ମହାରାଷ୍ଟ୍ର ଚାଲାଣ ହୋଇଥାନ୍ତେ: ହୋଟେଲ୍‌ ମାଲିକ ବାପପୁଅଙ୍କ ବ୍ୟାଙ୍କ ଆକାଉଣ୍ଟ ଓ କଲ୍‌ ରେକର୍ଡ ଯାଞ୍ଚ

1 week ago 7
ARTICLE AD BOX

ଜଳେଶ୍ୱର,: ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍‌ ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଂଉଟାନ୍‌ ଉଦ୍ଧାର ଘଟଣାରେ କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟାସ୍କଫୋର୍ସ (ଏସ୍‌ଟିଏଫ୍‌) ତଦନ୍ତକୁ ଜୋର୍‌ଦାର କରିଛି। ପ୍ରାଥମିକ ତଦନ୍ତରୁ ଦୀଘାର ଗ୍ରାଣ୍ଡ ହେରିଟେଜ୍‌ ହୋଟେଲ୍‌ର ମାଲିକ ଓ ତାଙ୍କ ପୁଅ ମୁଖ୍ୟ ସନ୍ଦିଗ୍ଧ ରହିଛନ୍ତି। ତେବେ ତଦନ୍ତ ଆଗକୁ ବଢ଼ିବା ସହ ନୂଆ ତଥ୍ୟ ସାମନାକୁ ଆସୁଛି। ଏସ୍‌ଟିଏଫ୍‌ ସୂଚନା ଅନୁସାରେ, ଇଣ୍ଡୋନେସିଆ କିମ୍ବା ମାଲେସିଆରୁ ମ୍ୟାମାର ଦେଇ ସମୁଦ୍ରପଥରେ ଓରାଂଉଟାନ୍‌ ଶାବକଗୁଡ଼ିକୁ ଭାରତ ଅଣାଯାଇଥିଲା। ପରେ ମିଜୋରାମ, ଆସାମ ଓ ପଶ୍ଚିମବଙ୍ଗ ଦେଇ ସେଗୁଡ଼ିକୁ ଦୀଘାର ହେଲିପ୍ୟାଡ୍‌ ନିକଟସ୍ଥ ଗ୍ରାଣ୍ଡ ହେରିଟେଜ୍‌ ହୋଟେଲ୍‌କୁ ପହଞ୍ଚାଯାଇଥିଲା। ସେଠାରୁ ଅନ୍ୟ ଏକ ଗାଡ଼ିରେ ମହାରାଷ୍ଟ୍ର ପଠାଇବା ପାଇଁ ଡିଲ୍‌ ହୋଇଥିବା କୁହାଯାଉଛି। କିନ୍ତୁ ଗ୍ରାହକ ନ ପହଞ୍ଚିବା ଏବଂ ଯୋଗାଯୋଗ ସମ୍ଭବ ନ ହେବାରୁ ଚୋରା ଚାଲାଣକାରୀମାନେ ଓରାଂଉଟାନ୍‌ ଶାବକଗୁଡ଼ିକୁ ହୋଟେଲ୍‌ରେ ଛାଡ଼ି ପଳାଇଥିଲେ। ପରେ ସେଗୁଡ଼ିକୁ ରଣକୋଠା ଜଙ୍ଗଲରେ ଛାଡ଼ି ଦିଆଯାଇଥିବା କୁହାଯାଉଛି।

Education: 'ଇଗ୍ନୋ' ରେ ଜୁଲାଇ ୨୦୨୬ ଶିକ୍ଷା ସତ୍ର ପାଇଁ ନୁତନ ନାମଲେଖା ପଂଜୀକରଣ ଅବଧି ବୃଦ୍ଧି

ହୋଟେଲ୍‌ ମାଲିକ ବାପପୁଅଙ୍କ ବ୍ୟାଙ୍କ ଆକାଉଣ୍ଟ ଓ କଲ୍‌ ରେକର୍ଡ ଯାଞ୍ଚ
୪ ରାଜ୍ୟ ପୁଲିସ ସହ ସମନ୍ୱୟ ରଖିଛି ଏସ୍‌ଟିଏଫ୍‌

ଏହି ମାମଲାରେ ହୋଟେଲ୍‌ ମାଲିକ ଓ ତାଙ୍କ ପୁଅଙ୍କର ଚୋରା ଚାଲାଣ ସହ ପୂର୍ବରୁ ସମ୍ପର୍କ ଥିଲା କି, ନା କେବଳ ଶେଷ ପର୍ଯ୍ୟାୟର ଟ୍ରାନ୍‌ଜିଟ୍‌ ପଏଣ୍ଟ ଭାବେ ହୋଟେଲ୍‌ ବ୍ୟବହୃତ ହୋଇଥିଲା, ସେ ନେଇ ତଦନ୍ତ ଚାଲିଛି।  ହୋଟେଲ୍‌ କର୍ମଚାରୀଙ୍କୁ ମଧ୍ୟ ପଚରାଉଚରା କରାଯାଉଛି। ଏଥିସହିତ ବିକ୍ରି ସଂପର୍କିତ ଅର୍ଥ କାହା ଆକାଉଣ୍ଟକୁ ଯାଇଛି ତାହା ମଧ୍ୟ ଏସ୍‌ଟିଏଫ୍‌ର ଯାଞ୍ଚ ପରିସରରେ ରହିଛି। ସେହି ଦୃଷ୍ଟିରୁ ହୋଟେଲ୍‌ ମାଲିକ ଓ ତାଙ୍କ ପୁଅଙ୍କ କଲ୍‌ ଡିଟେଲ୍‌ସ ରେକର୍ଡ (ସିଡିଆର୍‌) ସହ ବ୍ୟାଙ୍କ କାରବାର ଯାଞ୍ଚକୁ ଗୁରୁତ୍ୱ ଦିଆଯାଉଛି। ହୋଟେଲ୍‌ ମାଲିକ ଓ ତାଙ୍କ ପୁଅଙ୍କ ଗିରଫଦାରୀକୁ ଏସ୍‌ଟିଏଫ୍‌ ଏକ ପ୍ରମୁଖ ଲକ୍ଷ୍ୟ ଭାବେ ନେଇଥିବା ସୂଚନା ମିଳିଛି।

WSC: ଦକ୍ଷତା ବିକାଶର ମଡେଲ ଭାବେ ‘ବିଶ୍ୱ ଦକ୍ଷତା କେନ୍ଦ୍ର’କୁ ନୀତି ଆୟୋଗର ପ୍ରଶଂସା

ଅନ୍ୟପକ୍ଷରେ, ସମୁଦ୍ରପଥରେ ଚୋରା ଚାଲାଣର ସୂତ୍ର ମିଳିଥିବାରୁ ଭାରତୀୟ ତଟରକ୍ଷୀ ବାହିନୀର ସହଯୋଗ ନେବାକୁ ମଧ୍ୟ ଏସ୍‌ଟିଏଫ୍‌ ବିଚାର କରୁଛି। ତଦନ୍ତକାରୀ ସଂସ୍ଥାର ପ୍ରାଥମିକ ଆକଳନ ଅନୁଯାୟୀ, ଏହି ଆନ୍ତର୍ଜାତିକ ବନ୍ୟଜନ୍ତୁ ଚୋରା କାରବାରରେ ମହାରାଷ୍ଟ୍ର, ଆସାମ, ପଶ୍ଚିମବଙ୍ଗ ଓ ମିଜୋରାମର ଏକ ସଂଗଠିତ ରୢାକେଟ୍‌ର ସମ୍ପୃକ୍ତି ରହିଛି। ସେଥିପାଇଁ ସମ୍ପୃକ୍ତ ରାଜ୍ୟଗୁଡ଼ିକର ପୁଲିସ ସହ ଯୋଗାଯୋଗ ଆରମ୍ଭ ହୋଇଛି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଦୀଘାର ହେଲିପ୍ୟାଡ୍‌ ନିକଟସ୍ଥ ହୋଟେଲ୍‌ ପରିସରରେ ପ୍ରାୟ ୩୦ ଘଣ୍ଟା ଧରି ଗାଡ଼ି ଭିତରେ ୫ଟି ଓରାଂଉଟାନ୍‌ ରହିଥିବା ସତ୍ତ୍ୱେ ସ୍ଥାନୀୟ ପୁଲିସ ଏହାର ସନ୍ଧାନ ନ ପାଇବା ନେଇ ଦୀଘା ପୁଲିସର ଭୂମିକା ମଧ୍ୟ ସନ୍ଦେହଘେରକୁ ଆସିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.