ARTICLE AD BOX
ଜମି ବିବାଦକୁ ନେଇ ଗାଁ ପାଲଟିଲା ରଣକ୍ଷେତ୍ର। ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ କାମାକ୍ଷାନଗର ଥାନା ବେଢାପାଳ ଗାଁରେ ଜମି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷରୁ ଏଭଳି ଅଭାବନୀୟ କାଣ୍ଡ ଘଟିଛି।
Village turns into a battlefield over land dispute. Photograph: (Sambad.in)କାମାକ୍ଷାନଗର: ଜମି ବିବାଦକୁ ନେଇ ଗାଁ ପାଲଟିଲା ରଣକ୍ଷେତ୍ର। ଢେଙ୍କାନାଳଜିଲ୍ଲା ଭୁବନ ବ୍ଲକ କାମାକ୍ଷାନଗର ଥାନା ବେଢାପାଳ ଗାଁରେ ଜମି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷରୁ ଏଭଳି ଅଭାବନୀୟ କାଣ୍ଡ ଘଟିଛି।
ଗାଁରେ ଅଶାନ୍ତିକର ପରିବେଶ ସୃଷ୍ଟି ହୋଇଛି
ଜମି ବିବାଦକୁ କେନ୍ଦ୍ର କରି ଦୁଇ ପକ୍ଷ ମଧ୍ୟରେ ମାରପିଟ ହୋଇଥିବା ବେଳେ ଗାଁରେ ଅଶାନ୍ତିକର ପରିବେଶ ସୃଷ୍ଟି ହୋଇଛି । ଏହି ଘଟଣାରେ ଗାଁର ମୁରବି ବିଘ୍ନେଶ୍ୱର ଜେନାଙ୍କ ସମେତ ଉଭୟ ପକ୍ଷରୁ ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ କାମାକ୍ଷାନଗର ଉପଖଣ୍ଡ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଛି। ଏହି ଘଟଣାକୁ ନେଇ ଗାଁରେ ଉତ୍ତେଜନା ଲାଗି ରହିଛି। କାମାକ୍ଷାନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛି ।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

39 minutes ago
1


