Youth Murder Allegation in Banki: ବାଙ୍କୀରେ ଯୁବକଙ୍କୁ ହତ୍ୟା ଅଭିଯୋଗ, ୨ ଅଟକ

1 day ago 3
ARTICLE AD BOX

ବାଙ୍କୀ (ଅନନ୍ତ ପଟ୍ଟନାୟକ): ବାଙ୍କୀ ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ଅତି ନୃସଂଶ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ ଦୁଇଜଣଙ୍କୁ ଅଟକ ରଖି ପଚରାଉଚରା କରିଛି। 

Murder Case: ପତ୍ନୀଙ୍କୁ ହତ୍ୟା ପରେ ଶବକୁ ଖଣ୍ଡଖଣ୍ଡ କରି ଆବର୍ଜନାରେ ଫିଙ୍ଗିଥିଲେ ସ୍ୱାମୀ, ଆମେରିକାରେ ଦୋଷୀ ସାବ୍ୟସ୍ତ
ସୂଚନାନୁସାରେ, ୯ ତାରିଖ ସନ୍ଧ୍ୟାରେ ଗୟଳବାଙ୍କ ଗାଁର ପୃଥ୍ବୀରାଜ ସାହୁ ସେହି ଗାଁର ଜଣେ ବ୍ୟକ୍ତିଙ୍କ ଭୋଜି ଖାଇବାକୁ ଯାଇଥିଲେ। ବିଳମ୍ବିତ ରାତି ଯାଏଁ ଘରକୁ ଫେରିନଥିଲେ। ପରିବାର ସଦସ୍ୟ ଅନେକ ଖୋଜାଖୋଜି କରି ବିଫଳ ହୋଇଥିଲେ। ୧୦ ତାରିଖ ପୂର୍ବାହ୍‌ଷର ଗାଁ ସ୍କୁଲ ପାଚେରୀ କଡ଼ରୁ ପୃଧ୍ବୀରାଜଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଶରୀରର ଅନେକ ସ୍ଥାନରେ ଆଘାତ ଚିହ୍ନ ଥିଲା। ପୃଥ୍ବୀରାଜଙ୍କୁ କଟକର ଏକ ଘରୋଇ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ଅଧିକ ସଂକଟାପନ୍ନ ହେବାରୁ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ପୃଥ୍ୱୀରାଜଙ୍କ ମୃତ୍ୟୁ ଘଟିଥିଲା।

Murder: ନିଛାଟିଆ ରାସ୍ତାରେ ପଥରରେ ଛେଚି ବୃଦ୍ଧଙ୍କୁ ହତ୍ୟା, ମହୁଲ ଗଛ ମୂଳରୁ ମିଳିଲା ମୃତଦେହ
ଏହି ଘଟଣାକୁ ନେଇ ମୃତକଙ୍କ ବଡ଼ଭାଇ କବିରାଜ ସାହୁ ଆଜି (ବୁଧବାର) ବାଙ୍କୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୁଲିସ ବିଏନ୍‌ଏସ୍‌ ଧାରାରେ ଏକ ମାମଲା ରୁଜୁ କରିଛି। ସନ୍ଦେହରେ ଦୁଇଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି। ତେବେ ଯୁବକଙ୍କ ମୃତ୍ୟୁ ପଛର ପ୍ରକୃତ କାରଣ କ'ଣ ଏବଂ ଏହି ଘଟଣାରେ କିଏ କିଏ ସମ୍ପୃକ୍ତ, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.