Young man dead: ତାମିଲନାଡୁରେ ମୃତ୍ୟୁର ୫ ଦିନ ପରେ ଓଡ଼ିଶା ଅଭିମୁଖେ ଯୁବକଙ୍କ ମରଶରୀର

1 hour ago 1
ARTICLE AD BOX

କାଳିଆପାଣି: ତାମିଲନାଡ଼ୁର ତିରୁପୁର ଜିଲ୍ଲା ଅବିନାଶି ଥାନା କାଇକାଟ୍ଟିପୁଡ଼ୁରର ଏପି ଆପାରେଲ୍‌ସ(ପୋଷାକ) କମ୍ପାନିରେ କାର୍ଯ୍ୟରତ ଶ୍ରମିକ ଚନ୍ଦନ ସୁଣ୍ଢି(୧୮)ଙ୍କର ଗତ ୩୧ ତାରିଖରେ ମୃତ୍ୟୁ ହୋଇଥିଲା। ମୃତକ ଯାଜପୁର ଜିଲ୍ଲା କାଳିଆପାଣି ଥାନା କଅଁସ ପଞ୍ଚାୟତ ତଳଙ୍ଗି ପେଣ୍ଠସାହି ଗାଁର ଧନସିଂହ ସୁଣ୍ଢିଙ୍କ ପୁଅ ଚନ୍ଦନଙ୍କର ତିରୁପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା କମ୍ପାନି ପକ୍ଷରୁ କୁହାଯାଇଛି। ତେବେ ଏହାକୁ ନେଇ ତାଙ୍କ ପରିବା‌ର ଓ ଗ୍ରାମବାସୀଙ୍କ ପକ୍ଷରୁ ଉଦ୍‌ବେଗ ପ୍ରକାଶ ପାଇବା ସହ ମରଶରୀର ଆଣିବାକୁ ଦାବି ହୋଇଥିଲା।

ସମବାୟ ମନ୍ତ୍ରୀ ଡ. ପ୍ରଦୀପ ବଳସାମନ୍ତଙ୍କ ପରାମର୍ଶରେ ଓଡ଼ିଶା ମାଇନିଂ ଓ୍ବାର୍କର୍ସ ୟୁନିଅନ ସାଧାରଣ ସମ୍ପାଦକ ଅମଳେନ୍ଦୁ ବେହୁରା କାଳିଆପାଣି ପୁଲିସ ସହାୟତା ଲୋଡ଼ିଥିଲେ। ମନ୍ତ୍ରୀ ଶ୍ରୀ ବଳସାମନ୍ତଙ୍କ ହସ୍ତକ୍ଷେପ ପରେ ଏସ୍‌ପି ଯଶ ପ୍ରତାପ ଶ୍ରୀମଲ ତାମିଲନାଡ଼ୁ ପୁଲିସ ସହ ଯୋଗାଯୋଗ କରିଥିଲେ। ଏଥିସହ ରାଜ୍ୟ ଶ୍ରମ ବିଭାଗ ପକ୍ଷରୁ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ଜିଲ୍ଲାପାଳ ଅମ୍ବର କୁମାର କର ଓ ବିଡିଓ ପ୍ରଜ୍ଞା ପରିମିତା ପୃଷ୍ଟି ତିରୁପୁର ଜିଲ୍ଲା ପ୍ରଶାସନ ସହ ଯୋଗାଯୋଗ କରିଥିଲେ। ୪ ଦିନ ଧରି ଶବାଗାରରେ ଶବ ପଡ଼ି ରହିବା ପରେ ଆଜି ପଞ୍ଚମ ଦିନରେ ପୁଲିସ ଉପସ୍ଥିତିରେ ସେଠାରେ ସଂରକ୍ଷିତ ଥିବା ଶବ ବ୍ୟବଛେଦ କରାଯାଇଥିଲା। 

ପାକିସ୍ତାନ କୋଇଲା ଖଣିରେ ଭୟାବହ ବିସ୍ଫୋରଣ: ୩୫ ଶ୍ରମିକଙ୍କ ମୃତ୍ୟୁ, ଫସିରହିଛନ୍ତି ୧୦ ଜଣ

ସେଠାରୁ ଆଜି ଅପରାହ୍ଣ ସାଢ଼େ ଗୋଟାଏରେ ଏକ ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଚନ୍ଦନଙ୍କ ମରଶରୀର ତାଙ୍କ ପୈତୃକ ଗାଁ ପେଣ୍ଠସାହି ଅଣାଯାଉଥିବା କମ୍ପାନି କର୍ତ୍ତୃପକ୍ଷଙ୍କ ଠାରୁ ସୂଚନା ମିଳିଛି। ସାଥୀରେ ସେହି କମ୍ପାନିରେ କାର୍ଯ୍ୟରତ ମୃତ ଚନ୍ଦନଙ୍କ ସଂପର୍କୀୟ ୨ ଭାଇ ତଥା ସହକର୍ମୀ ପେଣ୍ଠସାହି ଗାଁର ସିଦ୍ଧିଓ ହୋ ଓ ମୁକୁନ୍ଦ ହୋ(ନାଣ୍ଡୁ) ଆସୁଥିବା ଜଣାପଡ଼ିଛି। ତିରୁପୁର ଠାରୁ ସଡ଼କ ପଥରେ ୧୭୬୦ କିଲୋମିଟର ଦୂର କାଳିଆପାଣିକୁ ଅତିକମ୍‌ରେ ୩୬ ଘଣ୍ଟା ଲାଗିଯିବ ବୋଲି କୁହାଯାଇଛି।

ସେହିପରି ଦାଦନ ଶ୍ରମିକ ଚନ୍ଦନଙ୍କ ଏତାଦୃଶ ମୃତ୍ୟୁ ସଂପର୍କରେ ଶ୍ରମ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିବା କୁହାଯାଇଛି। ଏ ସଂପର୍କରେ ଜିଲ୍ଲା ଶ୍ରମ ଅଧିକାରୀ ଦିପ୍ତୀରଞ୍ଜନ ସାହୁଙ୍କୁ ପଚାରିବାରେ ‌ସେ ଏ ସଂପର୍କ‌ରେ ଅବଗତ ଥିବା କହିଥିଲେ। ମୃତ ଶ୍ରମିକଙ୍କ ନିଯୁକ୍ତି ଓ ସମସ୍ତ ବକେୟା ପ୍ରାପ୍ୟ ସଂପର୍କ‌ରେ ବିଭାଗୀୟ ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ ବୋଲି କହିଥିଲେ। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.