ARTICLE AD BOX
ଭୁବନେଶ୍ୱର/ରାୟଗଡ଼ା: ପୂର୍ବତଟ ରେଳପଥ ରାୟଗଡ଼ା ରେଳମଣ୍ଡଳ ପରିସୀମା ମଧ୍ୟରେ ଲଗାଣ ବର୍ଷାରେ କ୍ଷତି ହୋଇଥିବା ରେଳ ଷ୍ଟେସନ, ଧାରଣା, ପୋଲଗୁଡ଼ିକର ମରାମତି କାର୍ଯ୍ୟ ତ୍ବରାନ୍ବିତ ହୋଇଛି। ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ୍ ଗତକାଲି (ସୋମବାର) କୋରାପୁଟ–ଜୟପୁର ରେଳ ସେକ୍ସନର ଅନ୍ୟତମ ପ୍ରମୁଖ ପ୍ରଭାବିତ ସ୍ଥାନ ମାଲିଗୁଡାରେ ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି।
East Coast Railway ହ୍ରାସ ପାଇଲା ପୂର୍ବତଟ ରେଳପଥ ପରିସୀମା: ବାର୍ଷିକ ଆୟ ହ୍ରାସ ପାଇବ, ପ୍ରଭାବିତ ହେବ ଓଡ଼ିଶା
ପରିଦର୍ଶନ ସମୟରେ ବିଭିନ୍ନ ବିଭାଗୀୟ ପ୍ରମୁଖ ଅଧିକାରୀ ମାନଙ୍କ ମଧ୍ୟରେ ପ୍ରମୁଖ ମୁଖ୍ୟ ଯନ୍ତ୍ରୀ ଏବଂ ପ୍ରମୁଖ ମୁଖ୍ୟ ସିଗନାଲ ଓ ଟେଲିକମ୍ୟୁନିକେସନ୍ ଯନ୍ତ୍ରୀଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ମହାପ୍ରବନ୍ଧକଙ୍କୁ ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟ ଏବଂ ଗ୍ରହଣ କରାଯାଉଥିବା ସୁରକ୍ଷାମୂଳକ ପଦକ୍ଷେପ ସମ୍ପର୍କରେ ଅବଗତ କରାଇଥିଲେ।
General Manager of East Coast Railway: ମୁଖ୍ୟ ଶାସନ ସଚିବଙ୍କୁ ଭେଟିଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ
ମାଲିଗୁଡା ୟାର୍ଡରେ ଭୂସ୍ଖଳନର ପରିମାଣ ଏବଂ ରେଳ ଭିତ୍ତିଭୂମି ଉପରେ ପଡ଼ିଥିବା ବିପୁଳ ପରିମାଣର ମାଟି ଓ ଆବର୍ଜନା ଯୋଗୁଁ ପୁନରୁଦ୍ଧାର କାର୍ଯ୍ୟ ଏକ ବଡ଼ ଆହ୍ୱାନ ହୋଇ ରହିଛି।ମାଲିଗୁଡ଼ା ଷ୍ଟେସନ ନିକଟରେ ଟ୍ରାକ୍, ଓଏଚ୍ଇ ଏବଂ ସିଗନାଲିଂ ଭିତ୍ତିଭୂମି ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି।
ମାଲିଗୁଡାରେ ପୁନରୁଦ୍ଧାର କାର୍ଯ୍ୟ ପାଇଁ ଅଧିକାରୀ ଓ କର୍ମଚାରୀଙ୍କ ସମେତ ୬୦୦ରୁ ଅଧିକ ଶ୍ରମିକଙ୍କୁ ନିୟୋଜିତ କରାଯାଇଛି। ପ୍ରଭାବିତ ରେଳପଥରୁ ମାଟି ଓ ଆବର୍ଜନା ହଟାଇବା ଏବଂ ରେଳ ଭିତ୍ତିଭୂମିକୁ ଯଥାଶୀଘ୍ର ପୁନରୁଦ୍ଧାର କରିବା ପାଇଁ ଭାରୀ ଯନ୍ତ୍ରପାତି, ବିଭିନ୍ନ ଉପକରଣ ଏବଂ ବିଭାଗୀୟ ଟିମ୍ଗୁଡ଼ିକୁ ନିରନ୍ତର ଭାବେ ନିୟୋଜିତ କରାଯାଉଛି ବୋଲି ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

52 minutes ago
1


