ARTICLE AD BOX
ଲଣ୍ଡନ : ଇଂଲଣ୍ଡ ଓ ୱେଲ୍ସରେ ଚଳିତବର୍ଷ ମେ ଓ ଜୁନ୍ ମାସରେ ରେକର୍ଡଭଙ୍ଗା ଗ୍ରୀଷ୍ମପ୍ରବାହ ପ୍ରାୟ ୩ ହଜାର ଲୋକଙ୍କ ଜୀବନ ନେଇଛି । ବ୍ରିଟେନର ସ୍ବାସ୍ଥ୍ୟ ସୁରକ୍ଷା ଏଜେନ୍ସି (ୟୁକେଏଚ୍ଏସ୍ଏ) ପକ୍ଷରୁ ପ୍ରକାଶିତ ସଦ୍ୟତମ ଆକଳନ ଅନୁସାରେ, ମେ ଓ ଜୁନ୍ର ଗ୍ରୀଷ୍ମପ୍ରବାହ ଯୋଗୁଁ ୨,୮୭୭ ଜଣଙ୍କର ମୃତ୍ୟୁ ଘଟିଛି । ଏହି ସଂଖ୍ୟା ୨୦୨୨ରେ ହୋଇଥିବା ୨,୯୮୫ ଜଣଙ୍କ ମୃତ୍ୟୁ ରେକର୍ଡର ଖୁବ୍ ନିକଟରେ ପହଞ୍ଚିଛି । ଅଗଷ୍ଟ ମାସ ଏଯାଏଁ ବାକି ଥିବାରୁ ଚଳିତବର୍ଷ ଏହି ରେକର୍ଡ ଭାଙ୍ଗିପାରେ ବୋଲି ଆଶଙ୍କା କରାଯାଉଛି ।
ୟୁକେଏଚ୍ଏସ୍ଏ କହିଛି, ଅଧିକାଂଶ ମୃତ୍ୟୁ ୭୫ ବର୍ଷରୁ ଅଧିକ ବୟସ୍କ ଏବଂ ପୂର୍ବରୁ ବିଭିନ୍ନ ରୋଗରେ ପୀଡ଼ିତ ଲୋକଙ୍କ ମଧ୍ୟରେ ଘଟିଛି । ତୀବ୍ର ଗରମ ଯୋଗୁଁ ହୃଦ୍ରୋଗ, ଶ୍ବାସକ୍ରିୟା ଓ ଅନ୍ୟାନ୍ୟ ସ୍ବାସ୍ଥ୍ୟ ସମସ୍ୟା ବଢ଼ିଯିବାରୁ ଏହି ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି । ଗ୍ରୀଷ୍ମପ୍ରବାହ ସମୟରେ ଦେଶର ଜାତୀୟ ସ୍ବାସ୍ଥ୍ୟ ସେବା (ଏନ୍ଏଚ୍ଏସ୍) ଉପରେ ମଧ୍ୟ ଅସାଧାରଣ ଚାପ ପଡ଼ିଥିଲା ।
ଲିଫ୍ଟ ଦୁର୍ଘଟଣାରେ ଦାୟିତ୍ବ ନିର୍ଦ୍ଧାରଣ ନେଇ ସୁପ୍ରିମ୍କୋର୍ଟଙ୍କ ଐତିହାସିକ ରାୟ
ବିଶେଷଜ୍ଞଙ୍କ ମତରେ, ଜଳବାୟୁ ପରିବର୍ତ୍ତନ ଯୋଗୁଁ ବ୍ରିଟେନରେ ଗ୍ରୀଷ୍ମପ୍ରବାହର ତୀବ୍ରତା ଓ ସ୍ଥାୟିତ୍ବ ଦ୍ରୁତ ଗତିରେ ବଢ଼ୁଛି । ଇମ୍ପେରିଆଲ୍ କଲେଜ୍ ଲଣ୍ଡନ, ବ୍ରିଟେନର ମେଟ୍ ଅଫିସ୍ ଓ ଲଣ୍ଡନ ସ୍କୁଲ୍ ଅଫ୍ ହାଇଜିନ୍ ଆଣ୍ଡ୍ ଟ୍ରପିକାଲ୍ ମେଡିସିନ୍ର ଗବେଷକମାନଙ୍କ ଅଧ୍ୟୟନରୁ ଜଣାପଡ଼ିଛି ଯେ, ମେ ଓ ଜୁନ୍ର ଗ୍ରୀଷ୍ମପ୍ରବାହରେ ହୋଇଥିବା ମୃତ୍ୟୁର ପ୍ରାୟ ୪୨ ପ୍ରତିଶତ ମାନବସୃଷ୍ଟ ଜଳବାୟୁ ପରିବର୍ତ୍ତନ ଯୋଗୁଁ ତାପମାତ୍ରା ବୃଦ୍ଧି ସହ ସିଧାସଳଖ ସମ୍ପର୍କିତ ।
ଚଳିତବର୍ଷ ମେ ମାସରେ ପଶ୍ଚିମ ଲଣ୍ଡନରେ ୩୫.୧ ଡିଗ୍ରି ସେଲ୍ସିୟସ୍ ଏବଂ ଜୁନ୍ରେ ନର୍ଫକ୍ର ଲିଙ୍ଗଉଡ୍ରେ ୩୭.୭ ଡିଗ୍ରି ସେଲ୍ସିୟସ୍ ତାପମାତ୍ରା ରେକର୍ଡ ହୋଇଥିଲା । ଏହି ଗ୍ରୀଷ୍ମପ୍ରବାହ ସମୟରେ ଦେଶର ବିଭିନ୍ନ ଅଞ୍ଚଳରେ ରେଡ୍ ହେଲ୍ଥ ହିଟ୍ ଆଲର୍ଟ ଜାରି କରାଯାଇଥିଲା । କିଛି ହସ୍ପିଟାଲ୍ରେ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଥିବାବେଳେ ଲଣ୍ଡନ ଆମ୍ବୁଲାନ୍ସ ସେବା ଇତିହାସରେ ସର୍ବାଧିକ ଜରୁରୀ ଫୋନ୍ କଲ୍ ପାଇଥିଲା ।

1 hour ago
2


