Unregistered pesticides: ଅଣପଞ୍ଜୀକୃତ କୀଟନାଶକ ବିକ୍ରି ପାଇଁ ଆମାଜନ, ଫ୍ଲିପକାର୍ଟ ଓ ଜିଓମାର୍ଟକୁ ଜରିମାନା

1 hour ago 1
ARTICLE AD BOX

ନୂଆଦିଲ୍ଲୀ: ବେଆଇନ ଏବଂ ଅଣପଞ୍ଜୀକୃତ କୃଷି-ରାସାୟନିକ ପଦାର୍ଥ ବିକ୍ରି ଓ ବିଜ୍ଞାପନ ପ୍ରସାରଣ ମାମଲାରେ ପ୍ରମୁଖ ଇ-କମର୍ସ ସଂସ୍ଥାଗୁଡ଼ିକ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ (CCPA)। ନିୟମ ଉଲ୍ଲଂଘନ କରି 'ସାଇକ୍ଲୋସିନୋନ୍ ହର୍ବିସାଇଡ୍' ନାମକ ଅଣପଞ୍ଜୀକୃତ ଘାସମରା ଔଷଧ ବିକ୍ରି କରୁଥିବାରୁ ଆମାଜନ ଏବଂ ଫ୍ଲିପକାର୍ଟ ଉପରେ ୧୦-୧୦ ଲକ୍ଷ ଟଙ୍କା ଏବଂ ଜିଓମାର୍ଟ ଉପରେ ୫ ଲକ୍ଷ ଟଙ୍କାର ଜରିମାନା ଆଦେଶ ଦିଆଯାଇଛି।

ଆହୁରି ପଢନ୍ତୁ :Odisha Streetlight Scam: ଷ୍ଟ୍ରିଟ୍‌ଲାଇଟ୍‌ ଦୁର୍ନୀତି ମାମଲା, କୋର୍ଟରେ ଆତ୍ମସମର୍ପଣ କଲେ ୩ ଅଭିଯୁକ୍ତ ଯନ୍ତ୍ରୀ

କାହିଁକି ହେଲା କାର୍ଯ୍ୟାନୁଷ୍ଠାନ?
ସିସିପିଏ (CCPA) ଅନୁଯାୟୀ, ଏହି ତିନୋଟି ପ୍ଲାଟଫର୍ମରେ 'ସାଇକ୍ଲୋସିନୋନ୍ ହର୍ବିସାଇଡ୍' ବିକ୍ରି ହେଉଥିଲେ ମଧ୍ୟ ସେଥିରେ ବ୍ୟବହୃତ ହୋଇଥିବା ସକ୍ରିୟ ରାସାୟନିକ ଉପାଦାନ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନଥିଲା। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟର ସୂଚନା ମୁତାବକ, 'ସାଇକ୍ଲୋସିନୋନ୍' ନାମକ କୌଣସି ରାସାୟନିକ ପଦାର୍ଥ କୀଟନାଶକ ଅଧିନିୟମ, ୧୯୬୮ର ତାଲିକାରେ ଅନ୍ତର୍ଭୁକ୍ତ ନୁହେଁ। ଏହାଫଳରେ ଏହି ଉତ୍ପାଦର ସୁରକ୍ଷା ଓ ବୈଧତା ଉପରେ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା।

ଆହୁରି ପଢନ୍ତୁ :Jio Cheapest Plan: ଗୋଟେ ରିଚାର୍ଜରେ ଚାଲିବ ସମ୍ପୂର୍ଣ୍ଣ ପରିବାରର ସିମ୍

କିଏ କରିଥିଲା ଅଭିଯୋଗ?
'କ୍ରପ୍ କେୟାର ଫେଡେରେସନ୍ ଅଫ୍ ଇଣ୍ଡିଆ'ର ଅଭିଯୋଗ ଆଧାରରେ କୃଷି ମନ୍ତ୍ରଣାଳୟ ଏହି ମାମଲାକୁ ଆଗକୁ ବଢ଼ାଇଥିଲା। ତଦନ୍ତରୁ ଜଣାପଡ଼ିଥିଲା ଯେ ଅନ୍‌ଲାଇନ୍‌ରେ ଏହି କୀଟନାଶକ ବିକ୍ରି ପାଇଁ ଆବଶ୍ୟକ ଆଇନଗତ ନିୟମାବଳୀ ଓ ସୂଚନା ପ୍ରଦାନ କରାଯାଇନଥିଲା। ସିସିପିଏ ଆଦେଶରୁ ମିଳିଥିବା ସୂଚନା ଅନୁଯାୟୀ, କେବଳ ଆମାଜନ୍ ପ୍ଲାଟଫର୍ମରେ ଜରିଆରେ ଏହି ଅଣପଞ୍ଜୀକୃତ ହର୍ବିସାଇଡ୍‌ର ୩୮,୪୧୦ଟି ଅର୍ଡର ଆସିଥିଲା ଏବଂ ମୋଟ ୪୩,୬୩୪ ୟୁନିଟ୍ ବିକ୍ରି ହୋଇସାରିଛି। ଏହାର ସମୁଦାୟ ବିକ୍ରି ମୂଲ୍ୟ ପ୍ରାୟ ୯୬.୪୨ ଲକ୍ଷ ଟଙ୍କା ବୋଲି ଆକଳନ କରାଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.