ARTICLE AD BOX
ମୁମ୍ବାଇ : ମହାରାଷ୍ଟ୍ର ସରକାର ନକଲି ଓ ଭେଜାଲ ଦୁଗ୍ଧଜାତ ଖାଦ୍ୟ ବିକ୍ରିକୁ ରୋକିବା ପାଇଁ ନନ୍-ଡେରି (ବିନା ଦୁଗ୍ଧରେ ପ୍ରସ୍ତୁତ) ପନିରର ଉତ୍ପାଦନ ଓ ବିକ୍ରି ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇଛନ୍ତି । ଏହି ନିୟମ ଉଲ୍ଲଂଘନ କଲେ ୬ ମାସ ପର୍ଯ୍ୟନ୍ତ କାରାଦଣ୍ଡ ଏବଂ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ହେବ । ଛତିଶଗଡ଼ ପରେ ଏପରି ପ୍ରତିବନ୍ଧକ ଲାଗୁ କରିଥିବା ଦ୍ୱିତୀୟ ରାଜ୍ୟ ହେଉଛି ମହାରାଷ୍ଟ୍ର ।
ମେଟା ସହ ବୈଠକ: ମୋଦୀଙ୍କ ଭିଡିଓ ହଟାଇବା ଓ ଶିଶୁ ନିର୍ଯାତନା ବିଷୟବସ୍ତୁକୁ ନେଇ କେନ୍ଦ୍ର ସରକାରଙ୍କ କଡ଼ା ପ୍ରଶ୍ନ
ରାଜ୍ୟର ଖାଦ୍ୟ ସୁରକ୍ଷା କମିସନର ତୁକାରାମ ମୁଣ୍ଡେଙ୍କ ଦ୍ବାରା ଜାରି ହୋଇଥିବା ନିଷିଦ୍ଧାଦେଶ ଅନୁଯାୟୀ, ଆନାଲଗ୍ କିମ୍ବା ନନ୍-ଡେରି ପନିରର ଉତ୍ପାଦନ, ପ୍ରକ୍ରିୟାକରଣ, ପ୍ୟାକିଂ, ଗଚ୍ଛିତ ରଖିବା, ପରିବହନ, ଖୁଚୁରା ଓ ପାଇକାରୀ ବିକ୍ରି, ବଣ୍ଟନକୁ ରାଜ୍ୟବ୍ୟାପୀ ନିଷିଦ୍ଧ କରାଯାଇଛି। ଖାଦ୍ୟ ସୁରକ୍ଷା ଓ ମାନକ ଆଇନ, ୨୦୦୬ ଅନୁଯାୟୀ, ଅପରାଧର ଗୁରୁତ୍ୱ ଅନୁସାରେ ଦୋଷୀଙ୍କୁ ୬ ମାସ ପର୍ଯ୍ୟନ୍ତ ଜେଲ୍ ଏବଂ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ହୋଇପାରେ। ଯଦି ଅସୁରକ୍ଷିତ ଖାଦ୍ୟ ଖାଇ କାହାର ମୃତ୍ୟୁ ଘଟେ, ତେବେ ଆଇନ ଅନୁଯାୟୀ ଆଜୀବନ କାରାଦଣ୍ଡ ଏବଂ ଅତି କମ୍ରେ ୧୦ ଲକ୍ଷ ଟଙ୍କାର ଜରିମାନା ବ୍ୟବସ୍ଥା ରହିଛି ।
ମହାରାଷ୍ଟ୍ର ଖାଦ୍ୟ ଓ ଔଷଧ ପ୍ରଶାସନ (ଏଫ୍ଡିଏ) ସ୍ପଷ୍ଟ କରିଛି ଯେ, ନନ୍-ଡେରି ପନିରକୁ ଅସଲି ଦୁଗ୍ଧଜାତ ପନିର ବୋଲି ବିକ୍ରି କରିବା ଉପଭୋକ୍ତାଙ୍କୁ ଭ୍ରମିତ କରିବା ସହ ଏକ ଅନ୍ୟାୟ ବ୍ୟବସାୟିକ ପ୍ରଥା। ଏପରି କାର୍ଯ୍ୟରେ ଜଡ଼ିତ ବ୍ୟକ୍ତି କିମ୍ବା ପ୍ରତିଷ୍ଠାନ ବିରୋଧରେ କଠୋର ଆଇନଗତ ପଦକ୍ଷେପ ନିଆଯିବ। ଆନାଲଗ୍ କିମ୍ବା ନନ୍-ଡେରି ପନିର ସାଧାରଣତଃ ଭେଜିଟେବଲ ଫ୍ୟାଟ୍ କିମ୍ବା ତୈଳ ଏବଂ ଅନ୍ୟ ଅଣ-ଦୁଗ୍ଧଜାତ ଉପାଦାନ ବ୍ୟବହାର କରି ପ୍ରସ୍ତୁତ କରାଯାଏ। ଏହା ଦେଖିବାକୁ ପାରମ୍ପରିକ ପନିର ପରି ହୋଇଥିଲେ ମଧ୍ୟ ଏଥିରେ ଦୁଗ୍ଧର ଚର୍ବି ବଦଳରେ ବିକଳ୍ପ ଉପାଦାନ ବ୍ୟବହୃତ ହୁଏ। କର୍ତ୍ତୃପକ୍ଷଙ୍କ ଚିନ୍ତାର ବିଷୟ ହେଉଛି, ଏପରି ଉତ୍ପାଦକୁ ସଠିକ୍ ସୂଚନା ଦିଆନଯାଇ ଅସଲି ଦୁଗ୍ଧଜାତ ପନିର ବୋଲି ବିକ୍ରି କରାଯାଉଛି ।

1 week ago
5


