ବିଶ୍ୱ ସାମୁଦ୍ରିକ ଦିବସ

4 days ago 5
ARTICLE AD BOX

କଟକସ୍ଥିତ ଓଡ଼ିଶା ରାଜ୍ୟ ସାମୁଦ୍ରିକ ସଂଗ୍ରହାଳୟ ପରିସରରେ ଆଜି ବିଶ୍ୱ ସାମୁଦ୍ରିକ ଦିବସ-୨୦୨୬ ପାଳିତ ହୋଇଛି। ଜଳ ସମ୍ପଦ ବିଭାଗ ଏବଂ ସାମୁଦ୍ରିକ ସଂଗ୍ରହାଳୟ ସହ ସଂପୃକ୍ତ ଅଧିକାରୀ, କର୍ମଚାରୀ ଓ ଅନ୍ୟମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଓଡ଼ିଶାର ଗୌରବମୟ ସାମୁଦ୍ରିକ ପରମ୍ପରା ଓ ଐତିହ୍ୟକୁ ସ୍ମରଣ କରିଥିଲେ। ଏହି ଅବସରରେ ସାମୁଦ୍ରିକ ଐତିହ୍ୟକୁ ଆଧାର କରି ବାଲୁକା ଶିଳ୍ପ ପ୍ରଦର୍ଶନ କରାଯାଇଥିବାବେଳେ ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ, ସମୁଦ୍ରଯାତ୍ରା, ବିଦେଶୀ ବାଣିଜ୍ୟିକ ସମ୍ପର୍କ ଓ ନୌଚାଳନା ପରମ୍ପରା ସମ୍ପର୍କିତ ପୋଷ୍ଟର ପ୍ରଦର୍ଶନୀ ଆୟୋଜିତ ହୋଇଥିଲା।

24 Sep 2026 18:12 IST

24 Sep 2026 18:12 IST

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ

Read Entire Article
LEFT SIDEBAR AD

Hidden in mobile, Best for skyscrapers.