ARTICLE AD BOX
ବିଜ୍ଞାନ ହେଉଛି ମୁଖ୍ୟତଃ ଗବେଷଣା ଓ ନୂଆ ଉଦ୍ଭାବନର କ୍ଷେତ୍ର। ତେବେ ଏଥିସହିତ ବିଶ୍ୱର ଦେଶଗୁଡ଼ିକ ମଧ୍ୟରେ ଏହା ଶାନ୍ତି, ସହଯୋଗ ଓ ବିକାଶର ସେତୁ ମଧ୍ୟ ସାଜିପାରେ। ବିଜ୍ଞାନର ଏହି ଗୁରୁତ୍ୱକୁ ଉପଲବ୍ଧି କରିବା ସହ ସମାଜରେ ବୈଜ୍ଞାନିକ ସଚେତନତା ବୃଦ୍ଧି ଉଦ୍ଦେଶ୍ୟରେ ପ୍ରତିବର୍ଷ ନଭେମ୍ବର ୧୦ ତାରିଖରେ ପାଳନ କରାଯାଏ ‘ଶାନ୍ତି ଓ ବିକାଶ ଲାଗି ବିଶ୍ବ ବିଜ୍ଞାନ ଦିବସ’। ୧୯୯୯ରେ ହଙ୍ଗେରିର ବୁଦାପେଷ୍ଟଠାରେ ଆୟୋଜିତ ବିଶ୍ୱ ବିଜ୍ଞାନ ସମ୍ମିଳନୀରେ ଏହି ଦିବସ ପାଳନର ପ୍ରସ୍ତାବ ଆସିଥିଲା। ୨୦୦୧ରେ ‘ୟୁନେସ୍କୋ’ ଏହାକୁ ଘୋଷଣା କରିବା ପରେ ୨୦୦୨ରୁ ଏହାର ପାଳନ ଆରମ୍ଭ ହୋଇଥିଲା।
Attack: ସରପଞ୍ଚ ଚାମେଲି ଓଝାଙ୍କ ପରିବାରକୁ ପ୍ରାଣାନ୍ତକ ଆକ୍ରମଣ: ବାପା, ଭାଇ ଓ ସମ୍ପର୍କୀୟ ଗୁରୁତର
ବିଜ୍ଞାନକୁ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବା, ଗବେଷଣା ପ୍ରତି ଆଗ୍ରହ ବଢ଼ାଇବା ଏବଂ ବୈଜ୍ଞାନିକ ଜ୍ଞାନର ଦାୟିତ୍ୱପୂର୍ଣ୍ଣ ଉପଯୋଗ ଏହି ଦିବସର ଅନ୍ୟତମ ଉଦ୍ଦେଶ୍ୟ। ବିଜ୍ଞାନର ପ୍ରକୃତ ସଫଳତା ସେତେବେଳେ ସମ୍ଭବ, ଯେତେବେଳେ ଏହାର ଲାଭ ସମଗ୍ର ମାନବ ସମାଜ ପାଖରେ ପହଞ୍ଚିପାରିବ। ଚଳିତବର୍ଷ ଏହାର ବିଷୟବସ୍ତୁ ହେଉଛି: ‘ବିଜ୍ଞାନ କୂଟନୀତି ମାଧ୍ୟମରେ ସହମତି ଓ ସହଯୋଗର ପଥ ଖୋଜିବା।’ ଜଳବାୟୁ ପରିବର୍ତ୍ତନ, ମହାମାରୀ, ଜୈବବିବିଧତା ହ୍ରାସ ଓ ଖାଦ୍ୟ ସୁରକ୍ଷା ଭଳି ସମସ୍ୟା କୌଣସି ଗୋଟିଏ ଦେଶର ସୀମା ମଧ୍ୟରେ ଆବଦ୍ଧ ନୁହେଁ। ଏହାର ସମାଧାନ ପାଇଁ ବିଶ୍ୱସ୍ତରରେ ବୈଜ୍ଞାନିକ ଗବେଷଣା ଓ ତଥ୍ୟ ଆଦାନପ୍ରଦାନ ଜରୁରି। ବିଜ୍ଞାନ କୂଟନୀତି ଏ କ୍ଷେତ୍ରରେ ଦେଶଗୁଡ଼ିକ ମଧ୍ୟରେ ଆଲୋଚନା ଓ ସହଯୋଗର ସୁଯୋଗ ସୃଷ୍ଟି କରିପାରିବ।
Indian Railways: ଆବର୍ଜନା ନିଷ୍କାସନରୁ ୬୨୮.୪୯ କୋଟି ଟଙ୍କା ଆୟ, ଧାର୍ଯ୍ୟ ଲକ୍ଷ୍ୟ ଅତିକ୍ରମ କଲା ରେଳବାଇ

3 days ago
4


