Maithili Thakur: ବିଜେପି ବିଧାୟିକା ମୈଥିଲୀ ଠାକୁରଙ୍କ ବାପାଙ୍କ ବିରୋଧରେ ଜମି ଜବରଦଖଲ ଅଭିଯୋଗ

1 hour ago 3
ARTICLE AD BOX

ପାଟନା: ବିହାରର ଦରଭଙ୍ଗା ଜିଲ୍ଲାରେ ବିଜେପି ବିଧାୟିକା ତଥା ଲୋକପ୍ରିୟ ଗାୟିକା ମୈଥିଲୀ ଠାକୁରଙ୍କ ବାପା ରମେଶ ଠାକୁରଙ୍କ ବିରୋଧରେ ସରକାରୀ ରାସ୍ତା ଓ ଘରୋଇ ଜମି ଜବରଦଖଲ ଅଭିଯୋଗ ହୋଇଛି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ନିକଟରେ କିଣାଯାଇଥିବା ଏକ ଜମିରେ ପାଚେରି ନିର୍ମାଣ ସମୟରେ ସରକାରୀ ରାସ୍ତା ସହ ୮୦୦ ବର୍ଗଫୁଟରୁ ଅଧିକ ଘରୋଇ ଜମି ମଧ୍ୟ ଜବରଦଖଲ କରାଯାଇଛି। ଏହାକୁ ବିରୋଧ କରିବାରୁ ଗ୍ରାମବାସୀଙ୍କୁ ମିଥ୍ୟା ଆପରାଧିକ ମାମଲାରେ ଫସାଇବାକୁ ଧମକ ଦିଆଯାଇଥିବା ମଧ୍ୟ ଅଭିଯୋଗ ହୋଇଛି।

ଆହୁରି ପଢନ୍ତୁ :Metro: ବେଙ୍ଗାଲୁରୁ ମେଟ୍ରୋର ପିଙ୍କ୍‌ ଲାଇନ୍‌ର ଶୁଭାରମ୍ଭ କଲେ ମୋଦୀ

ପୋଖରଭିଣ୍ଡା ପଞ୍ଚାୟତର ବାସିନ୍ଦା ଗଗନ କୁମାର ମିଶ୍ରଙ୍କ ଲିଖିତ ଅଭିଯୋଗ ପରେ ଶୁକ୍ରବାର ତାରଡିହ ସର୍କଲ୍‌ କାର୍ଯ୍ୟାଳୟର ଅଧିକାରୀମାନେ ବିବାଦୀୟ ଜମିର ମାପଚୁପ କରିଥିଲେ। ଏହି ସମୟରେ ଦରଭଙ୍ଗାର ଡେପୁଟି ଲାଣ୍ଡ୍‌ ରିଫର୍ମସ ଅଫିସର୍‌ (ଡିସିଏଲ୍‌ଆର୍‌) ଅଜୟ କୁମାର ମଧ୍ୟ ଉପସ୍ଥିତ ଥିଲେ। ମାପଚୁପ ପରେ ସରକାରୀ ରାସ୍ତାର କିଛି ଅଂଶ ଜବରଦଖଲ ହୋଇଥିବା ଜଣାପଡ଼ିଥିଲା। ଏହାକୁ ହଟାଇବା ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଥିଲା। ତେବେ ଘରୋଇ ଜମି ସମ୍ପର୍କିତ ବିବାଦର ସମାଧାନ ହୋଇପାରି ନାହିଁ। ଏଥିପାଇଁ ଅଭିଯୋଗକାରୀଙ୍କୁ ଡିସିଏଲ୍‌ଆର୍‌ କାର୍ଯ୍ୟାଳୟ କିମ୍ବା ସିଭିଲ୍‌ କୋର୍ଟରେ ଆଇନଗତ ପ୍ରକ୍ରିୟା ଅନୁସରଣ କରିବାକୁ କୁହାଯାଇଛି।

ଆହୁରି ପଢନ୍ତୁ :Zakir Naik: ଜାକିର ନାଏକଙ୍କ ଇସ୍‌ଲାମିକ୍‌ ରିସର୍ଚ୍ଚ ଫାଉଣ୍ଡେସନ୍‌ ଉପରେ କଟକଣା ଆଉ ୫ ବର୍ଷ ବଢ଼ାଇଲେ କେନ୍ଦ୍ର ସରକାର

ଗଗନ କୁମାର ମିଶ୍ରଙ୍କ କହିବା ଅନୁଯାୟୀ, ତାଙ୍କର ୮୦୦ ବର୍ଗଫୁଟରୁ ଅଧିକ ଜମି ଜବରଦଖଲ ହୋଇଛି। ଏ ନେଇ ସେ ପ୍ରଶାସନ ଓ ସିଭିଲ୍‌ କୋର୍ଟର ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି। ଗ୍ରାମର ଅନ୍ୟ ବାସିନ୍ଦାମାନେ ମଧ୍ୟ ରାସ୍ତା ଜବରଦଖଲକୁ ବିରୋଧ କରିଛନ୍ତି। ସେମାନଙ୍କ କହିବା ଅନୁଯାୟୀ, ଏହି ରାସ୍ତା ଗ୍ରାମବାସୀଙ୍କ ଯାତାୟାତ ପାଇଁ ଅତ୍ୟନ୍ତ ଜରୁରୀ। ଏହା ଦେଇ ଲୋକମାନେ ମନ୍ଦିର, ଶ୍ମଶାନ ଓ ଚାଷଜମିକୁ ଯା’ଆସ କରନ୍ତି। ଏଥିସହ ଟ୍ରାକ୍ଟର ଓ ଅନ୍ୟ ଯାନବାହନରେ କୃଷିଜାତ ଦ୍ରବ୍ୟ ପରିବହନ ମଧ୍ୟ କରନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.