ଝୁଲି ଝୁଲି ଆସୁଛନ୍ତି କାଳିଆ ସାଆନ୍ତେ,  ଲୋକାଲଣ୍ୟ ଗୁଣ୍ଡିଚା ମନ୍ଦିର ଠାରୁ ବଡ଼ଦାଣ୍ଡ

1 hour ago 1
ARTICLE AD BOX

ପୁରୀ: ଝୁଲି ଝୁଲି ଆସୁଛନ୍ତି କାଳିଆ ସାଆନ୍ତେ ।  ଧାଡ଼ି ପହଣ୍ଡିରେ ଆସୁଛି କାଳି । ବାହୁଡ଼ାଯାତ୍ରା  ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଲୋକାଲଣ୍ୟ ଗୁଣ୍ଡିଚା ମନ୍ଦିର ଠାରୁ ବଡ଼ଦାଣ୍ଡ । ବାହୁଡ଼ା ଯାତ୍ରା ହେଉଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନବଦିନାତ୍ମକ ଯାତ୍ରାର ଅନ୍ତିମ ପର୍ଯ୍ୟାୟ। ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରରେ ନଅ ଦିନର ଲୀଳାଖେଳା ସାରି ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଓ ଜଗତର ନାଥ ଶ୍ରୀଜଗନ୍ନାଥ ପୁଣି ରଥରେ ଚଢ଼ି ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନକରୁଛନ୍ତି । ବାହୁଡ଼ା ଯାତ୍ରାର ସବୁଠାରୁ ଆକର୍ଷଣୀୟ ଦୃଶ୍ୟ ହେଉଛି 'ପହଣ୍ଡି ବିଜେ'।

ଅଧିକ ପଢନ୍ତୁ: Pahandi: ସୁଦର୍ଶନ ଓ ବଳଭଦ୍ରଙ୍କ ପରେ ଦେବୀ ସୁଭଦ୍ରାଙ୍କ ପହଣ୍ଡି ଜାରି

ଭକ୍ତଙ୍କ ଗହଣରେ, ସେବକଙ୍କ କାନ୍ଧରେ ଭର ଦେଇ ଯେତେବେଳେ କାଳିଆ ସାଆନ୍ତେ "ଝୁଲି ଝୁଲି" ଗୁଣ୍ଡିଚା ମନ୍ଦିରରୁ ବାହାରି ରଥକୁ ଆସନ୍ତି, ସେହି ଦୃଶ୍ୟ ଦେଖିଲେ ମନରେ ଭକ୍ତିଭାବ ଭରିଯାଏ। ଘଣ୍ଟ, କାହାଳୀ, ଶଙ୍ଖ ଓ ମୃଦଙ୍ଗର ତାଳେ ତାଳେ ପ୍ରଭୁଙ୍କର ସେହି ଦୋଳାୟମାନ ଭଙ୍ଗୀ ଭକ୍ତଙ୍କୁ ମନ୍ତ୍ରମୁଗ୍ଧ କରିଦିଏ। ବାଟରେ ମହାପ୍ରଭୁଙ୍କ ରଥ 'ମାଉସୀ ମା' ମନ୍ଦିର ନିକଟରେ ଅଟକିଥାଏ।

ସେଠାରେ ଠାକୁରଙ୍କୁ ଅତି ପ୍ରିୟ 'ପୋଡ଼ ପିଠା' ଭୋଗ ଲାଗି କରାଯାଏ। ଏହାପରେ ରଥ ଶ୍ରୀମନ୍ଦିର ଅଭିମୁଖେ ଗଡ଼ିଚାଲେ। ଏହି ଯାତ୍ରା କେବଳ ଏକ ପରମ୍ପରା ନୁହେଁ, ବରଂ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଥିବା ନିବିଡ଼ ସମ୍ପର୍କର ଏକ ଜ୍ୱଳନ୍ତ ଉଦାହରଣ।କାଳିଆର ସେହି ଚକାଆଖିକୁ ଚାହିଁ ଭକ୍ତ ନିଜର ସବୁ ଦୁଃଖ ଭୁଲିଯାଏ। ଝୁଲି ଝୁଲି ଆସୁଥିବା କାଳିଆ ସାଆନ୍ତଙ୍କୁ ଥରେ ଦର୍ଶନ କରିବା ପାଇଁ ବଡ଼ଦାଣ୍ଡରେ ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ଼  ଜମିଛି । 
 

Read Entire Article
LEFT SIDEBAR AD

Hidden in mobile, Best for skyscrapers.