Young Man Death: ପୋଖରୀରେ ବୁଡ଼ି ବିବାହିତ ଯୁବକଙ୍କ ମୃତ୍ୟୁ

1 hour ago 1
ARTICLE AD BOX

ଘଟଗାଁ: କେନ୍ଦୁଝରଜିଲ୍ଲା ଘଟଗାଁ ଥାନା ଢେଙ୍କିକୋଟ ଫାଣ୍ଡି ଖଣ୍ଟଘର ପଞ୍ଚାୟତ ମହୁଲଗାଡିଆ ତଳସାହିରେ ଘଟିଯାଇଛି ଏକ ଅଭାବନୀୟ ଘଟଣା l ଗତ ରବିବାର ସନ୍ଧ୍ୟାରେ ସନ୍ତୋଷ ମହାପାତ୍ର ( ୪୨) ନାମକ ଜଣେ ବିବାହିତ ଯୁବକ ନିକଟବର୍ତ୍ତୀ ଘରପାଖ ପୋଖରୀକୁ ଗାଧୋଇବାକୁ ଯାଇଥିଲେ l ତେବେ ଗଭୀର ପାଣିରେ ବୁଡ଼ି ପଙ୍କ ଭିତରୁ ବାହାରିପାରି ନଥିଲେ l ଦୁଇ ଦିନ ଧରି ଘର ଲୋକମାନେ ଖୋଜାଖୋଜି କରିବା ପରେ ବି ଜାଣିପାରି ନଥିଲେ l ଆଜି ସକାଳେ ମୃତଦେହ ଦେଖି ଗ୍ରାମର ଲୋକମାନେ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ l

ସରକାରୀ ସାହାଯ୍ଯ ଯୋଗାଇ ଦେବାକୁ ଦାବି

ଖବର ପାଇ ଘଟଗାଁ ଅଗ୍ନିଶମ ବାହିନୀର ଲୋକମାନେ ଆସି ଶବକୁ ପାଣିରୁ ବାହାରକରି ଢେଙ୍କିକୋଟ ଫାଣ୍ଡି ପୁଲିସକୁ ହସ୍ତାନ୍ତର କରିଥିଲେ l ଶବର ପୋଷ୍ଟମର୍ଟମ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ l ମୃତକଙ୍କ ନିଜଘର ଚାନ୍ଦପଶି ଗ୍ରାମରେ ହୋଇଥିବା ବେଳେ ସେ ଆଜକୁ ପାଞ୍ଚବର୍ଷ ହେବ ଶ୍ଵଶୁର ଘରେ ରହି ଆସୁଥିଲେ l ତାଙ୍କର ବିଧବା ପତ୍ନୀ ସବିତା ଓ ଦୁଇଟି କନ୍ୟା ସନ୍ତାନ ଅଛନ୍ତି l ତେଣୁ ତାଙ୍କ ବିଧବା ପତ୍ନୀଙ୍କୁ ସରକାରୀ ସାହାଯ୍ଯ ଯୋଗାଇ ଦେବାକୁ ଗ୍ରାମବାସୀ ପ୍ରଶାସନ ନିକଟରେ ଦାବି କରିଛନ୍ତି l

ଆହୁରି ପଢ଼ନ୍ତୁ: ଔଷଧ ନାହିଁ କି କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ: ଚାନ୍ଦିପୁରା ନେଲାଣି ୨୨ପିଲାଙ୍କ ଜୀବନ

Read Entire Article
LEFT SIDEBAR AD

Hidden in mobile, Best for skyscrapers.