youth are suffering: ଏବେ ଯୁବପିଢ଼ି ବି ପାର୍କିନ୍‌ସନ୍‌ର ଶିକାର

1 hour ago 1
ARTICLE AD BOX

 ପାର୍କିନ୍‌ସନ୍‌ ରୋଗ କ’ଣ? କିଭଳି ଲକ୍ଷଣରୁ ଏହା ଜଣାଯାଏ?
ପାର୍କିନ୍‌ସନ୍‌ ହେଉଛି ଏକ ନ୍ୟୁରୋ ଡିଜେନେରେଟିଭ୍‌ ଡିଜିଜ୍‌। ମସ୍ତିଷ୍କରେ ଡୋପାମିନ୍‌ ନାମକ ରାସାୟନିକ ପଦାର୍ଥ ସୃଷ୍ଟି କରୁଥିବା ନିଉରୋନ୍‌ଗୁଡ଼ିକ କ୍ରମଶଃ କ୍ଷୟ ହେବା ଯୋଗୁଁ ଏହି ରୋଗ ହୋଇଥାଏ। ବିଶେଷକରି ରୋଗୀ ସ୍ଥିର ଭାବରେ ବସିଥିବା ସମୟରେ ଏହା ଦେଖାଯାଇଥାଏ ଏବଂ ଏହା ସାଧାରଣତଃ ଶରୀରର ଗୋଟିଏ ପାର୍ଶ୍ବରୁ ଆରମ୍ଭ ହୁଏ। ଏହି ରୋଗ ଆରମ୍ଭ ହେଲେ ଚାଲିବାରେ ଓ କାର୍ଯ୍ୟଶୈଳୀରେ ମନ୍ଥରତା ଆସେ। ମାଂସପେଶୀରେ କଠିନତା ଦେଖାଯାଏ। 

Health: ରୋଗୀସେବାରେ ଯୋଡ଼ିହେବ ଏକାଧିକ ନୂତନ ବ୍ୟବସ୍ଥା: ଏମ୍‌ସ ଭୁବନେଶ୍ବର

 ଏହାର ଉପଶମ ଲାଗି କିଭଳି ଚିକିତ୍ସା ଉପଲବ୍ଧ?
ଏହି ରୋଗର ସମ୍ପୂର୍ଣ୍ଣ ନିରାକରଣ ସମ୍ଭବ ହୋଇ ନଥିବାରୁ ଔଷଧ ଖାଇବା ଦ୍ବ‌ାରା ଏହାର ଲକ୍ଷଣରୁ ମୁକ୍ତି ସହ ଏହାର ନିୟନ୍ତ୍ରଣ କରାଯାଇପାରେ। ଆଜିକାଲି ପେସ୍‌ମେକର୍‌ ଜରିଆରେ ‘ଡିପ୍‌ ବ୍ରେନ୍‌ ଷ୍ଟିମୁଲେସନ୍’ ଭଳି ସର୍ଜିକାଲ୍‌ ସିଷ୍ଟମ୍‌ ମଧ୍ୟ ଓଡ଼ିଶାରେ ଉପଲବ୍‌ଧ। ଏହାକୁ ଛାତିରେ ଇମ୍ପ୍ଲାଣ୍ଟ କରି ଇଲେକ୍ଟ୍ରୋଡ୍‌ ଜରିଆରେ ମସ୍ତିଷ୍କର ପ୍ରଭାବିତ ଅଞ୍ଚଳକୁ ଷ୍ଟିମୁଲେଟ୍‌ କରାଯାଇଥାଏ।  

 ପାର୍କିନ୍‌ସନ୍‌ କେଉଁ ବୟସରେ ଦେଖାଯାଇଥାଏ?
ପୂର୍ବରୁ ଏହା ବୟସ୍କ ଲୋକଙ୍କର ରୋଗ ଭାବେ ଗଣା ଯାଉଥିଲା। ବର୍ତ୍ତମାନ କମ୍‌ ବୟସର ଲୋକମାନଙ୍କଠାରେ ଏହା ଦେଖାଯାଉଛି। ଏହାକୁ ୟଙ୍ଗ୍‌ ଅନ୍‌ସେଟ୍‌ ପାର୍କିନ୍‌ସନ୍‌ ଡିଜିଜ୍‌ କୁହାଯାଏ ଏବଂ  କେତେକ କ୍ଷେତ୍ରରେ ଏହା ବଂଶଗତ ମଧ୍ୟ ହୋଇପାରେ।

 ରୋଗର ଗତିକୁ ମନ୍ଥର କରିବାରେ ବ୍ୟାୟାମ ବା ଥେରାପି କେତେ ଗୁରୁତ୍ୱପୂର୍ଣ୍ଣ?
ପ୍ରତିଦିନ ବ୍ୟାୟାମ, ଯୋଗ ଓ ଚାଲିବା ଦ୍ୱାରା ରୋଗକୁ ନିୟନ୍ତ୍ରଣରେ ରଖିହେବ ଏବଂ ଏହା ଔଷଧର ଆବଶ୍ୟକତା କମାଇବାରେ ସାହାଯ୍ୟ କରିଥାଏ।

Healthcare: ଆଧୁନିକ ଚିକିତ୍ସାରେ ପରିପୂରକ କରନ୍ତୁ ଆୟୁର୍ବେଦ ପଦ୍ଧତି

 ପାର୍କିନ୍‌ସନ୍‌ ଅବସାଦ ଓ ସ୍ମୃତିଶକ୍ତିଜନିତ କୌଣସି ପ୍ରକାର ମାନସିକ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଏ କି?
ହଁ, ପାର୍କିନ୍‌ସନ୍‌ ଜଣଙ୍କର ମାନସିକ ସ୍ୱାସ୍ଥ୍ୟ ଓ ସ୍ମୃତିଶକ୍ତି ଉପରେ ପ୍ରଭାବ ପକାଇଥାଏ। ଏହାଦ୍ବାରା ରୋଗୀଙ୍କଠାରେ ଅବସାଦ, ଚିଡ଼ଚିଡ଼ାପଣ ଓ ନିଦ୍ରାହୀନତା ଭଳି ସମସ୍ୟା ଦେଖିବାକୁ ମିଳେ। ରୋଗ ବୃଦ୍ଧି ପାଇଲେ ସ୍ମରଣ ଶକ୍ତି ପ୍ରଭାବିତ ହେବା, ଶରୀରର ସନ୍ତୁଳନ ବିଗିଡ଼ିଯିବା, ରୋଗୀ ପଡ଼ିଯିବା ଓ ଆଘ୍ରାଣ ଶକ୍ତି କମିଯିବା ଆଦି ଲକ୍ଷଣ ମଧ୍ୟ ପ୍ରକାଶ ପାଏ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.