ଯବାନଙ୍କୁ ସିଆରପିଏଫ୍‌ ମହାନିର୍ଦ୍ଦେଶକଙ୍କ ପୂର୍ଣ୍ଣ ସମର୍ଥନ;କହିଲେ, ‘ନିର୍ଭୀକ ଭାବେ କାର୍ଯ୍ୟ କରନ୍ତୁ’

1 hour ago 3
ARTICLE AD BOX

ନୂଆଦିଲ୍ଲୀ : ଦିଲ୍ଲୀ ଏବଂ ଦେଶର ଅନ୍ୟାନ୍ୟ ସ୍ଥାନରେ ଆୟୋଜିତ ‘ନିଟ୍‌’ ପ୍ରଶ୍ନପତ୍ର ଲିକ୍ ବିରୋଧୀ ପ୍ରତିବାଦ ସମୟରେ ସୁରକ୍ଷା ବାହିନୀ ପକ୍ଷରୁ ଅତ୍ୟଧିକ ବଳପ୍ରୟୋଗ କରାଯାଇଥିବା ଅଭିଯୋଗକୁ ନେଇ ବିବାଦ ତେଜିବାରେ ଲାଗିଛି । ଏହି ସମ୍ବେଦନଶୀଳ ପରିସ୍ଥିତି ସିଆର୍‌ପିଏଫ୍‌ ମହାନିର୍ଦ୍ଦେଶକ ଜ୍ଞାନେନ୍ଦ୍ର ପ୍ରତାପ ସିଂହ ଯବାନ ଏବଂ ଅଧିକାରୀମାନଙ୍କୁ ସମ୍ପୂର୍ଣ୍ଣ ସଂସ୍ଥାଗତ ସମର୍ଥନର ପ୍ରତିଶ୍ରୁତି ଦେଇଛନ୍ତି ।

ସେ ସ୍ପଷ୍ଟ କରିଛନ୍ତି ଯେ, କର୍ତ୍ତବ୍ୟ ପାଳନ ସମୟରେ ଯବାନମାନଙ୍କ ଦ୍ୱାରା ନିଆଯାଇଥିବା ସମସ୍ତ ଉଚିତ ଏବଂ ଆଇନଗତ ନିଷ୍ପତ୍ତିର ସମ୍ପୂର୍ଣ୍ଣ ଦାୟିତ୍ୱ ସେ ନିଜେ ବହନ କରିବେ । ସିଆର୍‌ପିଏଫର ସମ୍ମାନଜନକ ପଦକ ପ୍ରଦାନ ସମାରୋହରେ ଯୋଗଦେଇ ସିଂହ କହିଛନ୍ତି ଯେ, ‘ଆପଣମାନେ କୌଣସି ଦ୍ୱିଧା ପ୍ରକାଶ ନକରି ନିର୍ଭୟରେ ନିଜର ଦାୟିତ୍ୱ ସମ୍ପାଦନ କରନ୍ତୁ । ଯେଉଁଠାରେ ମଧ୍ୟ ଉତ୍ତରଦାୟିତ୍ୱର ପ୍ରଶ୍ନ ଆସିବ, ସେଠାରେ ସିଆରପିଏଫ ମହାନିର୍ଦ୍ଦେଶକ ଭାବେ ମୁଁ ସେହି ଦାୟିତ୍ୱ ନିଜ ମୁଣ୍ଡକୁ ନେବି ।’

Religious Conversion ଧର୍ମ ପରିବର୍ତ୍ତନ କରିଥିଲେ ବୋଲି ଶେଷକୃତ୍ୟକୁ ଶ୍ମଶାନ ବାସନ୍ଦ

ଗତ ୨୦ ଜୁଲାଇରେ କକ୍ରୋଚ ଜନତା ପାର୍ଟି ପକ୍ଷରୁ ଜନ୍ତର ମନ୍ତରରେ ଆୟୋଜିତ ‘ସଂସଦ ଚଲୋ’ ମାର୍ଚ୍ଚ ସମୟରେ ପୁଲିସ ଏବଂ ରାପିଡ୍‌ ଆକ୍ସନ ଫୋର୍ସ ଆଭିମୁଖ୍ୟକୁ ନେଇ ସମାଲୋଚନା ବଢ଼ୁଥିବା ବେଳେ ମହାନିର୍ଦ୍ଦେଶକଙ୍କ ଏହି ବକ୍ତବ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି । ବିଶୃଙ୍ଖଳିତ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଲୁହ ବୁହା ଗ୍ୟାସ୍, ଲାଠିଚାର୍ଜ ଏବଂ ପ୍ଲାଷ୍ଟିକ୍ ପେଲେଟ୍ ଗୁଳିର ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି । ଏହି କାର୍ଯ୍ୟାନୁଷ୍ଠାନରେ ଅନେକ ଛାତ୍ର ଆହତ ହୋଇଛନ୍ତି ।

ଏହି ଘଟଣାରେ ସିଆର୍‌ପିଏଫ ମୁଖ୍ୟାଳୟ ପକ୍ଷରୁ ସମସ୍ତ ଶାଖାକୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏଥିରେ ଜଟିଳ ପରିସ୍ଥିତିରେ ଯବାନମାନେ ଦେଖାଇଥିବା ସହନଶୀଳତା ଓ ଧୈର୍ଯ୍ୟକୁ ପ୍ରଶଂସା କରାଯିବା ସହ ସେନା ତଥା ଦେଶର ସ୍ୱାର୍ଥ ରକ୍ଷା ପାଇଁ ନିଆଯାଇଥିବା ଉଚିତ ପଦକ୍ଷେପକୁ ସମ୍ପୂର୍ଣ୍ଣ ସମର୍ଥନ ଦିଆଯିବ ବୋଲି ଘୋଷଣା କରାଯାଇଛି । କିନ୍ତୁ ଏହା ସହିତ ସଂସ୍ଥା ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଯଦି କୌଣସି ଅଯଥା କିମ୍ବା ବେପରୁଆ କାର୍ଯ୍ୟାନୁଷ୍ଠାନର ପ୍ରମାଣ ମିଳେ, ତେବେ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଅପରପକ୍ଷରେ, ଦିଲ୍ଲୀ ପ୍ରତିବାଦ ସମୟରେ ସୁରକ୍ଷା ବାହିନୀ ପକ୍ଷରୁ ମାତ୍ରାଧିକ ବଳପ୍ରୟୋଗ କରାଯାଇଥିବା ଅଭିଯୋଗ ନେଇ ଏକ ଆଭ୍ୟନ୍ତରୀଣ ତଦନ୍ତ ଆରମ୍ଭ କରାଯାଇଛି । ଏହି ଯାଞ୍ଚ ପ୍ରକ୍ରିୟାରେ ସୋସିଆଲ ମିଡିଆ ଭିଡିଓ, ଗଣମାଧ୍ୟମର ରିପୋର୍ଟ ଏବଂ ଅଧିକାରୀଙ୍କ ବକ୍ତବ୍ୟର ଅନୁଧ୍ୟାନ କରାଯାଉଛି ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.