ଚୀନ୍‌ର ଏହି ବଜାରରେ ବିକ୍ରି ହୁଏ  ସାପ-କୁମ୍ଭୀର : କିଣିବାକୁ ଲୋକଙ୍କ ଲାଗୁଛି ଗହଳି

22 hours ago 1
ARTICLE AD BOX

ନୂଆଦିଲ୍ଲୀ: ଚୀନ୍ ନିଜର ଅଦ୍ଭୁତ ଏବଂ ବିଚିତ୍ର ଖାଦ୍ୟ ପରମ୍ପରା ପାଇଁ ସାରା ବିଶ୍ୱରେ ପରିଚିତ। ବିଶେଷ କରି ସେଠାକାର 'ୱେଟ୍ ମାର୍କେଟ୍' ବା ମାଂସ ବଜାରଗୁଡ଼ିକରେ ଏମିତି ସବୁ ଜୀବଙ୍କ ମାଂସ ମିଳେ, ଯାହା ଶୁଣିଲେ ଯେକେହି ବି ଆଶ୍ଚର୍ଯ୍ୟ ହୋଇଯିବେ। ଏହି ବଜାରଗୁଡ଼ିକରେ ସାପ, ମଗରମଚ୍ଛ, ବାଦୁଡ଼ି, କୁକୁର, ବିଲେଇ, କୁମ୍ଭୀର, କଇଁଛ, ବେଙ୍ଗ, କଙ୍କି ଏବଂ ବିଛା ଠାରୁ ଆରମ୍ଭ କରି ଅନେକ ବନ୍ୟଜନ୍ତୁଙ୍କ ମାଂସ ଖୋଲାଖୋଲି ଭାବେ ବିକ୍ରି ହୁଏ । ଚୀନର ୱୁହାନ ସହରର ମାଂସ ବଜାର ସବୁଠାରୁ ଅଧିକ ଚର୍ଚ୍ଚିତ, କାରଣ କୁହାଯାଏ ଯେ କରୋନା ମହାମାରୀର ଆରମ୍ଭ ଏହିଠାରୁ ହିଁ ହୋଇଥିଲା ।

ଅଧିକ ପଢନ୍ତୁ: Chinese Encroachment: ଆମ ଜମିକୁ ୬ ବର୍ଷ ହେଲା ଦଖଲ କରାଯାଉଛି: ଚୀନ୍ ଅନୁପ୍ରବେଶର ପର୍ଦ୍ଦାଫାସ୍ କଲେ ଅରୁଣାଚଳର ଆଦିବାସୀ ସମ୍ପ୍ରଦାୟ

ଏହି ବଜାରଗୁଡ଼ିକରେ ଜୀବନ୍ତ ପଶୁମାନଙ୍କୁ ଛୋଟ ଛୋଟ ପଞ୍ଜୁରିରେ ଅତି ଅସ୍ୱାସ୍ଥ୍ୟକର ପରିବେଶରେ ରଖାଯାଏ ଏବଂ ଗ୍ରାହକଙ୍କ ପସନ୍ଦ ଅନୁଯାୟୀ ସେମାନଙ୍କୁ ସେଠାରେ ହିଁ କଟାଯାଏ। ଚୀନର ଅନେକ ଲୋକ ବିଶ୍ୱାସ କରନ୍ତି ଯେ ଏହି ବନ୍ୟଜନ୍ତୁଙ୍କ ମାଂସ ଖାଇବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ ଏବଂ ଅନେକ ଜଟିଳ ରୋଗ ଭଲ ହୋଇଥାଏ। ଉଦାହରଣ ସ୍ୱରୂପ, ସେଠାରେ ମଗରମଚ୍ଛ ମାଂସକୁ ଶ୍ୱାସକ୍ରିୟା ସମ୍ବନ୍ଧୀୟ ସମସ୍ୟା ପାଇଁ ଏବଂ ସାପ ରକ୍ତକୁ ଶାରୀରିକ ଶକ୍ତି ବଢାଇବା ପାଇଁ ବ୍ୟବହାର କରାଯାଏ।

 କ’ଣ ଆଜି ବି ବିକ୍ରି ହେଉଛି  ସାପ, କୁମ୍ଭୀର ?   
 ୨୦୨୦ କରୋନା ଭାଇରସ୍ ମହାମାରୀ ପରେ ଚୀନର ଏହି  ମାଂସ ବଜାର ବିଶ୍ୱବ୍ୟାପୀ ନଜରରେ ଆସିଥିଲା ।  ଏହା ପରେ, ଚୀନ୍ ବନ୍ୟପ୍ରାଣୀଙ୍କ ବାଣିଜ୍ୟ ଏବଂ ବ୍ୟବହାରକୁ ରୋକିବା ପାଇଁ ଅନେକ କଠୋର ପଦକ୍ଷେପ କାର୍ଯ୍ୟକାରୀ କରିଥିଲା। ତଥାପି ଚୀନ୍‌ର କିଛି ସ୍ଥାନ ମାନଙ୍କରେ ଏପରି ମାର୍କେଟ ଆଜି ବି ଚାଲିଛି।  ଆଉ ଏହି ମାର୍କେଟ ବହୁ ଚର୍ଚ୍ଚିତ ମଧ୍ୟ। 

 ଲୋକମାନେ ଏପରି ବଜାର କାହିଁକି ଯାଆନ୍ତି?   
ବିଦେଶୀ ପର୍ଯ୍ୟଟକଙ୍କ ପାଇଁ, ଏହି ବଜାରଗୁଡ଼ିକ କିଛି ଆଶ୍ଚର୍ଯ୍ୟଠାରୁ କମ୍ ନୁହେଁ । ଏହାର ଫଟୋ ଏବଂ ଭିଡିଓ ସୋସିଆଲ ମିଡ଼ିଆରେ ବହୁଳ ଭାବରେ   ଭାଇରାଲ  ହୋଇଥାଏ। । ଅଧିକାଂଶ ଦେଶରେ ଲୋକମାନେ  ଦୂରରୁ ସାପ କିମ୍ବା କୁମ୍ଭୀରକୁ ଦେଖିବାକୁ ମଧ୍ୟ ଭୟ କରନ୍ତି କିନ୍ତ  ଚୀନ୍‌ର  ମାର୍କେଟରେ ଏଗୁଡ଼ିକୁ ଖାଦ୍ୟ ଭାବରେ ବିକ୍ରି କରାଯାଏ। ଯେଉଁଥିପାଇଁ ଏହି ମାର୍କେଟ ମାନଙ୍କର ଭିଡିଓ ଖୁବ୍‌ ଭାଇରାଲ ମଧ୍ୟ ହୋଇଥାଏ ଆଉ ଲକ୍ଷ ଲକ୍ଷ ଲୋକ ଦେଖିଥାନ୍ତି। ଆଉ ବଜାରରରେ ପର୍ଯ୍ୟଟଙ୍କ  ଭିଡ ମଧ୍ୟ ଦେଖିବାକୁ ମିଳିଥାଏ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ଅନ୍ୟାନ୍ୟ ଦେଶ ଏହିଭଳି ବଜାରକୁ ବନ୍ଦ କରିବା ପାଇଁ ଅନେକ ସମୟରେ ଦାବି କରିଆସୁଛନ୍ତି। ଏହା ସତ୍ତ୍ୱେ, ଚୀନର କିଛି ଅଞ୍ଚଳରେ ଏହି ପରମ୍ପରା ଆଜି ବି ଚାଲିଛି, ଯାହା ସାରା ବିଶ୍ୱ ପାଇଁ ଚିନ୍ତାର ବିଷୟ।
  

Read Entire Article
LEFT SIDEBAR AD

Hidden in mobile, Best for skyscrapers.