ଇଲେକ୍ଟ୍ରିକାଲ୍‌ ଉପକରଣ ନିର୍ମାତାଙ୍କୁ ଆମନ୍ତ୍ରଣ; ୨୦୩୦ ସୁଦ୍ଧା ୧୧ ଗିଗାୱାଟ୍‌ ଅକ୍ଷୟ ଶକ୍ତି ଲକ୍ଷ୍ୟ

1 week ago 5
ARTICLE AD BOX

ଭୁବନେଶ୍ବର : ରାଜ୍ୟ ସରକାର ୨୦୩୦ ସୁଦ୍ଧା ୧୧ ଗିଗାୱାଟ୍‌ ଅକ୍ଷୟ ଶକ୍ତି କ୍ଷମତା ହାସଲ କରିବାକୁ ଲକ୍ଷ୍ୟ ରଖିଥିବା ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି । ଭାରତୀୟ ଇଲେକ୍ଟ୍ରିକାଲ୍‌ ଓ ଇଲେକ୍ଟ୍ରୋନିକ୍ସ ନିର୍ମାତା ସଂଘ (ଆଇଇଇଏମ୍‌ଏ) ପକ୍ଷରୁ ଆୟୋଜିତ ‘ଏନର୍ଜାଇଜ୍‌ ଏମ୍ପାୱାର ଇଷ୍ଟ-ଇ୩’ର ପଞ୍ଚମ ସଂସ୍କରଣକୁ ସମ୍ବୋଧିତ କରି ସେ କହିିଥିଲେ ଯେ ଓଡ଼ିଶା ହେଉଛି ଏକ ବିଦ୍ୟୁତ୍‌ ବଳକା ରାଜ୍ୟ ।

ପୂର୍ବ ଭାରତର ଏକ ଗୁରୁତ୍ବପୂର୍ଣ୍ଣ ଭୌଗୋଳିକ କ୍ଷେତ୍ରରେ ଓଡ଼ିଶା ରହିଥିବାରୁ ଇଲେକ୍ଟ୍ରିକାଲ୍‌ ଉପକରଣ ନିର୍ମାତାମାନଙ୍କ ପାଇଁ ତାହା ଉପଯୁକ୍ତ ସ୍ଥାନ ପାଲଟିଛି । ଏଠାରେ କାରଖାନା ସ୍ଥାପନ କରୁଥିବା କମ୍ପାନିଗୁଡ଼ିକୁ ଲଜିଷ୍ଟିକ୍ସଠାରୁ ଆରମ୍ଭ କରି ରପ୍ତାନି ପର୍ଯ୍ୟନ୍ତ ଅନେକ କ୍ଷେତ୍ରରେ ଲାଭ ମିଳୁଛି । ତେଣୁ ଓଡ଼ିଶାରେ ନିର୍ମାଣ ଓ ନବସୃଜନ କରିବା ଓ ଓଡ଼ିଶା ସହ ଆଗକୁ ବଢ଼ିବା ପାଇଁ ସେ ନିବେଶକମାନଙ୍କୁ ଆହ୍ବାନ ଦେଇଛନ୍ତି ।

Attack in Ukraine: ୟୁକ୍ରେନ ରାଜଧାନୀରେ ରୁଷ୍‌ର କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍‌ ଆକ୍ରମଣ, ୧୭ ମୃତ

କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ କହିଥିଲେ ଯେ ରାଜ୍ୟରେ ଇଲେକ୍ଟ୍ରିକାଲ୍‌ ମାନୁଫାକ୍‌ଚରିଂ କ୍ଲଷ୍ଟର୍‌ ବିକାଶ କରିବାକୁ ଆମେ ପ୍ରତିବଦ୍ଧ ରହିଛୁ । ଏହି ଅଭିଯାନରେ ସାମିଲ ହେବାକୁ ସେ ଆଇଇଇଏମ୍‌ଏକୁ ଆହ୍ବାନ ଦେଇଥିଲେ । ଏଥି ସହିତ ସେ ରାଜ୍ୟର ନିବେଶ ଅନୁକୂଳ ନୀତି, ପ୍ଲଗ୍‌ ଆଣ୍ଡ୍‌ ପ୍ଲେ ଶିଳ୍ପ ଭିତ୍ତିଭୂମି ଓ ପ୍ରୋତ୍ସାହନ ଉପରେ ଆଲୋକପାତ କରିଥିଲେ । ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମା କହିଥିଲେ ଯେ ୧୦ ଲକ୍ଷ କୋଟି ଟଙ୍କାର ନିବେଶ ସହିତ ଓଡ଼ିଶା ଇଲେ‌କ୍ଟ୍ରିକାଲ୍‌ ଉପକରଣ ନିର୍ମାତାମାନଙ୍କୁ ନିବେଶ କରିବା ଓ ସମ୍ପ୍ରସାରଣ କରିବାର ଚମତ୍କାର ସୁଯୋଗ ପ୍ରଦାନ କରୁଛି । କେନ୍ଦ୍ରୀୟ ବିଦ୍ୟୁତ୍‌ କର୍ତ୍ତୃପକ୍ଷ (ସିଇଏ)ର ଅଧ୍ୟକ୍ଷ ଘନଶ୍ୟାମ ପ୍ରସାଦ କହିଥିଲେ ଯେ ବିଦ୍ୟୁତ୍‌ ଶକ୍ତି କ୍ଷେତ୍ରର ପରବର୍ତ୍ତୀ ପର୍ଯ୍ୟାୟ ଅଭିବୃଦ୍ଧି ଆଗକୁ ବଢ଼ାଇବାକୁ ଓଡ଼ିଶା ପ୍ରସ୍ତୁତ ରହିଛି ।

ଏହି ଅବସରରେ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ବିଶାଲ କୁମାର ଦେବ, ଓପିଟିସିଏଲ୍‌ ଅଧ୍ୟକ୍ଷ ଭାସ୍କର ଜ୍ୟୋତି ଶର୍ମା, ଆଇଇଏମ୍‌ଏର ସଭାପତି ବିକ୍ରମ ଗଣ୍ଡୋତ୍ର, ଡିଜି ଚାରୁ ମାଥୁର, ପୂର୍ବାଞ୍ଚଳ ଅଧ୍ୟକ୍ଷ ଉତ୍କର୍ଷ ବଂଶଲ, ଉପାଧ୍ୟକ୍ଷ ପରାଗ ସରାଫ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.