Approval of new Form-6: ନୂଆ ଫର୍ମ-୬କୁ ଅନୁମୋଦନ କିମ୍ବା ଖାରଜ କରାଯାଇନାହିଁ: ସୁପ୍ରିମ୍‌କୋର୍ଟ

1 hour ago 1
ARTICLE AD BOX

ନୂଆଦିଲ୍ଲୀ: ଭୋଟର ତାଲିକାରେ ନାମ ସାମିଲ କରିବା ପାଇଁ ବ୍ୟବହୃତ ନୂଆ ଫର୍ମ-୬ର ବୈଧତା ଉପରେ ସୁପ୍ରିମ୍‌କୋର୍ଟ ଏଯାଏଁ କୌଣସି ରାୟ ଦେଇନାହାନ୍ତି। ଏହାକୁ ଅନୁମୋଦନ କିମ୍ବା ଖାରଜ କରିନାହାନ୍ତି ବୋଲି ସୋମବାର ସ୍ପଷ୍ଟ କରିଛନ୍ତି ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ। ଅଦାଲତଙ୍କ ପୂର୍ବ ମନ୍ତବ୍ୟକୁ ଭୁଲ୍‌ ଭାବେ ଉପସ୍ଥାପନ କରାଯିବା ଉଚିତ ନୁହେଁ ବୋଲି କହିବା ସହ ଏ ନେଇ ଦାଖଲ ହୋଇଥିବା ଆବେଦନର ଶୁଣାଣି ଅକ୍ଟୋବର ୨୭ରେ ହେବ ବୋଲି ଖଣ୍ଡପୀଠ କହିଛନ୍ତି। ଜଷ୍ଟିସ୍‌ ଜୟମାଲ୍ୟ ବାଗ୍‌ଚୀ ଓ ଭି ମୋହନା ମଧ୍ୟ ଏହି ଖଣ୍ଡପୀଠରେ ଅଛନ୍ତି।

Neglect: ଟ୍ରାନ୍ସଫର୍ମର ପୋଡ଼ିବା ୪ ମାସ ବିତିଲା; ଅନ୍ଧାରରେ ଦହଗଞ୍ଜ ଗୁହିଆଶାଳ ଜୁଆଙ୍ଗ

ସୋମବାର ଏହି ମାମଲାର ଶୁଣାଣି ସମୟରେ ଆବେଦନକାରୀଙ୍କ ପକ୍ଷରୁ ଓକିଲ ନରେନ୍ଦ୍ର ମିଶ୍ର ନିର୍ବାଚନ ଆୟୋଗ ନୂଆ ଫର୍ମକୁ ସୁପ୍ରିମ୍‌କୋର୍ଟଙ୍କ ଅନୁମୋଦନ ମିଳିଥିବା ଦାବି କରୁଥିବା ପ୍ରସଙ୍ଗ ଉଠାଇଥିଲେ। ଏହାର ଜବାବରେ ଜଷ୍ଟିସ୍‌ ବାଗ୍‌ଚୀ କହିଥିଲେ ଯେ ନୂଆ ଫର୍ମ-୬ ସମ୍ପର୍କରେ ଅଦାଲତ କୌଣସି ନ୍ୟାୟିକ ନିଷ୍ପତ୍ତି ନେଇନାହାନ୍ତି। ଅଦାଲତଙ୍କ ମନ୍ତବ୍ୟକୁ ନିଜ ସୁବିଧା ଅନୁଯାୟୀ ବ୍ୟାଖ୍ୟା ନ କରିବାକୁ ମଧ୍ୟ ଖଣ୍ଡପୀଠ ଚେତାଇ ଦେଇଥିଲେ। ଏହି ବିବାଦର ମୂଳରେ ରହିଛି ନିର୍ବାଚନ ଆୟୋଗଙ୍କ ଦ୍ୱାରା ଭୋଟର ପଞ୍ଜୀକରଣ ଫର୍ମରେ ଯୋଡ଼ାଯାଇଥିବା ଅତିରିକ୍ତ ଘୋଷଣାପତ୍ର। ଏଥିରେ ଆବେଦନକାରୀଙ୍କ ନିଜ ନାମ କିମ୍ବା ତାଙ୍କ ବାପା-ମାଆ ବା ଜେଜେବାପା-ଜେଜେମାଆଙ୍କ ନାମ ପୂର୍ବର ଭୋଟର ତାଲିକାରେ ଥିଲା କି ନାହିଁ, ସେ ସମ୍ପର୍କରେ ତଥ୍ୟ ଦେବାକୁ ପଡ଼ୁଛି। 

Pitru Mahotsav: ଦିଲ୍ଲୀରେ ପିତୃ ମହୋତ୍ସବ ଆୟୋଜନ

ନିର୍ବାଚନ ଆୟୋଗ ଏହି ଅତିରିକ୍ତ ଘୋଷଣାପତ୍ରକୁ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପ୍ରକ୍ରିୟା ପାଇଁ ଯୋଡ଼ାଯାଇଥିବା କହିଛନ୍ତି। କିନ୍ତୁ ଆଇନଗତ ପ୍ରକ୍ରିୟା ଅନୁସରଣ ନ କରି ଅନଲାଇନ୍‌ ଫର୍ମରେ ଏପରି ସର୍ତ୍ତ ଯୋଡ଼ାଯାଇପାରିବ କି ନାହିଁ, ତାହାକୁ ନେଇ ପ୍ରଶ୍ନ ଉଠିଛି। ଏହା ପୂର୍ବରୁ ମେ ମାସରେ ବିହାରର ଭୋଟର ତାଲିକା ସଂଶୋଧନ ସମ୍ପର୍କିତ ମାମଲାର ଶୁଣାଣି କରିଥିଲେ ସୁପ୍ରିମ୍‌କୋର୍ଟ। କିନ୍ତୁ ସେତେବେଳେ ବର୍ତ୍ତମାନର ନୂଆ ଫର୍ମ-୬ ପ୍ରଚଳନ ହୋଇନଥିଲା। ତେଣୁ ସେହି ରାୟକୁ ନୂଆ ଫର୍ମର ଅନୁମୋଦନ ବୋଲି ଦର୍ଶାଯାଇପାରିବ ନାହିଁ। ଅକ୍ଟୋବର ୨୭ରେ ଏସ୍‌ଆଇଆର୍‌ ସମ୍ପର୍କିତ ଅନ୍ୟ ମାମଲାଗୁଡ଼ିକ ସହ ଏହାର ଶୁଣାଣି କରାଯିବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.