Zone-level ‘Sa-Re-Ga-Ma: ‘ସମ୍ବାଦ-ରେଡିଓ ଚକଲେଟ୍’ ପକ୍ଷରୁ ଜୋନ୍‌ସ୍ତରୀୟ ‘ସାରେଗାମା’ ପ୍ରତିଯୋଗିତା: ଭାବରେ ଭିଜାଇଲା ଭଜନ, ରଙ୍ଗ ଭରିଦେଲା ରୋମାଣ୍ଟିକ୍‌ ଗୀତ

1 week ago 4
ARTICLE AD BOX

ଭୁବନେଶ୍ୱର: ମଞ୍ଚ ତଳେ ଶ୍ରୋତା ତଥା ଦର୍ଶକଙ୍କ ମନକୁ ଛୁଇଁଯାଉଥିଲା ସେମାନଙ୍କ କଣ୍ଠର ଯାଦୁ। ଚିରସବୁଜ ଭଜନ ଓ ଜଣାଣରେ ଶ୍ରୋତାମାନେ ଯେତିକି ମାତ୍ରାରେ ଭାବରସରେ ଭିଜୁଥିଲେ, ପୁରୁୁଣା ଚଳଚ୍ଚିତ୍ରର ପ୍ରେମ ଗୀତ ବା ରଙ୍ଗିନ ଗୀତ ପରିବେଶରେ ସେତିକି ରଙ୍ଗ ଭରିଦେଉଥିଲା। ଲାଗୁଥିଲା ଯେମିତି କଣ୍ଠଶିଳ୍ପୀମାନେ ପେସାଦାର ଓ ମେଲୋଡି କାର୍ଯ୍ୟକ୍ରମରେ ପ୍ରଦର୍ଶନ କରୁଛନ୍ତି। ସେମାନେ ଯେ ଜଣେ ଜଣେ ପ୍ରତିଯୋଗୀ ଏବଂ ଏକ ପ୍ରତିଷ୍ଠିତ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି, ଏହା ଭାବିବାକୁ ଶ୍ରୋତାମାନେ ସୁଯୋଗ ପାଉନଥିଲେ। ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ପ୍ରେକ୍ଷାଳୟରେ ରବିବାର ଅଳସ ସକାଳଟି ଆଜି ଏମିତି ରଙ୍ଗିନ ହୋଇଉଠିଥିଲା। ଅବସର ଥିଲା ସମ୍ବାଦ-ରେଡିଓ ଚକ୍‌ଲେଟ୍‌ର ଜୋନ୍‌ସ୍ତରୀୟ ‘ସାରେଗାମା’ ପ୍ରତିଯୋଗିତା।  ‘ରାଧାର ରାଣ ତତେ ମୀରାର ରାଣ...’, ‘ଠାକୁରେ ମୋ ଠାକୁରେ...’, ‘ନିସ୍ବ କର ହେ ମତେ ବିଶ୍ୱବିହାରୀ...’  ଭଳି ଭଜନ ଏବଂ ‘ରେ ମନ ତୁ ଭଲ ପାଉଛୁ...’, ‘ଖାମୋସିୟାଁ ତେରି ମେରି ଖାମୋସିୟାଁ....’, ‘ମିତ୍‌ବା କହେ ଧଡ଼କନେ ତୁଝ୍‌ସେ କ୍ୟା..’ ଭଳି ରୋମାଣ୍ଟିକ୍‌ ଗୀତ ଶ୍ରୋତାମାନଙ୍କ ଭିତରେ ଶିହରଣ ଖେଳାଉଥିଲା। ସବୁଠୁ ରୋଚକ ଦୃଶ୍ୟ ଥିଲା ପ୍ରତିଯୋଗୀମାନଙ୍କ ପ୍ରଦର୍ଶନ ପରର ଚିତ୍ର। ବିଚାରକମାନେ ବି ଗୀତ ଗାଇ ପରିବେଶକୁ ଆହୁରି ରଙ୍ଗିନ କରିଦେ‌ଇଥିଲେ। 

War: ଯୁଦ୍ଧ ସମାପ୍ତ ପାଇଁ ୭ ସର୍ତ୍ତ ରଖିଲା ଇରାନ, ସର୍ତ୍ତ ଅଗ୍ରାହ୍ୟ ହେଲେ ନିର୍ଣ୍ଣାୟକ ଯୁଦ୍ଧ ଚେତାବନୀ

ଶୁଭ୍ରାଂଶ, ପ୍ରତିତୋଷ, ସ୍ୱୀକୃତି ରାଜ୍ୟସ୍ତରକୁ ଉନ୍ନୀତ

ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଆୟୋଜିତ ଏହି ପ୍ରତିଯୋଗିତାରେ ଆଇଟିଇଆର୍‌ କଲେଜ ଏମ୍‌ସିଏ ଦ୍ୱିତୀୟ ବର୍ଷର ଛାତ୍ର ଶୁଭ୍ରାଂଶ ଶୁଭ୍ର ଶେଖର ମିଶ୍ର ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଡିଏଭି ଚନ୍ଦ୍ରଶେଖରପୁରର ଏକାଦଶ ଶ୍ରେଣୀର ଛାତ୍ର ପ୍ରତିତୋଷ ଅଭ୍ୟକ୍ତ ଦ୍ୱିତୀୟ ଓ ରାଜା ମଧୁସୂଦନ ଦେବ ଡିଗ୍ରି ମହାବିଦ୍ୟାଳୟର ଯୁକ୍ତ ତିନି ଦ୍ୱିତୀୟ ବର୍ଷର ଛାତ୍ରୀ ସ୍ୱୀକୃତି ସାହୁ ତୃତୀୟ ସ୍ଥାନ ଦଖଲ କରିଥିଲେ। ବିଚାରକ ଭାବେ ସଙ୍ଗୀତ ନିର୍ଦ୍ଦେଶକ ଶରତ ନାୟକ, କଣ୍ଠଶିଳ୍ପୀ ସୌରଭ ନାୟକ, କଣ୍ଠଶିଳ୍ପୀ ବିଶ୍ୱସ୍ୱରୁପ ମହାପାତ୍ର ଉପସ୍ଥିତ ଥିିଲେ। ସେମାନେ ପ୍ରତିଯୋଗୀମାନଙ୍କର ପ୍ରତିଭାକୁ ପ୍ରଶଂସା କରିବା ସହ ନିୟମିତ ସାଧନା ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ବିଚାରକ ସୌରଭ ନାୟକ ‘ସବୁ ପାପର ପ୍ରାୟଶ୍ଚିତ ଥାଏ...’ ଏବଂ  କଣ୍ଠଶିଳ୍ପୀ ବିଶ୍ୱସ୍ୱରୁପ ମହାପାତ୍ର, କିଶୋର କୁମାରଙ୍କ କାଳଜୟୀ ଗୀତ  ‘ଏକ ଅଜ୍‌ନବି ହସିନା ସେ...’  ଗାଇ ପୁରସ୍କାର ବିତରଣ ମାହୋଲକୁ ଜମେଇ ଦେଇଥିଲେ। ପୁରସ୍କାର ବିତରଣ ଉତ୍ସବରେ ସମ୍ୱାଦର ମହାପ୍ରବନ୍ଧକ(ମାନବ ସମ୍ୱଳ) ବୈଜୟନ୍ତୀ କର, ସମ୍ପାଦକ(ଫିଚର) ଧୃତିକାମ ମହାନ୍ତି, ପୌରୁଷର ସମ୍ପାଦକ ଅସିତ୍‌ ମହାନ୍ତି, ମହାନଗର ସଂସ୍କରଣ ମୁଖ୍ୟ ସରୋଜ ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ବାଦ୍ୟଯନ୍ତ୍ରରେ ପ୍ରତିଯୋଗୀମାନଙ୍କୁ ସହଯୋଗ କରିଥିଲେ ଅଜୟ ଚୌଧୁରୀ, ଶିବ ନାରାୟଣ ମହାନ୍ତି ଓ ଚିତ୍ତରଞ୍ଜନ ପ୍ରଧାନ। ଆର୍‌ଜେ କୋମଲ୍ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

FIR: ଥେରୁବାଲି ଫାଣ୍ଡିରେ ନିର୍ବାହୀ ଯନ୍ତ୍ରୀଙ୍କ ବିରୋଧରେ ଏତଲା

ସାରେଗାମା ବିଜେତା
ପୁରସ୍କାର ମୋ‌ତେ ପ୍ରେରଣା ଦେବ
‘ଆଶା ନଥିଲା ପ୍ରଥମ ହେବି। ଏ ସମ୍ମାନ ମୋ’ କଳାକୁ ଆହୁରି ମାର୍ଜିତ କରିବା ପାଇଁ ନିଶ୍ଚିତ ଭାବେ ମୋତେ ପ୍ରେରଣା ଦେବ। ଆଗାମୀ ଦିନରେ ଆହୁରି ଭଲ ଗାଇ ରାଜ୍ୟସ୍ତରରେ ବିଜେତା ହେବାକୁ ଉଦ୍ୟମ କରିବି। ଏଭଳି ଏକ କାର୍ଯ୍ୟକ୍ରମ ଜରିଆରେ ଆମ ଭଳି ପ୍ରତିଭାଙ୍କୁ ସୁଯୋଗ ଓ ସମ୍ମାନ ଦେଇଥିବାରୁ ‘ସମ୍ବାଦ’ ଗ୍ରୁପ୍‌କୁ କୃତଜ୍ଞତା ଜ୍ଞାପନ କରୁଛି।’

ଶୁଭ୍ରାଂଶ ଶୁଭ୍ର ଶେଖର ମିଶ୍ର, ଆଇଟିଇଆର୍‌ କଲେଜ୍‌ 
ସାଧନା ଜାରି ରଖିଛି
‘ଏଭଳି ପ୍ରତିଯୋଗିତାରେ ତଥା ମଞ୍ଚରେ ଆମ ଭଳି ପିଲାଙ୍କୁ ସୁଯୋଗ ଦେଇଥିବାରୁ ‘ସମ୍ବାଦ’ ଗ୍ରୁପ୍‌କୁ ଅନ୍ତରରୁ ଧନ୍ୟବାଦ। ଦ୍ବିତୀୟ ସ୍ଥାନ ଅଧିକାର କରି ମୁଁ ବହୁତ ଖୁସି ଲାଗୁଛି। ପୁରସ୍କାର ନ ମିଳିଥିଲେ ବି ଦୁଃଖ କରି ନଥା’ନ୍ତି। ଆଗାମୀ ଦିନରେ ଆହୁରି ଭଲ କରିବା ପାଇଁ ଚେଷ୍ଟା କରିବି। ଗୀତ ଗାଇବା ଏକ ସାଧନା, ଏହାକୁ ଜାରି ରଖିବି।’

‘ତୃତୀୟ ସ୍ଥାନ ଅଧିକାର କରିଥିଲେ ବି ବହୁତ ଖୁସି ଅନୁଭବ କରୁଛି। ଆଗାମୀ ଦିନରେ ଆହୁରି ଭଲ କରିବାକୁ ଉଦ୍ୟମ କରିବି। ବିଚାରକମାନେ ମୋତେ ଯେଉଁ ସମ୍ମାନ ଦେଇଛନ୍ତି, ସାଧନା ବଳରେ ତା’କୁ ସାର୍ଥକ କରିବାକୁ ଚେଷ୍ଟା କରିବି। ଏହି ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମ ପାଇଁ ‘ସମ୍ବାଦ’ ଗ୍ରୁପର ସମସ୍ତ ସଦସ୍ୟଙ୍କୁ ଅଶେଷ ଧନ୍ୟବାଦ।’
ସ୍ୱୀକୃତି ସାହୁ, ରାଜା ମଧୁସୂଦନ ଦେବ ଡିଗ୍ରି ମହାବିଦ୍ୟାଳୟ

Read Entire Article
LEFT SIDEBAR AD

Hidden in mobile, Best for skyscrapers.