ARTICLE AD BOX
କେନ୍ଦ୍ରାପଡ଼ା: ଡେରାବିଶ ଓ ରାଜକନିକା ବ୍ଲକ୍ରୁ ୩.୩କୋଟି ଟଙ୍କା ହଡ଼ପ ଅଭିଯୋଗରେ ନିଲମ୍ବିତ ବରିଷ୍ଠ ରାଜସ୍ବ କିରାଣି ଶଶିକାନ୍ତ ରଣାଙ୍କୁ ଭିଜିଲାନ୍ସ ଗିରଫ କରି କୋର୍ଟଚାଲାଣ କରିଛି। ଅନୁଗୋଳ ଜିଲ୍ଲା ଛେଣ୍ତିପଦା ବ୍ଲକ୍ ନିଶା ଗାଁରେ ଥିବା ଭିଣୋଇଙ୍କ ଘରେ ଲୁଚିଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ କାବୁ କରିଛି। କଟକସ୍ଥିତ ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତରେ ତାଙ୍କୁ ହାଜର କରାଯିବା ପରେ ଆସନ୍ତା ୨୫ତାରିଖ ଯାଏଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅକ୍ଟୋବର ୧୬ ତାରିଖରେ ଟଙ୍କା ହଡ଼ପ ନେଇ ଶଶିକାନ୍ତଙ୍କ ବିରୋଧରେ ଜିଲ୍ଲା କୋଷାଗାର ଅଧିକାରୀ ଚିଠି କରିବା ପରେ ଡେରାବିଶ ବିଡିଓ ୨୯ତାରିଖରେ କେନ୍ଦ୍ରାପଡ଼ା ସଦର ଥାନାରେ ଏତଲା ଦେଇଥିଲେ। ହେଲେ ଥାନାରେ ଏତଲା ଦେବା ପୂର୍ବରୁ ଶଶିକାନ୍ତଙ୍କୁ ଗତ ଅକ୍ଟୋବର ୨୭ତାରିଖରେ ୧୫ ଦିନିଆ ଛୁଟିରେ ଚାଲିଯିବାକୁ ବିଡିଓ ଅନୁମତି ଦେଇଥିଲେ।
Parking: ଦୂର ହେବ ଟ୍ରାଫିକ୍ ସମସ୍ୟା; ୧୧.୮୬ କୋଟିରେ ହେବ ବହୁତଳ କାର୍ ପାର୍କିଂସ୍ଥଳୀ
ଫଳରେ ଥାନାରେ ଏତଲା ଦିଆଯିବା ବେଳକୁ ଶଶିକାନ୍ତ ପତ୍ନୀଙ୍କୁ ଧରି ମୁମ୍ବାଇ ଫେରାର ହୋଇଯାଇଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଗଠିତ ଦୁଇ ଜଣିଆ କମିଟି ଗତ ୪ ତାରିଖରେ ତଦନ୍ତ ରିପୋର୍ଟ ଦେଇଥିଲେ। ଏହି ରିପୋର୍ଟ ଆଧାରରେ ଗତ ୫ ତାରିଖରେ ଜିଲ୍ଲାପାଳ ଶଶିକାନ୍ତଙ୍କୁ ଚାକିରିରୁ ନିଲମ୍ବିତ କରିଥିଲେ। ତଦନ୍ତରୁ ଜଣାପଡ଼ିଥିଲା ଯେ ଶଶିକାନ୍ତ ଡେରାବିଶ ବ୍ଲକ୍ରେ ବରିଷ୍ଠ କିରାଣି ସହିତ କ୍ୟାସିୟର ଥିଲେ। ଏହା ପୂର୍ବରୁ ରାଜକନିକା ବ୍ଲକ୍ରେ ଥିଲେ। ଚତୁରତାର ସହିତ ଦୁଇଟି ବ୍ଲକ୍ରୁ କର୍ମଚାରୀଙ୍କ ଅବସରକାଳୀନ ପ୍ରାପ୍ୟକୁ ଜାଲ୍ ଆଇଏଫ୍ଏମ୍ଏସ୍ ବିଲ୍ କରି ମୋଟ ୩ କୋଟି ୩ ଲକ୍ଷ ୬୫ ହଜାର ୮୪୩ ଟଙ୍କା ହଡ଼ପ କରି ନେଇଥିଲେ ଶଶିକାନ୍ତ। ନିଜ ଆକାଉଣ୍ଟ୍ ସମେତ ପତ୍ନୀ, ଶାଳୀ, ଭାଇ ଓ ବାପାଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍ ନମ୍ବର ବ୍ୟବହାର କରି ଶଶିକାନ୍ତ ଏସବୁ ଟଙ୍କା ଚଳୁ କରିଥିବା ସ୍ପଷ୍ଟ ହୋଇଥିଲା। ଡେରାବିଶ ବିଡିଓ ନମିତା ବାରିକ ଏବ˚ ରାଜକନିକାର ଦୁଇ ବିଡିଓ ରବିନାରାୟଣ ଆଚାର୍ଯ୍ୟ ଓ ପୃଥ୍ବୀରାଜ ପରିଡ଼ା ନକଲି ବିଲ୍ ଅନୁମୋଦନ କରିଥିବାରୁ ତଦନ୍ତ ରିପୋର୍ଟରେ ସେମାନଙ୍କୁ ମଧୢ ଉତ୍ତରଦାୟୀ କରାଯାଇଛି।

59 minutes ago
2


