ARTICLE AD BOX
ଶାଢ଼ି ପିନ୍ଧି ଖାଲି ପାଦରେ ଡହଡହ ଖରାରେ ୧୬୦୦ ମିଟର ଦୌଡ଼ିଲେ ଝାଡ଼ଖଣ୍ଡର କବିତା ମହତୋ । ତାଙ୍କ ଭିଡିଓ ଭାଇରାଲ ହେବା ପରେ ସବୁଠି ତାଙ୍କ ସାହସ ଓ ଦୃଢ଼ ମନୋବଳର ପ୍ରଶଂସା ହେଉଛି ।
ନା ଥିଲା ଜୋତା, ନା ଥିଲା ସ୍ପୋର୍ଟ୍ସ ଡ୍ରେସ୍। ଦେହରେ ପାରମ୍ପରିକ ଶାଢ଼ି, ଆଉ ପାଦରେ ଜୋତା ନଥାଇ ବି ଡହଡହ ଖରାକୁ ଖାତିର ନକରି ଟ୍ରାକ୍ରେ ଦୌଡ଼ିଲେ ମହିଳା। ୧୦୦ କି ୨୦୦ ମିଟର ନୁହେଁ, ବରଂ ୧୬୦୦ ମିଟର। ଅଦମ୍ୟ ଇଚ୍ଛାଶକ୍ତି ଓ ଦୃଢ଼ ମନୋବଳ ଆଗରେ କୌଣସି ପ୍ରତିବନ୍ଧକ ବାଧା ହୋଇପାରେନାହିଁ, ଏହା ପ୍ରମାଣ କରିଦେଖାଇଛନ୍ତି ଝାଡ଼ଖଣ୍ଡର କବିତା ମହତୋ। ଇଟାଭାଟିରେ କାମ କରୁଥିବା କବିତା ହୋମଗାର୍ଡ ହେବାର ସ୍ୱପ୍ନ ପୂରଣ କରିବା ପାଇଁ ଶାଢ଼ି ପିନ୍ଧି ଖାଲି ପାଦରେ ୧୬୦୦ ମିଟର ଦୌଡ଼ ସଫଳତାର ସହ ପୂରା କରିଛନ୍ତି। ସୋସିଆଲ ମିଡିଆରେ ତାଙ୍କ ଦୌଡ଼ର ଭିଡିଓ ଭାଇରାଲ ହେବା ପରେ ସାରା ଦେଶରୁ ତାଙ୍କ ପାଇଁ ଶୁଭେଚ୍ଛା ଓ ପ୍ରଶଂସାର ସୁଅ ଛୁଟିଛି।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

4 hours ago
1


