Earth Again Conference 2026: ଭୁବନେଶ୍ୱରରେ ବଡ଼ ବଡ଼ ଶିଳ୍ପ ନଥିଲେ ମଧ୍ୟ ନଦୀ- ନାଳ ପ୍ରଦୂଷିତ ହେଉଛି’

1 day ago 2
ARTICLE AD BOX

ଭୁବନେଶ୍ବର: ଅଳିଆ ଆବର୍ଜନା ଭିତରେ ୧୦୦ ଏକରର ଆର୍ଦ୍ରଭୂମି ହଜିଯାଉଛି। କେବେ ବଦଳିବ ରାଜଧାନୀର ଚିତ୍ର? ବୋଲି ପ୍ରଶ୍ନ କରିଛନ୍ତି ଭୁବନେଶ୍ବର ଦେଇ ପ୍ରବାହିତ ଗଙ୍ଗୁଆ ନଦୀର ପୁନରୁଦ୍ଧାର ପାଇଁ ସ୍ବର ଉଠାଇଥିବା ବିପିନ ମହାନ୍ତି। ଦୈନିକ ସମ୍ବାଦ ଏବଂ ଆମ ଓଡ଼ିଶା ପକ୍ଷରୁ ଆ‌ୟୋଜିତ ପୁନଶ୍ଚ ପୃଥିବୀର ତୃତୀୟ ସଂସ୍କରଣର ଦ୍ବିତୀୟ ଦିନରେ ଶନିବାର ସେ କହିଛନ୍ତି, ଭୁବନେଶ୍ୱରରେ ବଡ଼ ବଡ଼ ଶିଳ୍ପ ବା ଇଣ୍ଡଷ୍ଟ୍ରି ନଥିଲେ ମଧ୍ୟ ଏହି ନଦୀ ଓ ନାଳଗୁଡ଼ିକ ପ୍ରଦୂଷିତ ହେଉଛି। ସ୍ୱେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ଗୁଡ଼ିକ କେବଳ ୧୫ ପ୍ରତିଶତ କାମ କରୁଛନ୍ତି ଯେଉଁକାରଣରୁ ଘରୋଇ ବର୍ଜ୍ୟବସ୍ତୁ ସିଧାସଳଖ ନଦୀ କିମ୍ବା ନାଳରେ ମିଶୁଛି।

ଜୀବନରେଖାକୁ ବଞ୍ଚାଇ ରଖିବା ଆବଶ୍ୟକ

ଉତ୍କଳ ବିଶ୍ବବିଦ୍ୟାଳୟର ଏମ୍‌କେସିଜି ସଭାଗୃହରେ ଆୟୋଜିତ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି, ବର୍ଷା ସମୟରେ ନଦୀରେ ବନ୍ୟା ଆସିଥାଏ କିନ୍ତୁ ନାଳରେ ସେଭଳି ବନ୍ୟା ଆସେ ନାହିଁ। ନଦୀର ମଝିରେ ବହୁତଗୁଡ଼ିଏ ଆର୍ଦ୍ରଭୂମି ରହିଥାଏ ଯାହାକି ବର୍ଷା ସମୟରେ ପାଣିରେ ଭରିଯାଇଥାଏ। ଯଦି ଏହି ସ୍ଥାନ ନ ରହିବ ଏବଂ ପାଣି ସେଠାରୁ ବନ୍ଦ ନ ହେବ ତେବେ ଭୂତଳ ଜଳର ଉଚ୍ଚତା ବଢ଼ିବ ନାହିଁ ଏବଂ ରିଚାର୍ଜ ହେବ ନାହିଁ। ଭୁବନେଶ୍ୱର ପାଇଁ ଏହି ଜୀବନରେଖାକୁ ବଞ୍ଚାଇ ରଖିବା ନିହାତି ଆବଶ୍ୟକ ଅଟେ। ନଚେତ୍ ପିଇବା ପାଣି ଏବଂ ଅନ୍ୟାନ୍ୟ ଆବଶ୍ୟକତା ପାଇଁ ସମସ୍ୟା ଉପୁଜିବ।

Earth Again Conference 2026: ‘ମିଲେଟ ମିସନ ଓଡ଼ିଶାର ଗ୍ରାମାଞ୍ଚଳରେ ପହଞ୍ଚିପାରିଛି’

Read Entire Article
LEFT SIDEBAR AD

Hidden in mobile, Best for skyscrapers.