ARTICLE AD BOX
ଫିରୋଜପୁର: ପଞ୍ଜାବର ଫିରୋଜପୁର ସେକ୍ଟରସ୍ଥିତ ଭାରତ-ପାକିସ୍ତାନ ସୀମାରେ ଡ୍ୟୁଟିରେ ଥିବା ବେଳେ କରେଣ୍ଟ ଲାଗି ବିହାରର ୩୦ ବର୍ଷୀୟ ବିଏସଏଫ୍ ଯବାନ ଚନ୍ଦନ ସିଂହଙ୍କର ମୃତ୍ୟୁ ଘଟିଛି। ଏହି ଦୁଃଖଦ ଘଟଣା ପରେ ତାଙ୍କ ପୈତୃକ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ବେଳେ, ପରିବାର ଲୋକେ ହତ୍ୟା ବା ନିର୍ଯାତନା ଅଭିଯୋଗ ଆଣି ପୃଥକ ତଦନ୍ତ ଦାବି କରିଛନ୍ତି।
ବାହୁଡ଼ାଯାତ୍ରା ଆଜି: ପହଣ୍ଡିରୁ ଛେରାପହଁରା ପର୍ଯ୍ୟନ୍ତ ଜାଣନ୍ତୁ କେତେବେଳେ କେଉଁ ନୀତିକାନ୍ତି?
ଏହା କେବଳ ଏକ ଦୁର୍ଘଟଣା ନୁହେଁ ବୋଲି ଚନ୍ଦନ ସିଂହଙ୍କ ସ୍ତ୍ରୀ ଅଞ୍ଜୁ ଦେବୀ ଦାବି କରିଛନ୍ତି। ଜଣେ ବରିଷ୍ଠ ଅଧିକାରୀ ତାଙ୍କୁ କ୍ରମାଗତ ଭାବେ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିବା ନେଇ ଚନ୍ଦନ ପୂର୍ବରୁ ଫୋନରେ ଜଣାଇଥିଲେ ଏବଂ ଚାକିରି ଛାଡ଼ିବାକୁ ମଧ୍ୟ ଚିନ୍ତା କରୁଥିଲେ ବୋଲି ସେ ଅଭିଯୋଗ କରିଛନ୍ତି।
ଏହି ମାମଲାର ନିରପେକ୍ଷ ତଦନ୍ତ ପାଇଁ ପରିବାର ପକ୍ଷରୁ ଦାବି କରାଯାଇଛି। ଶବ ବ୍ୟବଚ୍ଛେଦ ଏବଂ ଅଫିସିଆଲ୍ ପ୍ରକ୍ରିୟା ଶେଷ ହେବା ପରେ ମୃତଦେହ ଗାଁକୁ ପଠାଯିବ, ଯେଉଁଠାରେ ଶେଷକୃତ୍ୟ ସମ୍ପନ୍ନ ହେବ।ତେବେ ମୁଙ୍ଗେର ଜିଲ୍ଲା ଶାମପୁର ଥାନା ଅନ୍ତର୍ଗତ ଜବାୟତ ଗ୍ରାମର ନିବାସୀ ଚନ୍ଦନ ସିଂହ ବିଏସଏଫରେ ଜେନେରେଟର ଅପରେଟର ଭାବେ କାର୍ଯ୍ୟରତ ଥିଲେ। ବୁଧବାର ରାତିରେ ସୋର୍ଟ ସର୍କିଟ ଯୋଗୁଁ ବିଦ୍ୟୁତ୍ ଆଘାତ ଲାଗି ତାଙ୍କର ମୃତ୍ୟୁ ଘଟିଥିବା ବିଏସଏଫ ପକ୍ଷରୁ ପ୍ରାଥମିକ ସୂଚନା ମିଳିଛି।

1 hour ago
1


