ARTICLE AD BOX
ନିସିନ୍: ଚଳିତ ଏସୀୟ କ୍ରୀଡ଼ାର କ୍ରିକେଟ୍ ପଡ଼ିଆରେ ବର୍ଷାର ଖେଳ ଜାରି ରହିଛି। ବିଶେଷ କରି ନକ୍ ଆଉଟ ସୂଚୀ ଆରମ୍ଭ ଦିନଠାରୁ ପ୍ରତିକୂଳ ପାଗ କାରଣରୁ ସମସ୍ତ ୪ କ୍ବାର୍ଟରଫାଇନାଲ୍ ମ୍ୟାଚ୍ ଧୋଇଯାଇଛି। ଆଇସିସି ମାନ୍ୟତାରେ ଉପରେ ଥିବାରୁ ଭାରତ, ଶ୍ରୀଲଙ୍କା, ପାକିସ୍ତାନ ଓ ବାଂଲାଦେଶ ସେମିଫାଇନାଲ୍ରେ ପହଞ୍ଚିଯାଇଛନ୍ତି। ଅକ୍ଟୋବର ପହିଲାରେ ଖେଳାଯିବାକୁ ଥିବା ଦ୍ବିତୀୟ ସେମିଫାଇନାଲ୍ ଗତ ଥରର ସ୍ବର୍ଣ୍ଣ ବିଜେତା ଭାରତୀୟ ଦଳ ଭେଟିବ ଶ୍ରୀଲଙ୍କାକୁ।
ଅକ୍ଟୋବର ପହିଲାରେ ଖେଳାଯିବାକୁ ଥିବା ଦ୍ବିତୀୟ ସେମିଫାଇନାଲ୍
ସେହିଦିନ ପ୍ରଥମ ସେମିଫାଇନାଲ୍ରେ ପାକିସ୍ତାନ ଓ ବାଂଲାଦେଶ ପରସ୍ପରକୁ ଭେଟିବେ ଫାଇନାଲ୍ ରାସ୍ତା ଖୋଜିବାକୁ।ସୋମବାର ପ୍ରଥମ ଦୁଇ କ୍ବାର୍ଟରଫାଇନାଲ୍ ପାକିସ୍ତାନ-ହଂ କଂ ଏବଂ ଭାରତ-ଆଫଗାନିସ୍ତାନ ମଧ୍ୟରେ ଖେଳାଯିବାକୁ ଥିଲେ ମଧ୍ୟ ବର୍ଷା ଓ ଓଦା ପଡ଼ିଆରୁ ଗୋଟିଏ ବି ବଲ୍ ବୋଲିଂ କରାଇ ଦେଇନଥିଲା। ମଙ୍ଗଳବାର ସମାନ ପରିସ୍ଥିତି ଉପୁଜିଥିଲା। ଶ୍ରୀଲଙ୍କା-ନେପାଳ ଓ ବାଂଲାଦେଶ-ମାଲେସିଆ ମଧ୍ୟରେ ଧାର୍ଯ୍ୟ ଶେଷ ଦୁଇ କ୍ବାର୍ଟରଫାଇନାଲ୍ ମ୍ୟାଚ୍ ସମ୍ପୂର୍ଣ୍ଣ ଧୋଇଯାଇଥିଲା। ବର୍ଷା ବିଗାଡ଼ିଥିଲେ ମଧ୍ୟ କ୍ରିକେଟ୍ ରୋମାଞ୍ଚ ଏବେ ବି ବଳବତ୍ତର ରହିଛି। ସମ୍ଭାବ୍ୟ ଭାରତ-ପାକିସ୍ତାନ ଫାଇନାଲ୍ ମଧ୍ୟ କାଏମ ରହିଛି। ସୂଚନାଯୋଗ୍ୟ, ଆଇସିସି ମାନ୍ୟତାରେ ଭାରତୀୟ ପୁରୁଷ ଦଳ ଶୀର୍ଷରେ ରହିଥିବାବେଳେ ପାକିସ୍ତାନ ଷଷ୍ଠ, ବାଂଲାଦେଶ ଅଷ୍ଟମ, ଶ୍ରୀଲଙ୍କା ନବମରେ ରହିଛନ୍ତି।
Hockey Semifinal: ହକି ସେମିରେ ଭାରତ-ପାକିସ୍ତାନ: ବାଂଲାକୁ ୧୦-୦ରେ ହରାଇଲେ ହରମନପ୍ରୀତ ଓ ଶିଳାନନ୍ଦ

32 minutes ago
1


