ARTICLE AD BOX
ଘଟଗାଁ: କେନ୍ଦୁଝରଜିଲ୍ଲା ଘଟଗାଁ ଥାନା ଅଧୀନ ଢେଙ୍କିକୋଟ ଫାଣ୍ଡି ଖଣ୍ଟଘର ପଞ୍ଚାୟତ ମହୁଲଗାଡ଼ିଆ ତଳସାହିରେ ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛିl ମୃତ ଯୁବକ ହେଲେ ସନ୍ତୋଷ ମହାପାତ୍ର (୪୨)।
ମହୁଲଗାଡିଆ ତଳସାହି ବାସିନ୍ଦା ସନ୍ତୋଷ ମହାପାତ୍ର ଗତ ରବିବାର ସନ୍ଧ୍ୟାରେ ଘରପାଖ ପୋଖରୀକୁ ଗାଧୋଇବାକୁ ଯାଇଥିଲେl ତେବେ ଗଭୀର ପାଣିରେ ବୁଡ଼ି ଯାଇଥିଲେ। ସେ ପଙ୍କ ଭିତରୁ ବାହାରିପାରି ନଥିଲେl ଦୁଇଦିନ ଧରି ଘର ଲୋକମାନେ ଖୋଜାଖୋଜି କରିବା ପରେ ବି ଜାଣିପାରି ନଥିଲେl ଆଜି ସକାଳେ ମୃତଦେହ ଦେଖି ଗ୍ରାମର ଲୋକମାନେ ତାଙ୍କ ପରିବାର ଲୋକକୁ ସୂଚନା ଦେଇଥିଲେ।
ଖବରପାଇ ଘଟଗାଁ ଅଗ୍ନିଶମ ବାହିନୀର ଲୋକମାନେ ଆସି ଶବକୁ ପାଣିରୁ ବାହାରକରି ଢେଙ୍କିକୋଟ ଫାଣ୍ଡି ପୁଲିସକୁ ହସ୍ତାନ୍ତର କରିଥିଲେl ଶବର ପୋଷ୍ଟ ମଟମ ପରେ ପରିବାର ଲୋକକୁ ହସ୍ତାନ୍ତର କରାଯିବl ମୃତକର ନିଜଘର ଚାନ୍ଦପଶି ଗ୍ରାମରେ ହୋଇଥିବା ବେଳେ ସେ ଆଜକୁ ପାଞ୍ଚବର୍ଷ ହେବ ଶ୍ଵଶୁର ଘରେ ରହି ଆସୁଥିଲେl ତାଙ୍କର ବିଧବା ପତ୍ନୀ ସବିତା ଓ ଦୁଇଟି କନ୍ୟା ସନ୍ତାନ ଅଛନ୍ତିl ତେଣୁ ତାଙ୍କ ବିଧବା ପତ୍ନୀଙ୍କୁ ସରକାରୀ ସାହାଯ୍ଯ ଯୋଗାଇ ଦେବାକୁ ଗ୍ରାମବାସୀ ପ୍ରଶାସନ ନିକଟରେ ଦାବି କରିଛନ୍ତିl

58 minutes ago
1


