ARTICLE AD BOX
ଲସ୍ଏଞ୍ଜେଲ୍ସ: ଫ୍ରେଞ୍ଚ ଓପନ୍ ବିଜୟିନୀ ମୀରା ଆନ୍ଦ୍ରିଭା ଚଳିତ ଡବ୍ଲ୍ୟୁଟିଏ ଫାଇନାଲ୍ସର ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି। ଗୁରୁବାର ଗ୍ରୁପ୍-୨ ମ୍ୟାଚ୍ରେ ଏହି ୧୯ ବର୍ଷୀୟା ରୁଷୀୟ ଲଳନା ୬-୪, ୬-୦ ବେଲାରୁଷର ଆରିନା ସାବାଲେଙ୍କାଙ୍କୁ ପରାସ୍ତ କରିଛନ୍ତି। ପ୍ରଥମ ମ୍ୟାଚ୍ରେ ଏଲିନା ସ୍ବିତୋଲିନାଙ୍କୁ ହରାଇଥିବା ବିଶ୍ବର ୩ ନମ୍ବର ଆନ୍ଦ୍ରିଭା ୨ରୁ ୨ ମ୍ୟାଚ୍ ଜିତି ଏହି ଗ୍ରୁପ୍ର ପ୍ରଥମ ଖେଳାଳି ଭାବେ ସେମିଫାଇନାଲ୍ ସ୍ଥାନ ନିଶ୍ଚିତ କରିଛନ୍ତି।
ଅନ୍ୟଏକ ମ୍ୟାଚ୍ରେ ୟୁକ୍ରେନ୍ ଭେଟେରାନ୍ ସ୍ବିତୋଲିନା ୩-୬, ୬-୨, ୬-୨ ସେଟ୍ରେ ଚେକ୍ଗଣରାଜ୍ୟର କାରୋଲିନା ମୁଚୋଭାଙ୍କୁ ପରାସ୍ତ କରି ସେମିଫାଇନାଲ୍ ଆଶା ଉଜ୍ଜୀବିତ ରଖିଛନ୍ତି। ମୁଚୋଭା ଏହି ପରାଜୟ ସହ ସେମିଫାଇନାଲ୍ ଦୌଡ଼ରୁ ବାଦ୍ ପଡ଼ିଛନ୍ତି। ଗ୍ରୁପ୍-୨ର ଶେଷ ଦୁଇ ମ୍ୟାଚ୍ରେ ଆନ୍ଦ୍ରିଭା-ମୁଚୋଭା ଏବଂ ସ୍ବିତୋଲିନା-ସାବାଲେଙ୍କା ମୁହାଁମୁହିଁ ହେବେ। ସ୍ବିତୋଲିନା ଓ ସାବାଲେଙ୍କା ମ୍ୟାଚ୍ ବିଜେତା ଏହି ଗ୍ରୁପ୍ର ଦ୍ବିତୀୟ ଖେଳାଳି ଭାବେ ସେମିଫାଇନାଲ୍ରେ ପ୍ରବେଶ କରିବେ।

56 minutes ago
1


