World’s Oceans Absorb Record: ମହାସାଗରରେ ରେକର୍ଡ ଉତ୍ତାପ: ୨୩ ଜେଟାଜୁଲ୍ ତାତିରେ ଧ୍ବଂସ ହେଉଛି ସାମୁଦ୍ରିକ ଜୀବନ

48 minutes ago 1
ARTICLE AD BOX

ପ୍ୟାରିସ: ରେକର୍ଡ ଭାଙ୍ଗି ଯାଉଥିବା ସମୁଦ୍ରଉତ୍ତାପଅନେକ ସହରର ଅସ୍ତିତ୍ୱକୁ ବିପଦରେ ପକାଇଛି। ୨୩ ଜେଟଜୁଲ୍ ତାତି ଦ୍ୱାରା ସାମୁଦ୍ରିକ ଜୀବନ ନଷ୍ଟ ହେଉଛି। ଫଳରେ ଆଗାମୀ ଦିନରେ ବିନାଶକାରୀ ଝଡ଼ ଏବଂ ବାଦଲଫଟା ବର୍ଷାର ଆଶଙ୍କା କରାଯାଉଛି। ସମୁଦ୍ରଗୁଡ଼ିକ ୯୦% ଉତ୍ତାପ ଏବଂ ମାନବଜାତ କାର୍ବନ ଡାଇଅକ୍ସାଇଡର ଏକ ତୃତୀୟାଂଶ ଶୋଷଣ କରୁଛନ୍ତି। ବିଶ୍ୱର ମହାସାଗରଗୁଡ଼ିକରେ ଉତ୍ତାପର ବିପଦ କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଏହା ସମୁଦ୍ର ଜଳସ୍ତର, ଏସିଡିକରଣ ଏବଂ ଗରମତରଙ୍ଗକୁ ବୃଦ୍ଧି କରୁଛି। ଯାହା ଭବିଷ୍ୟତରେ ସମଗ୍ର ବିଶ୍ୱ ପାଇଁ ଗୁରୁତ୍ୱପୂର୍ଣ୍ଣ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ। ମହାସାଗରରେ ଅମ୍ଳଜାନର ଅଭାବ ଜଳଚର ଜୀବଙ୍କ ମୃତ୍ୟୁର କାରଣ ହେବ। ସେହି ସମୟରେ, ବିନାଶକାରୀ ଝଡ଼, ଅଳ୍ପ ସମୟ ମଧ୍ୟରେ ବାଦଲଫଟା ବର୍ଷା ଏବଂ ମୌସୁମୀ ଋତୁ ଛଡ଼ା ଅନ୍ୟ ଋତୁରେ ପ୍ରବଳ ବର୍ଷାର ଆଶଙ୍କା ବହୁ ଗୁଣା ବୃଦ୍ଧି ପାଇବ।

ଫ୍ରାନ୍ସର ତୁଲୁଜରେ ଥିବା କୋପର୍ନିକସ୍ ଷ୍ଟେଟ୍ ଅଫ୍ ଦି ଓସେନ୍ ରିପୋର୍ଟର ସଦ୍ୟ ପ୍ରକାଶିତ ଦଶମ ସଂସ୍କରଣ ଅନୁଯାୟୀ, ବିଶ୍ୱର ମହାସାଗରଗୁଡ଼ିକ ଗତ ବର୍ଷ ବିଶ୍ୱର ମହାସାଗରଗୁଡ଼ିକ ରେକର୍ଡ ୨୩ ଜେଟାଜୁଲ୍ ତାପ ଶୋଷଣ କରିଥିଲେ। ଏହି ତାପଜ ଶକ୍ତି ମଣିଷ ଦ୍ୱାରା ବ୍ୟବହୃତ ମୋଟ ଶକ୍ତି ତୁଳନାରେ ପ୍ରାୟ ୪୦ ଗୁଣା ଅଧିକ। ଜେଟାଜୁଲ୍ ହେଉଛି ମାପର ଏକ ବିଶାଳ ଏକକ। ଏହା ଏକ ବିଲିୟନ ଟ୍ରିଲିୟନ ଜୁଲ୍ ସହିତ ସମାନ। ଏହା ବୈଜ୍ଞାନିକମାନଙ୍କ ଦ୍ୱାରା ଗ୍ରହର ଉତ୍ତାପ ଏବଂ ପୃଥିବୀର ଶକ୍ତି ଅସନ୍ତୁଳନ ମାପିବା ପାଇଁ ବ୍ୟବହୃତ ହୋଇଥାଏ।
ଅତ୍ୟଧିକ ଉତ୍ତାପ ସମୁଦ୍ର ଜଳକୁ ଉଷ୍ମ କରୁଛି। ଫଳରେ ଏହାର ବାସଯୋଗ୍ୟ ସ୍ଥିତି କମିବାରେ ଳାଗିଛି। ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ୧୯୯୯ ମସିହାରୁ ପ୍ରତିବର୍ଷ ସମୁଦ୍ର ସ୍ତର ପ୍ରାୟ ୩.୮ ମିଲିମିଟର ବୃଦ୍ଧି ପାଉଥିଲା। ତେବେ ୨୦୧୨ ରୁ ୨୦୨୫ ମଧ୍ୟରେ ଏହା ପ୍ରତିବର୍ଷ ୪.୨ ମିଲିମିଟରକୁ ବୃଦ୍ଧି ପାଇଛି।

ସମୁଦ୍ର ଆଁ’କୁ ଯିବ ମୁମ୍ବାଇ-ନ୍ୟୁୟର୍କ-ଟୋକିଓ-ଲଣ୍ଡନ ଭଳି ବଡ଼ ସହର

ବିଶେଷଜ୍ଞମାନେ କହିଛନ୍ତି ଯେ, ମହାସାଗରରେ ଏହି ପରିବର୍ତ୍ତନ ଶୀଘ୍ର ଶୀଘ୍ର ଘଟୁଛି। ଏହା ଯୋଗୁଁ ସାମୁଦ୍ରିକ ପରିସଂସ୍ଥା ଦ୍ରୁତ ଗତିରେ ନଷ୍ଟ ହେଉଛି। ଫଳରେ ଆଗାମୀ ସମୟରେ, ମୁମ୍ବାଇ, ନ୍ୟୁୟର୍କ, ଟୋକିଓ ଏବଂ ଲଣ୍ଡନ ଭଳି ବିଶ୍ୱର ଅନେକ ପ୍ରମୁଖ ଉପକୂଳବର୍ତ୍ତୀ ସହର ଏବଂ ଦ୍ୱୀପ ଦେଶ ପାଣିରେ ବୁଡ଼ିବାର ଆଶଙ୍କା ସୃଷ୍ଟି ହୋଇଛି। ଏପରି ହେଲେ ଲକ୍ଷ ଲକ୍ଷ ଲୋକ ବାସହୀନ ହୋଇଯିବେ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ଫାଇନାଲ୍‌ରେ ଭାରତ-ପାକିସ୍ତାନ ଲଢ଼େଇ

Read Entire Article
LEFT SIDEBAR AD

Hidden in mobile, Best for skyscrapers.