Youngest Male Professor: ୧୮ ବର୍ଷ ବୟସରେ ବିଶ୍ୱର ସବୁଠୁ ତରୁଣ ପ୍ରଫେସର

1 hour ago 2
ARTICLE AD BOX

ୱାସିଂଟନ: ୧୮ ବର୍ଷ ବୟସରେ ବିଶ୍ୱର ସବୁଠୁ କମ୍‌ ବୟସ୍କ ପୁରୁଷ ପ୍ରଫେସର ହୋଇ ଆମେରିକାର ଫ୍ଲୋରିଡାର ନାଥନ୍‌ ଟମାସ ଇତିହାସ ସୃଷ୍ଟି କରିଛନ୍ତି। ସେ ୩୦୬ ବର୍ଷ ଧରି ଅକ୍ଷୁଣ୍ଣ ରହିଥିବା ଏହି ରେକର୍ଡକୁ ଭାଙ୍ଗି ଗିନିଜ୍‌ ୱାର୍ଲ୍ଡ ରେକର୍ଡସ୍‌ରେ ସ୍ଥାନ ପାଇଛନ୍ତି। ଗିନିଜ୍‌ ୱାର୍ଲ୍ଡ ରେକର୍ଡସ୍‌ ପକ୍ଷରୁ ନିକଟରେ ଏହି ସଫଳତାକୁ ଆନୁଷ୍ଠାନିକ ସ୍ବୀକୃତି ଦିଆଯାଇଛି।

ନାଥନ୍‌ ଟମାସ ୨୧ ଅଗଷ୍ଟ ୨୦୨୩ରେ ୧୮ ବର୍ଷ ୩୪୬ ଦିନ ବୟସରେ ଫ୍ଲୋରିଡାର ମିଆମି ଡାଡେ କଲେଜରେ ଇଞ୍ଜିନିୟରିଂ ପ୍ରଫେସର ଭାବେ ଯୋଗ ଦେଇଥିଲେ। ଏହା ସହିତ ସେ ୧୭୧୭ରେ ମାତ୍ର ୧୯ ବର୍ଷ ବୟସରେ ପ୍ରଫେସର ହୋଇଥିବା ସ୍କଟଲ୍ୟାଣ୍ଡର ଗଣିତଜ୍ଞ କଲିନ୍‌ ମ୍ୟାକଲରିନ୍‌ଙ୍କ ୩୦୬ ବର୍ଷର ପୁରୁଣା ରେକର୍ଡକୁ ଭାଙ୍ଗିଥିଲେ। ଏପରିକି ୨୦୦୮ରେ ୧୮ ବର୍ଷ ୩୬୨ ଦିନ ବୟସରେ ପ୍ରଫେସର ହୋଇଥିବା ଆଲିଆ ସାବୁରଙ୍କଠାରୁ ମଧ୍ୟ ସେ ୧୬ ଦିନ କମ୍‌ ବୟସରେ ଏହି ସଫଳତା ହାସଲ କରିଛନ୍ତି।

ବିଦେଶରୁ ୨୭୪ ଜଣ ପଳାତକ ଅପରାଧୀଙ୍କୁ ଫେରାଇ ଆଣିଲା ଭାରତ

ନାଥନ୍‌ଙ୍କ ପ୍ରତିଭା ପିଲାଦିନରୁ ହିଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। କିଣ୍ଡରଗାର୍ଟେନ୍‌ରେ ଭର୍ତ୍ତି ପୂର୍ବରୁ ହୋଇଥିବା ଯୋଗ୍ୟତା ପରୀକ୍ଷାରେ ସେ ପୂର୍ଣ୍ଣାଙ୍କ ରଖିଥିଲେ। ମାତ୍ର ୧୦ ବର୍ଷ ବୟସରେ ସେ ମିଆମି ଡାଡେ କଲେଜରେ ପଢ଼ିବା ଆରମ୍ଭ କରିଥିଲେ। ୧୪ ବର୍ଷ ବୟସରେ ସେ ଫ୍ଲୋରିଡା ଇଣ୍ଟରନ୍ୟାସନାଲ୍‌ ୟୁନିଭର୍ସିଟିକୁ ଯାଇଥିଲେ। ୧୮ ବର୍ଷ ବୟସ ସୁଦ୍ଧା ସେ ବିଦ୍ୟୁତ୍‌ ଇଞ୍ଜିନିୟରିଂରେ ସମ୍ମାନ ସହ ସ୍ନାତକ ଓ ସ୍ନାତକୋତ୍ତର ଡିଗ୍ରି ହାସଲ କରିଥିଲେ। ବର୍ତ୍ତମାନ ୨୧ ବର୍ଷ ବୟସ୍କ ନାଥନ୍‌ ଅନ୍‌ଲାଇନ୍‌ରେ ପାଠ ପଢ଼ାଇବା ସହ ମିଆମି ୟୁନିଭର୍ସିଟିର ଆଇନ ବିଦ୍ୟାଳୟରେ ଆଇନ ଶିକ୍ଷା ଗ୍ରହଣ କରୁଛନ୍ତି। ୨୦୨୮ରେ ଆଇନ ଡିଗ୍ରି ହାସଲ କରି ବୈଜ୍ଞାନିକ ଓ ପ୍ରଯୁକ୍ତି ସମ୍ବନ୍ଧୀୟ ବୌଦ୍ଧିକ ସମ୍ପତ୍ତି ଆଇନ କ୍ଷେତ୍ରରେ କାମ କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.