କରାଚୀ ବନ୍ଦରରେ ୬ ଭାରତୀୟ ନାବିକ ୭ ମାସ ଧରି ଅଟକ; ସହାୟତା ପାଇଁ ପାକିସ୍ତାନକୁ ଅନୁରୋଧ କଲା ଭାରତ

1 hour ago 2
ARTICLE AD BOX

ଇସଲାମାବାଦ : ପାକିସ୍ତାନର କରାଚୀ ବନ୍ଦରରେ ପ୍ରାୟ ୭ ମାସ ଧରି ଅଟକି ରହିଥିବା ୬ ଜଣ ଭାରତୀୟ ନାବିକଙ୍କୁ ସୁରକ୍ଷିତ ଭାବେ ଦେଶକୁ ଫେରାଇ ଆଣିବା ପାଇଁ ଭାରତ ସରକାର ପାକିସ୍ତାନର ସହଯୋଗ ଲୋଡ଼ିଛନ୍ତି । ବିଦେଶ ମନ୍ତ୍ରଣାଳୟ କହିଛି ଯେ, ଏହି ମାମଲା ମୁଖ୍ୟତଃ ଜାହାଜ ଚଳାଚଳ କମ୍ପାନି ଓ ବନ୍ଦର କର୍ମଚାରୀଙ୍କ ମଧ୍ୟରେ ଏକ ବାଣିଜ୍ୟିକ ବିବାଦ । ତେବେ ଅଟକିଥିବା ନାବିକମାନଙ୍କୁ ଘରକୁ ଫେରାଇ ଆଣିବା ପାଇଁ ସରକାର ସମସ୍ତ ପକ୍ଷଙ୍କ ସହ ଯୋଗାଯୋଗ ରଖିଛନ୍ତି ।

ବିଦେଶ ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ଭାରତ ସରକାର ଅଟକିଥିବା ନାବିକମାନଙ୍କ ସହିତ ସେମାନଙ୍କ ନିଯୁକ୍ତିଦାତା ଓ ଜାହାଜ କମ୍ପାନିର ଏଜେଣ୍ଟଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି । ପାକିସ୍ତାନ ସରକାରଙ୍କୁ ଏନେଇ ଭାରତ ପକ୍ଷରୁ କୂଟନୈତିକ ଅନୁରୋଧ କରାଯାଇଛି । ରଣଧୀର କହିଛନ୍ତି, ଜାହାଜର ମାଲିକ ଓ ବନ୍ଦର କର୍ମଚାରୀଙ୍କ ମଧ୍ୟରେ ଥିବା ବିବାଦର ସମାଧାନ ପାଇଁ ଆଲୋଚନା ଚାଲିଛି । ନୂତନ ନାବିକ ଦଳ ଜାହାଜରେ ଯୋଗ ନ ଦେବା ପର୍ଯ୍ୟନ୍ତ ବର୍ତ୍ତମାନର ନାବିକମାନେ ଜାହାଜ ଛାଡ଼ିପାରିବେ ନାହିଁ । ତାଙ୍କ ମତରେ, ଜାହାଜରୁ କର୍ମଚାରୀମାନଙ୍କୁ ଔପଚାରିକ ଭାବେ ମୁକ୍ତ କରିବା ପୂର୍ବରୁ ବିକଳ୍ପ ନାବିକ ଦଳର ବ୍ୟବସ୍ଥା କରିବା ଆବଶ୍ୟକ ।

Ranchi jail: ରାଞ୍ଚି ଜେଲ୍‌ରେ କଏଦୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ

ଉଲ୍ଲେଖଯୋଗ୍ୟ, ଏହି ୬ ନାବିକ ଇରାନଭିତ୍ତିକ କେବର ସିପିଂ କମ୍ପାନିର ମାଲବାହୀ ଜାହାଜରେ କାମ କରୁଥିଲେ । ଏହି ଜାହାଜ ୨୦୨୭ ଏପ୍ରିଲ ୧୭ ତାରିଖରେ କରାଚୀ ବନ୍ଦରରେ ପହଞ୍ଚିବା ପରଠାରୁ ସେମାନେ ସେଥିରେ ରହିଛନ୍ତି । ଜାହାଜର ମୁଖ୍ୟ ଅଫିସର୍‌ ହେଉଛନ୍ତି ବିନୀତ କିଶୋର ମିଶ୍ର । ଉତ୍ତରପ୍ରଦେଶ ପ୍ରୟାଗରାଜର ଜଣେ ମର୍ଚାଣ୍ଟ୍‌ ନେଭି ଅଫିସର୍‌ ବିନୀତଙ୍କ ପରିବାର ସଦସ୍ୟ କହିଛନ୍ତି, ଫେବ୍ରୁଆରି ୨୫ ତାରିଖରେ ଇରାନର କେବର ଜାହାଜ ଚଳାଚଳ କମ୍ପାନିରେ ସେ ଯୋଗ ଦେଇଥିଲେ ।

ଓମାନରୁ ଯାତ୍ରା କରି ଜାହାଜଟି ପାକିସ୍ତାନର କରାଚୀ ବନ୍ଦରରେ ପହଞ୍ଚିବା ପରେ ଜାହାଜ କମ୍ପାନି ଓ କରାଚୀ ବନ୍ଦର କର୍ତ୍ତୃପକ୍ଷଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ଏହା ପରଠାରୁ ଜାହାଜରେ ଥିବା ୬ ଜଣ ଭାରତୀୟ ନାବିକ ସେଠାରେ ଅଟକି ରହିଛନ୍ତି । ଅଟକିଥିବା ନାବିକମାନଙ୍କ ପରିବାରବର୍ଗ କେତେକ ଗୁରୁତର ଅଭିଯୋଗ ଆଣିଛନ୍ତି । ସେମାନଙ୍କ କହିବା ଅନୁଯାୟୀ, ଜାହାଜରେ ଥିବା ଭାରତୀୟ ନାବିକମାନଙ୍କ ପାସପୋର୍ଟ ଜବତ କରାଯାଇଛି । ଜାହାଜର ବିଦ୍ୟୁତ୍ ଯୋଗାଣ ବନ୍ଦ କରିଦିଆଯାଇଛି । ମୋବାଇଲ୍ ନେଟୱର୍କ ଓ ଯୋଗାଯୋଗରେ ଅସୁବିଧା ହେଉଛି । ପରିବାର ସହିତ ପ୍ରାୟ ୧୫ ଦିନରେ ଥରେ ମାତ୍ର କଥା ହେବା ସମ୍ଭବ ହେଉଛି ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.