-16-36-24.jpeg)
2/3
ଏହି ଅବସରରେ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ପାର୍ଥ ସାରଥୀ ହାଁସଦା, ଜିଲ୍ଲା ସଂସ୍କୃତି ଅଧିକାରୀ ଅଦୀତି ଆଚାର୍ଯ୍ୟ ଓ ଅତିରିକ୍ତ ତହସିଲଦାର ମନୋଜ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/media_files/2026/09/01/whatsapp-image-2026-09-01-16-36-44.jpeg)
3/3
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 hour ago
3


