Youth Found Dead ବିଜୁ ଏକ୍ସପ୍ରେସ୍‌ ୱେ କଡ଼ କାର୍‌ରୁ ଯୁବକଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ

52 minutes ago 1
ARTICLE AD BOX

ସୁନ୍ଦରଗଡ଼:ସୁନ୍ଦରଗଡ଼ ଟାଉନ ଥାନା ବିଜୁ ଏକପ୍ରେସ ୱେ ଭଜପୁର ନିକଟ ସର୍ଭିସ ରୋଡ଼ କଡ଼ରେ ଠିଆ ହୋଇଥିବା ଏକ କାର ଭିତରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି । ଯୁବକଙ୍କ ପରିଚୟ ଚିହ୍ନଟ ପରେ ପରିବାର ଲୋକ ‘ହତ୍ୟା’ ଅଭିଯୋଗ ଆଣିଛନ୍ତି। 

OHRC Camp Court ସୁନ୍ଦରଗଡ଼ରେ ମାନବ ଅଧିକାର ଆୟୋଗଙ୍କ କ୍ୟାମ୍ପ କୋର୍ଟ

ପୁଲିସ ଠାରୁ ମିଳିଥିବା ସୂଚନାନୁସାରେ, ଯୁବକଙ୍କ ନାଁ ଅଭିଜିତ ନାଏକ (୩୩) ଓ ରଙ୍ଗାଢିପାରେ ରହନ୍ତି। ଗତକାଲି (ବୁଧବାର) ରାତିରେ ସେ ନିଜର ସାଙ୍ଗ ସହିତ ଘରୁ ବାହାରିଥିଲେ ଓ ଆଜି ତାଙ୍କ ମୃତ ଦେହ ଏହିଭଳି ଅବସ୍ଥାରେ ମିଳିଛି। ପ୍ରାଥମିକ ଅନୁସନ୍ଧାନରେ ଦେହର କେତେକ ସ୍ଥାନରେ ମାଡ଼ ଚିହ୍ନ ରହିଛି। ଏଥିରୁ ଏହା ଏକ ଯୋଜନାବଦ୍ଧ ହତ୍ୟା ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି । ପୁଲିସ ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପ‌ଷ୍ଟ ହେବ ବୋଲି ପୁଲିସ କହିଛି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.