Supreme Court: ଇଣ୍ଡିଆନ ମୁଜାହିଦ୍ଦିନ ସଦସ୍ୟଙ୍କ ମୃତ୍ୟୁଦଣ୍ଡ ଉପରେ ସ୍ଥଗିତାଦେଶ ଜାରି କଲେ ସୁପ୍ରିମକୋର୍ଟ

1 hour ago 1
ARTICLE AD BOX

ନୂଆଦିଲ୍ଲୀ: ୨୦୦୮ ମସିହାରେ ଅହମ୍ମଦାବାଦରେ ହୋଇଥିବା ସିରିଏଲ ବୋମା ବିସ୍ଫୋରଣରେ ୫୬ ଜଣଙ୍କ ମୃତ୍ୟୁ ଘଟିଥିବା ମାମଲାରେ ଆତଙ୍କବାଦୀ ସଂଗଠନ ଇଣ୍ଡିଆନ ମୁଜାହିଦ୍ଦିନ (ଆଇଏମ୍‌)ର ଜଣେ ସଦସ୍ୟଙ୍କ ମୃତ୍ୟୁଦଣ୍ଡ ଉପରେ ସୁପ୍ରିମକୋର୍ଟ ଗୁରୁବାର ରୋକ୍‌ ଲଗାଇଛନ୍ତି।ବିଚାରପତି ବିକ୍ରମ ନାଥ, ଏଜି ମସିହ ଓ ସନ୍ଦୀପ ମେହେଟାଙ୍କ ଖଣ୍ଡପୀଠ ଅହମ୍ମଦ ବାୱା ଓରଫ ଆବୁ ଆବୁବକର ବାରେଲଭିଙ୍କ ଆବେଦନ ଉପରେ ଗୁଜରାଟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି, ଯାହା ହାଇକୋର୍ଟଙ୍କ ଦ୍ୱାରା ତାଙ୍କୁ ଦିଆଯାଇଥିବା ମୃତ୍ୟୁଦଣ୍ଡକୁ କାଏମ ରଖିଥିବା ତଳକୋର୍ଟଙ୍କ ରାୟ ବିରୋଧରେ ଆବେଦନ କରିଥିଲା।

ସୁପ୍ରିମକୋର୍ଟ ଏହି ମାମଲାରେ ଟ୍ରାଏଲ୍ କୋର୍ଟର ରେକର୍ଡ ମାଗିଥିଲେ ଓ ଫାଶି ଦଣ୍ଡାଦେଶ ସ୍ଥଗିତ ରଖିଥିଲେ। ଏହି ମାମଲାରେ ହାଜର ହୋଇ ସଲିସିଟର ଜେନେରାଲ ତୁଷାର ମେହେଟା କହିଛନ୍ତି ଯେ, ଏହା ଏକ ଗମ୍ଭୀର ମାମଲା। ୭ ଜୁଲାଇରେ ହାଇକୋର୍ଟ ୨୦୦୮ ଅହମ୍ମଦାବାଦ ସିରିଏଲ୍ ବୋମା ବିସ୍ଫୋରଣ ମାମଲାରେ ଆଇଏମ୍‌ର ୩୮ ଜଣ କର୍ମୀଙ୍କ ମୃତ୍ୟୁଦଣ୍ଡକୁ କାଏମ ରଖି ବହୁ ସଂଖ୍ୟକ ମୃତାହତ, ବଡ଼ ଷଡ଼ଯନ୍ତ୍ର ଓ ବ୍ୟାପକ ଆତଙ୍କ ପ୍ରସାର କରିବାର ଉଦ୍ଦେଶ୍ୟକୁ ଦଣ୍ଡ ସୁନିଶ୍ଚିତ କରିବାର ପ୍ରମୁଖ କାରଣ ଭାବରେ ଉଲ୍ଲେଖ କରିଥିଲେ। ଏହାସହିତ ଗୁଜରାଟ ଓ କେରଳରେ ଆତଙ୍କବାଦୀ ତାଲିମ ଶିବିରରେ ସେମାନଙ୍କର ଭୂମିକା ଓ ଷଡ଼ଯନ୍ତ୍ରକୁ ଲଜିଷ୍ଟିକ୍ ସମର୍ଥନ ପ୍ରମାଣିତ ହେବା ନେଇ ୧୧ ଜଣ ଦୋଷୀଙ୍କୁ ଦିଆଯାଇଥିବା ଆଜୀବନ କାରାଦଣ୍ଡକୁ କାଏମ ରଖିଥିଲା।

୧୧ ଜଣ ଦୋଷୀଙ୍କୁ ଦିଆଯାଇଥିବା ଆଜୀବନ କାରାଦଣ୍ଡ

ସୂଚନାଯୋଗ୍ୟ, ୨୬ ଜୁଲାଇ, ୨୦୦୮ରେ ୭୦ ମିନିଟ୍ ମଧ୍ୟରେ ଅହମ୍ମଦାବାଦର ବିଭିନ୍ନ ଅଞ୍ଚଳରେ ୨୧ଟି ବୋମା ବିସ୍ଫୋରଣ ଘଟିଥିଲା, ଯେଉଁଥିରେ ୫୬ ଜଣ ଲୋକ ପ୍ରାଣ ହରାଇଥିଲେ ଓ ୨୦୦ ରୁ ଅଧିକ ଆହତ ହୋଇଥିଲେ। ପୀଡିତମାନଙ୍କୁ ଚିକିତ୍ସା ପାଇଁ ନିଆଯାଉଥିବା ହସ୍ପିଟାଲଗୁଡ଼ିକରେ ମଧ୍ୟ ବିସ୍ଫୋରଣ ଘଟିଥିଲା। ଭାରତରେ କୌଣସି ଆତଙ୍କବାଦୀ ଆକ୍ରମଣରେ ପ୍ରଥମ ଥର ପାଇଁ ହସ୍ପିଟାଲକୁ ଟାର୍ଗେଟ କରାଯାଇଥିଲା। ଅପରାଧୀଙ୍କ ଦ୍ବାରା ଦାୟର ସମସ୍ତ ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଥିଲେ ଓ ଫେବ୍ରୁଆରି ୨୦୨୨ରେ ସ୍ବତନ୍ତ୍ର କୋର୍ଟ ଦେଇଥିବା ଦଣ୍ଡାଦେଶକୁ କାଏମ ରଖିଥିଲେ। ଏଥିରେ ୩୮ ଆଇଏମ୍‌ ସଦସ୍ୟଙ୍କ ମୃତ୍ୟୁଦଣ୍ଡ ଓ ୧୧ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଦିଆଯାଇଥିଲା।

୪୦୦ କୋଠରୀବିଶିଷ୍ଟ ମହଲ: ମୋଗଲ ସମ୍ରାଟଙ୍କ ପାଇଁ ନିର୍ମିତ ହୋଇଥିଲା, କିନ୍ତୁ କେହି ରହିଲେନି

Read Entire Article
LEFT SIDEBAR AD

Hidden in mobile, Best for skyscrapers.