ARTICLE AD BOX
ଛତ୍ରପୁର(ବସନ୍ତ କୁମାର ମହାରଣା): ବିକଶିତ ଓଡ଼ିଶାର ସ୍ବପ୍ନ ଶିଶୁଙ୍କ ଅଧିକାରର ସୁରକ୍ଷା ଓ ସେମାନଙ୍କ ଉତ୍ତମ ଭବିଷ୍ୟତ ଗଠନରେ ସନ୍ନିହିତ ବୋଲି ଛତ୍ରପୁର ଜିଲ୍ଲା ପରିଷଦ ଋଷିକୂଲ୍ୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୁକ୍ତ ଅଧ୍ୟକ୍ଷା ବବିତା ପାତ୍ର କହିଛନ୍ତି।
Child Rights Commission: ରିଭଲକଣା ରାଗିଙ୍ଗ ଘଟଣାର ଯାଞ୍ଚ କଲେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ
ଅରୁଣା, ପରିବାର ପ୍ଲସ୍ ଓ ଓଡ଼ିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶ୍ରୀମତି ପାତ୍ର, ପ୍ରଥମେ ଚାଇଲ୍ଡ ଫ୍ରେଣ୍ଡଲି ପଞ୍ଚାୟତ ଏବଂ ପରବର୍ତ୍ତୀ ସମୟରେ ଚାଇଲ୍ଡ ଫ୍ରେଣ୍ଡଲି ଜିଲ୍ଲା ଗଠନ ଦିଗରେ ପଦକ୍ଷେପ ନେବାକୁ ସେ ଆହ୍ୱାନ ଦେଇଛନ୍ତି।
/filters:format(webp)/sambad/media/media_files/2026/09/29/child-chhatrapur1-2026-09-29-19-05-06.jpeg)
ଅବହେଳିତ ଓ ଆର୍ଥିକ ଦୁର୍ବଳ ଶିଶୁଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ସାମଗ୍ରିକ ବିକାଶ ପାଇଁ ସମସ୍ତ ବିଭାଗ ସମନ୍ୱୟରେ କାର୍ଯ୍ୟ କରିବା ଆବଶ୍ୟକ ବୋଲି ସେ କହିଥିଲେ। ଶିଶୁମାନଙ୍କ ହାତରେ ବହି ଓ କଲମ ବଦଳରେ ହାତୁଡ଼ି, ବେଲଚା କିମ୍ବା ଇଟା ନ ଆସିବା ପାଇଁ ଶିଶୁ ଶ୍ରମ ରୋକିବା, ଡ୍ରପ୍ଆଉଟ୍ ହ୍ରାସ, ବାଲ୍ୟବିବାହ ନିରୋଧ ଓ ସଚେତନତା ସୃଷ୍ଟି ଉପରେ ସେ ନିଜ ବକ୍ତବ୍ୟରେ ଗୁରୁତ୍ୱାରୋପ କରିଥିଲେ।
Odisha Child Rights Commission ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷାଙ୍କ ତିନିଦିନିଆ ମୟୂରଭଞ୍ଜ ଗସ୍ତ
ସମ୍ମିଳନୀରେ ଶିଶୁ ସୁରକ୍ଷା ସମ୍ପର୍କିତ ବିଭିନ୍ନ ଯୋଜନା ଓ ବ୍ୟବସ୍ଥା ଉପରେ ଆଲୋଚନା ହୋଇଥିଲା। ଆୟୋଜିତ କାର୍ଯ୍ୟକ୍ରମ ରେ ଅରୁଣାର ପରାମର୍ଶଦାତା ତଥା ପୂର୍ବତନ ପ୍ରଶାସନିକ ଅଧିକାରୀ ସତ୍ୟରଞ୍ଜନ ସାହୁ, ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ( ସାଧାରଣ )ସଚ୍ଚିଦାନନ୍ଦ ନାୟକ, ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ବିଜୟ କୁମାର ବେହେରା, ଶିଶୁ ବିଶେଷଜ୍ଞ ପ୍ରଭାତ କୁମାର,ଅରୁଣା ର ମେମ୍ବର ସେକ୍ରେଟାରୀ ଲୋକନାଥ ମିଶ୍ର, ସି ଆରଏସ ମୁଖ୍ୟ ଜିମି ଜୋସେଫ ଓ ୟୁଥ ରେଡ଼କ୍ରସ ଅଧ୍ୟକ୍ଷ ଡ଼ଃ ଅଜୟ କୁମାର ତ୍ରିପାଠୀ ପ୍ରମୁଖ ଯୋଗଦେଇ ପଞ୍ଚାୟତସ୍ତରରେ ଶିଶୁ ଅଧିକାରର ସୁରକ୍ଷା, ଶିଶୁଙ୍କ ଆବଶ୍ୟକତା ଚିହ୍ନଟ ଓ ଶିଶୁ ଅନୁକୂଳ ପରିବେଶ ସୃଷ୍ଟି ନେଇ ଆଲୋଚନା କରିଥିଲେ।

48 minutes ago
1


