ARTICLE AD BOX
ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟ ଅଧିନାୟକ କପିଲ ଦେବ ପୁଣି ଥରେ ବିରାଟ କୋହଲିଙ୍କ ଟେଷ୍ଟ କ୍ରିକେଟରୁ ଅବସର ନେବା ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ଦେଇଛନ୍ତି। ୨୦୨୫ ମେ’ ମାସରେ କ୍ରିକେଟର ସବୁଠାରୁ ସୁନ୍ଦର ଫର୍ମାଟକୁ ବିଦାୟ ଦେଇ କୋହଲି ସାରା ବିଶ୍ୱକୁ ଚକିତ କରିବା ପରଠାରୁ କପିଲ ଦେବ ଏହି ନିଷ୍ପତ୍ତି ଉପରେ ନିଜର ନିରାଶା ପ୍ରକାଶ କରିଛନ୍ତି। ୧୯୮୩ ବିଶ୍ୱକପ୍ ବିଜେତା ଅଧିନାୟକଙ୍କ କହିବା ଅନୁସାରେ କୋହଲିଙ୍କ ବର୍ତ୍ତମାନର ଫିଟନେସକୁ ବିଚାର କରି ତାଙ୍କର ପଦକ୍ଷେପ ଅତ୍ୟଧିକ ତରବର ଥିଲା ଏବଂ ସେ ଆଗାମୀ ୧- ବର୍ଷ ମଧ୍ୟରେ ତାଙ୍କ ନିଷ୍ପତ୍ତି ପାଇଁ ଗଭୀର ଭାବରେ ଅନୁତାପ କରିବେ।
କୋହଲିଙ୍କ ଉତ୍କୃଷ୍ଟ ଫିଟନେସକୁ ଉଲ୍ଲେଖ କରି କପିଲ ଦେବ କହିଛନ୍ତି, ମୁଁ ଭାବୁଛି ବିରାଟ କୋହଲି ସବୁଠାରୁ ବଡ଼ ଭୁଲ କରିଥିଲେ। ସେ ଟେଷ୍ଟ କ୍ରିକେଟରୁ ଅବସର ନେଇଥିଲେ। ୧୦ ବର୍ଷ ପରେ ସେ ତାଙ୍କ ନିଷ୍ପତ୍ତି ପାଇଁ ଅନୁତାପ କରିବେ। ତାଙ୍କୁ ଅବସର ନେବା ଉଚିତ୍ ନଥିଲା। କୋହଲିଙ୍କ ପାଖରେ ଅବିଶ୍ୱସନୀୟ ଫିଟନେସ ଅଛି, ଅନ୍ୟ କୌଣସି ଖେଳାଳିଙ୍କ ତୁଳନାରେ ସେ ୨୫ ବର୍ଷ ବୟସର କ୍ରିକେଟରଙ୍କୁ ମଧ୍ୟ ଚ୍ୟାଲେଞ୍ଜ କରିପାରିବେ। କ୍ରୋଧରେ ଅବସର ନେବା ଠିକ୍ ନୁହେଁ। ସେ ମହିନ୍ଦର ଅମରନାଥଙ୍କ ପରି ହେବା ଉଚିତ, ଯିଏ ଅନେକ ଥର ଦଳରୁ ବାହାର ହୋଇଥିଲେ। କିନ୍ତୁ ପ୍ରତ୍ୟେକ ଥର ପ୍ରତ୍ୟାବର୍ତ୍ତନ କରି ସମସ୍ତଙ୍କୁ ଭୁଲ ପ୍ରମାଣିତ କରିଥିଲେ।
ରୋହିତଙ୍କୁ ନେଇ ମନ୍ତବ୍ୟ ଦେଲେ
ରୋହିତ ଶର୍ମାଙ୍କ ବିଷୟରେ କପିଲ ଦେବ ନିଜର ମତ ପ୍ରକାଶ କରିଛନ୍ତି। କିମ୍ବଦନ୍ତୀ ରୋହିତ ଶର୍ମାଙ୍କ ଅନ୍ତର୍ଜାତୀୟ ଭବିଷ୍ୟତ ବିଷୟରେ ଖୋଲାଖୋଲି କଥା ହୋଇଛନ୍ତି। କୋହଲିଙ୍କ ପରି ରୋହିତ, ଟି-୨୦ ଏବଂ ଟେଷ୍ଟ କ୍ରିକେଟରୁ ବିରତି ନେବା ପରେ ଏବେ କେବଳ ଅନ୍ତର୍ଜାତୀୟ ସ୍ତରରେ ଏକଦିବସୀୟରେ ସକ୍ରିୟ ଅଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ ସଦ୍ୟ ସମାପ୍ତ ଏକଦିବସୀୟ ସିରିଜରେ ଉଭୟ ଅଭିଜ୍ଞଙ୍କ ବ୍ୟାଟ୍ ନୀରବ ରହିଥିଲା। ରୋହିତ ଶର୍ମା ଚାରି ଇନିଂସରେ ମାତ୍ର ୩୦ ରନ କରିଥିଲେ। ବୋଲର-ଅନୁକୂଳ ପିଚ୍ରେ ଶୂନ୍ୟରେ ଦୁଇଥର ଆଉଟ୍ ହୋଇଥିଲେ।
Cricket: ସଚିନଙ୍କ ସହ ଗଲି କ୍ରିକେଟ୍ ଖେଳିଲେ ୱେଲ୍ସ ରାଜକୁମାର
ଚୟନକର୍ତ୍ତାଙ୍କ ଉପରେ ଛାଡିବାକୁ ପଡ଼ିବ
ରୋହିତ ଶର୍ମାଙ୍କ କ୍ୟାରିଅର ଏବଂ ଦଳରେ ତାଙ୍କ ସ୍ଥାନ ସମ୍ପର୍କରେ କପିଲ ଦେବ କହିଛନ୍ତି ଯେ ଚୟନକର୍ତ୍ତାଙ୍କ ନିଷ୍ପତ୍ତି ସର୍ବୋପରି। ଯଦି ସେ ଖେଳିପାରିବେ, ଠିକ୍ ଅଛି। ମୁଁ ସେହି ନିଷ୍ପତ୍ତି ଚୟନକର୍ତ୍ତାଙ୍କ ଉପରେ ଛାଡିଦେବି। ଯଦି ସେମାନେ ନିଷ୍ପତ୍ତି ନିଅନ୍ତି ଯେ ତାଙ୍କର ସମୟ ସରିଯାଇଛି। ତେବେ ତାହା ସମ୍ପୂର୍ଣ୍ଣ ଭାବରେ ସେମାନଙ୍କ ଉପରେ ନିର୍ଭର କରେ। କାରଣ ସେମାନେ ମିଳିତ ଭାବରେ ଖେଳର ଉନ୍ନତି ବିଷୟରେ ଚିନ୍ତା କରନ୍ତି। ରୋହିତ ଦେଶକୁ ପ୍ରଶଂସନୀୟ ଭାବରେ ସେବା କରିଛନ୍ତି। କିନ୍ତୁ ସେ ତାଙ୍କ ଜୀବନର ବାକି ସମୟ ପାଇଁ ଖେଳିବେ ନାହିଁ। ସୁନୀଲ ଗାଭାସ୍କର, ସଚିନ ତେନ୍ଦୁଲକର, ଅନିଲ କୁମ୍ବଲେ, ଆର. ଅଶ୍ୱିନ, ଏମ.ଏସ. ଧୋନି ସମସ୍ତେ ଚାଲିଯାଇଛନ୍ତି, ଏବଂ ସମସ୍ତଙ୍କୁ ଗୋଟିଏ ଦିନ ଯିବାକୁ ପଡିବ।

16 minutes ago
1


