ଚାପ ଦୂର କରିବାର ସାତ ବିଜ୍ଞାନସିଦ୍ଧ ଉପାୟ

1 week ago 6
ARTICLE AD BOX

ଦୈନନ୍ଦିନ ଜୀବନରେ ଚାପ ବା ଷ୍ଟ୍ରେସ୍‌କୁ ଏଡ଼ାଇବା ସବୁବେଳେ ସମ୍ଭବ ନୁହେଁ। କାମର ଚାପ, ପାରିବାରିକ ସମସ୍ୟା, ଅନିଶ୍ଚିତତା ଓ ନିଦ୍ରାଭାବ ମଣିଷକୁ ଦୁଶ୍ଚିନ୍ତା, ବିରକ୍ତି ଓ ଅସ୍ଥିରତା ଭିତରକୁ ଠେଲିଦିଏ। ଦୀର୍ଘକାଳୀନ ଚାପ ଉଚ୍ଚ ରକ୍ତଚାପ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟାର ଆଶଙ୍କା ବଢ଼ାଇଥାଏ। ତେବେ ବୈଜ୍ଞାନିକ ଗବେଷଣାରୁ ନିଃସୃତ କିଛି ସରଳ ଉପାୟ ଅଛି, ଯାହା ଚାପ କମାଇବାରେ ସହାୟକ ହୋଇପାରେ।

Protest: ତାତିଲେ ମହିଳା, ନଷ୍ଟ କଲେ ଦେଶୀ ଓ ବିଦେଶୀ ମଦ

* ପ୍ରକୃତିର ବିସ୍ମୟକୁ ଉପଭୋଗ କରନ୍ତୁ: ପାହାଡ଼, ଆକାଶ, ସମୁଦ୍ର କିମ୍ବା ସୁନ୍ଦର ସଙ୍ଗୀତ ଭଳି ଅନୁଭୂତି ମନରେ ‘ବିସ୍ମୟ’ ଜାତ କରିଥାଏ। ଏହି ଭାବନା ଆମକୁ ଅଧିକ ସୃଜନଶୀଳ ଓ ଖୁସି କରିବା ସହ ମନରୁ ବିଷାଦର ଭାବନାକୁ କମାଇଦିଏ।

* ପ୍ରିୟଜନଙ୍କ ସାନ୍ନିଧ୍ୟ: ବନ୍ଧୁ ବା ପରିବାରର ସାନ୍ନିଧ୍ୟ ଚାପପୂର୍ଣ୍ଣ ପରିସ୍ଥିତିକୁ ହାଲୁକା କରିଦିଏ। ଏପରିକି ପ୍ରିୟ ବ୍ୟକ୍ତିଙ୍କୁ ଆଲିଙ୍ଗନ କରିବାର କଳ୍ପନା ମଧ୍ୟ ଚାପ କମାଏ ବୋଲି ଗବେଷଣାରୁ ଜଣାପଡ଼ିଛି।

* ଧୀରେ ଶ୍ବାସକ୍ରିୟା: ଧୀର ଓ ଗଭୀର ନିଃଶ୍ୱାସ ପ୍ରଶ୍ବାସ ହୃଦ୍‌ସ୍ପନ୍ଦନ, କର୍ଟିସଲ୍‌ ଓ ଶରୀରର ଉତ୍ତେଜନା ସ୍ତର ହ୍ରାସ କରିବାରେ ସହାୟକ ହୋଇଥାଏ।

* ଖେଳିବା ପାଇଁ ସମୟ କାଢ଼ନ୍ତୁ: ଖେଳକୁଦ ଶିଶୁଙ୍କୁ ଯେଉଁସବୁ ସକାରାତ୍ମକ ଶାରୀରିକ ଓ ମାନସିକ ଲାଭ ଦେଇଥାଏ, ବଡ଼ ଲୋକଙ୍କୁ ମଧ୍ୟ ଅନୁରୂପ ସୁଫଳ ମିଳେ। ଖେଳୁଆଡ଼ ମନୋଭାବ ଚାପ ମୁକାବିଲା କରିବାର ମାନସିକ ନମନୀୟତା ପ୍ରଦାନ କରିଥାଏ।

* ବାଇନୋରାଲ୍‌ ବିଟ୍‌ ଶୁଣନ୍ତୁ: ‘ବାଇନୋରାଲ୍‌ ବିଟ୍‌’ ନାମକ ବିଶେଷ ଧରଣର ସଙ୍ଗୀତ ଉପରେ ଗବେଷଣା ଚାଲିଛି। କେତେକ ପ୍ରାରମ୍ଭିକ ଅଧ୍ୟୟନରେ ଏହା ମାନସିକ ଚାପ କମାଉଥିବାର ସଙ୍କେତ ମିଳିଛି।

FIR: ଥେରୁବାଲି ଫାଣ୍ଡିରେ ନିର୍ବାହୀ ଯନ୍ତ୍ରୀଙ୍କ ବିରୋଧରେ ଏତଲା

*ପୋଷା କୁକୁର ସହ ସମୟ କାଟନ୍ତୁ: ଚାପପୂର୍ଣ୍ଣ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ କୁକୁର ସହ ମାତ୍ର ୧୦ ମିନିଟ୍‌ ବିତାଇବା ଦ୍ବାରା ଶରୀରର ନକାରାତ୍ମକ ପ୍ରତିକ୍ରିୟା ହ୍ରାସ ପାଇଥାଏ ବୋଲି ଗବେଷଣାରୁ ସ୍ପଷ୍ଟ ହୋଇଛି।

* ଚାପ ନେଇ ଦୃଷ୍ଟିକୋଣ ବଦଳାନ୍ତୁ: ପ୍ରତ୍ୟେକ ଚାପକୁ କେବଳ କ୍ଷତିକାରକ ବୋଲି ନ ଭାବି, କେତେକ ସ୍ଥିତିରେ ଏହା ଆମକୁ ସତର୍କ ଓ ପ୍ରସ୍ତୁତ ରଖିପାରେ ବୋଲି ଭାବିବା, ନକାରାତ୍ମକ ମାନସିକ ପ୍ରତିକ୍ରିୟାକୁ ପ୍ରଭାବିତ କରିପାରେ। ତେବେ ଦୀର୍ଘ କାଳ ଧରି ମାନସିକ ଚାପ ଭୋଗୁଥିଲେ ଡାକ୍ତରଙ୍କ ପାଖକୁ ଯିବା ଗୁରୁତ୍ବପୂର୍ଣ୍ଣ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.