Youth: ବନ୍ୟାଜଳରେ ଭାସିଯାଉଥିବା ଯୁବକ ଉଦ୍ଧାର

1 hour ago 1
ARTICLE AD BOX

ସୋର: ବନ୍ୟାଜଳରେ ଭାସିଯାଉଥିବା ଜଣେ ଯୁବକଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି। ସୂଚନା ଅନୁସାରେ କାଂଶବାଂଶ ନଦୀରେ ବନ୍ୟାଜଳ ନିଷ୍କାସନ ନହେବାରୁ ସ୍ଥାନୀୟ ଅଞ୍ଚଳରେ ବନ୍ୟାଜଳ ଜମି ରହିଛି। ଫଳରେ ୫୦ରୁ ଅଧିକ ଗାଁ ଏବେ ଜଳମଗ୍ନ ଅବସ୍ଥାରେ ଅଛି। ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଢେଉ ଖେଳୁଛି।

ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଣିବାକୁ ଯାଇ ଭାସିଗଲେ ଯୁବକ

ଏପରିସ୍ଥିତିରେ ଆଜି ମଧ୍ୟାହ୍ନରେ ପଦାନପଡା ଗ୍ରାମର ଜଣେ ଯୁବକ ନିଜ ବାଇକ ଯୋଗେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଣିବାକୁ ଯାଉଥିବା ବେଳେ ଭାସିଯାଇଥିଲେ। ସ୍ଥାନୀୟ ଲୋକେ ରଶି ସାହାଯ୍ୟରେ ତାଙ୍କୁ ଓ ତାଙ୍କ ଗାଡିକୁ ଉଦ୍ଧାର କରିଛନ୍ତି। ଦୀର୍ଘ ଏକ ମାସରୁ ଅଧିକ ଦିନ ଧରି ତଳନଗର ପଞ୍ଚାୟତର ୧୪ ଟି ଗାଁର ଲୋକେ ଜଳମଗ୍ନ ଅବସ୍ଥାରେ ଦିନ ବିତାଉଥିବା ବେଳେ ଏ ପର୍ଯ୍ୟନ୍ତ ସେମାନଙ୍କୁ କୌଣସି ସୁବିଧା ଯୋଗାଯାଇ ନଥିବା ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ସୋର ବିଡ଼ିଓ ସୁବ୍ରତ ବେହେରାଙ୍କୁ  ଲୋକେ ବାରମ୍ବାର ଯୋଗାଯୋଗ କରୁଥିଲେ ମଧ୍ୟ ସେ ଫୋନ ଉଠାଇ ନଥିବା ଅଭିଯୋଗ ହୋଇଛି।

ଲଗାଣ ବର୍ଷା ଯୋଗୁ ଭୁଶୁଡ଼ିଲା କାନ୍ଥ, ସ୍ତ୍ରୀ ମୃତ ଓ ସ୍ବାମୀ ଗୁରୁତର, ବନ୍ୟା ପ୍ରଭାବିତଙ୍କ ପାଇଁ ହଜାରେ କୋଟିର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Read Entire Article
LEFT SIDEBAR AD

Hidden in mobile, Best for skyscrapers.