ARTICLE AD BOX
ଗୋଆ: ଆକାଶ ମାର୍ଗରେ ବିମାନର ଗୋଟିଏ ଇଞ୍ଜିନ୍ ଅଚଳ ହୋଇପଡ଼ିବାରୁ ମଙ୍ଗଳବାର ସକାଳେ ଗୋଆରୁ ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ବିମାନ ଗୋଆ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଛି। ଇଣ୍ଡିଗୋର ‘୬ଇ ୨୧୦୨’ ବିମାନଟି ସକାଳ ୯ଟା ୧୬ ମିନିଟରେ ଗୋଆରୁ ଉଡ଼ାଣ ଭରିବାର କିଛି ସମୟ ମଧ୍ୟରେ ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଏହା ପରେ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ (ଏଟିସି) ପକ୍ଷରୁ ସକାଳ ପ୍ରାୟ ୯ଟା ୩୦ରେ ସମ୍ପୂର୍ଣ୍ଣ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇ ବିମାନଟିକୁ ସୁରକ୍ଷିତ ଭାବେ ଫେରାଇ ଆଣିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।
ଏଭିଏସନ୍ ଟ୍ରାକର ''ଫ୍ଲାଇଟରାଡାର୨୪'' ଅନୁଯାୟୀ, ବିମାନଟି ଦକ୍ଷିଣ ମହାରାଷ୍ଟ୍ର ଉପକୂଳରେ ପ୍ରାୟ ୧୪,୦୦୦ ଫୁଟ୍ ଉଚ୍ଚତାରେ ଉଡ଼ୁଥିବା ବେଳେ ଗୋଆ ଆଡ଼କୁ ମୁହାଁଇଥିଲା। ସକାଳ ୯ଟା ୫୧ ମିନିଟରେ ବିମାନଟି ରନୱେ ୨୮ରେ ସୁରକ୍ଷିତ ଭାବେ ଅବତରଣ କରିଥିଲା ଏବଂ ପୂର୍ବାହ୍ନ ୧୦ଟା ୦୩ରେ ଏଟିସି ପକ୍ଷରୁ ଜରୁରୀକାଳୀନ ସ୍ଥିତି ପ୍ରତ୍ୟାହାର କରାଯାଇଥିଲା। ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଓହ୍ଲାଇ ବୋର୍ଡିଂ ଏରିଆରେ ଅପେକ୍ଷା କରିଥିବା ବେଳେ, ଅପରାହ୍ନ ୩ଟା ୩୦ରେ ସେମାନଙ୍କ ଦିଲ୍ଲୀ ଯାତ୍ରା ପାଇଁ ଅନ୍ୟ ବିମାନର ବ୍ୟବସ୍ଥା କରାଯାଇଛି। ତେବେ ଇଞ୍ଜିନରେ କି ପ୍ରକାର ଯାନ୍ତ୍ରିକ ତ୍ରୁଟି ଘଟିଥିଲା, ସେ ନେଇ ଅଧିକ ତଥ୍ୟ ସାମ୍ନାକୁ ଆସିନାହିଁ।

41 minutes ago
1


