ARTICLE AD BOX
ଭଦ୍ରକ (ହରିହର ନାୟକ): ଭଦ୍ରକର ବାଇପାସ୍ ସ୍ଥିତ କେନାଲ ଡିଭିଜନ ଅଫିସ ଭିତର ମୁକୁଳା ନାଳରେ ପଡ଼ି ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ଯୁବକ ଜଣକ ସଜନା ଗଛରୁ ଶାଗ ତୋଳିବା ବେଳେ ଗଛରୁ ଖସିପଡ଼ି ନାଳରେ ଗଳି ପଡ଼ିଥିବା ଅନୁମାନ କରାଯାଉଛି।
Bamikhal Drain Construction: ବମିଖାଲ ଡ୍ରେନ୍ ନିର୍ମାଣ: ଓସାର ଓ ଗଭୀରରେ ତଞ୍ଚକତା
ସୂଚନା ଅନୁଯାୟୀ, ଭଦ୍ରକ ସହରାଞ୍ଚଳ ଥାନା ଅଧୀନ ବାଇପାସ୍ ସ୍ଥିତ ସାଳନ୍ଦୀ କେନାଲ ଡିଭିଜନ ଅଫିସ ପରିସରରେ ସାଳନ୍ଦୀ କଲୋନୀ ବାସିନ୍ଦା କିଶୋର ପ୍ରଧାନଙ୍କ ପୁଅ ଅକ୍ଷୟ ପ୍ରଧାନ ଶାଗ ତୋଳିବା ପାଇଁ ଯାଇଥିବା ବେଳେ ଏହି ଅଘଟଣ ଘଟିଥିଲା।
ଆଜି ସକାଳୁ ଖବର ପାଇ ଭଦ୍ରକ ଟାଉନ ପୁଲିସ ଓ ଭଦ୍ରକ ଅଗ୍ନିଶମ ବାହିନୀ ନାଳରୁ ମୃତ ଦେହ ଉଦ୍ଧାର କରିଥିଲେ। ମୃତକଙ୍କ ପରିବାର ଲୋକେ ଅକ୍ଷୟର ମୃତ ଶରୀର ଚିହ୍ନଟ କରିଥିଳେ। ଭଦ୍ରକ ମେଡିକାଲ୍ରେ ଶବ ବ୍ୟବଚ୍ଛେଦ ପରେ ଶବ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏହି ଘଟଣା ସମ୍ପର୍କରେ ଟାଉନ ଥାନାରେ ୧୬/୨୬ ରେ ଏକ ଅପମୃତ୍ୟୁ ମାମଲା ରଜ୍ଜୁ କରାଯାଇଛି। ମୃତ୍ୟୁର କାରଣ କଣ ଶବ ବ୍ୟବଛେଦ ରିପୋର୍ଟ ମିଳିବା ପରେ ଜଣାପଡ଼ିବ ବୋଲି ଟାଉନ୍ ଥାନା ଅଧିକାରୀ ପ୍ରଭାନସ ମିଶ୍ର ପ୍ରକାଶ କରିଛନ୍ତି ।
Neglect: କେବେ ସୁଧୁରିବ ଭଞ୍ଜ ମାର୍କେଟର ଡ୍ରେନେଜ୍ ବ୍ୟବସ୍ଥା? ମୁକ୍ତ ଶୌଚାଳୟ ପାଲଟିଛି ଡ୍ରେନ୍
ତେବେ ଆଜି ଏହି ଘଟଣାକୁ ନେଇ ସହରରେ ଭିନ୍ନ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଭଦ୍ରକର ଡ୍ରେନେଜ୍ ବିଭାଗ , ପୂର୍ତ୍ତ ବିଭାଗ ଓ ପୌରପାଳିକା ପକ୍ଷରୁ ଯେଉଁସବୁ ସ୍ଥାନରେ ଡ୍ରେନ ନିର୍ମାଣ କରାଯାଇଛି। ସେହି ସବୁ ଡ୍ରେନ ଉପରେ ସ୍ଲାବ ପକାଇବା ଉପରେ ଗୁରୁତ୍ୱ ଦେବା ଜରୁରୀ ମନେହୁଏ ବୋଲି ବରିଷ୍ଠ ନାଗରିକ ଜଗନ୍ନାଥ ରାଉତ, ପ୍ରଫେସର ଅଟଳବିହାରୀ ନାୟକ , ଆଇନଜୀବୀ ଦିବ୍ୟସିଂହ ନାୟକ, ସିପି ଆଇଏମ୍ ନେତା ସମର ବଳ , ସାମାଜିକ କର୍ମୀ ବିପ୍ଲବ ହୋତା, ପ୍ରକାଶ ହେବ ପ୍ରମୁଖ ଦାବି କରିଛନ୍ତି ।

38 minutes ago
2


