ARTICLE AD BOX
ବିଶ୍ବର ବୃହତ୍ତମ ସୁପର୍ କଣ୍ଡକ୍ଟିଙ୍ଗ୍ ଫ୍ୟୁଜନ୍ ଚୁମ୍ବକ ପ୍ରସ୍ତୁତି ଓ ପରୀକ୍ଷା କରି କୃତ୍ରିମ ସୂର୍ଯ୍ୟ ନିର୍ମାଣ ନିମନ୍ତେ ଚୀନ୍ ବିଶେଷ ପଦକ୍ଷେପ ଗ୍ରହଣ କରିଛି। ନ୍ୟୁକ୍ଲିୟର୍ ଫ୍ୟୁଜନ୍ ଜରିଆରେ ବାସ୍ତବ ସୂର୍ଯ୍ୟ ଭଳି ଅସୀମ ଶକ୍ତି ସୃଷ୍ଟି କରିବା ନିମନ୍ତେ ଏହି ଚୁମ୍ବକ ହେଉଛି ପ୍ରମୁଖ ଉପକରଣ। ୨୦୩୦ ବେଳକୁ ଫ୍ୟୁଜନ୍ ପାୱାର୍ରୁ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରିବା ନିମନ୍ତେ ଚୀନ୍ ଯେଉଁ ମହତ୍ତ୍ବାକାଂକ୍ଷା ପୋଷଣ କରିଛି, ଏହି କୃତିତ୍ବ ହେଉଛି ସେ ଦିଗରେ ଗୁରୁତ୍ବପୂର୍ଣ୍ଣ ଅଗ୍ରଗତି। ସମ୍ପ୍ରତି ଏହି ବିଜୁଳିଶକ୍ତିକୁ ବୈଜ୍ଞାନିକମାନେ ଅଙ୍ଗାରକମୁକ୍ତ ଶକ୍ତି ବୋଲି କହୁଥିବାରୁ ଚୀନ୍ ସମେତ ବିଶ୍ବର ଅଗ୍ରଣୀ ଦେଶମାନେ ଏ କ୍ଷେତ୍ରରେ ପ୍ରତିଦ୍ବନ୍ଦ୍ବିତା ଚଳାଇଛନ୍ତି।
Book Released: ହଜିଯାଉଥିବା ଶବ୍ଦର କବିତା ପୁସ୍ତକ ଉନ୍ମୋଚିତ
ଚାଇନିଜ୍ ଏକାଡେମି ଅଫ୍ ସାଇନ୍ସେସ୍ ଅଧୀନସ୍ଥ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଫିଜିକ୍ସ ଦ୍ବାରା ବିକଶିତ ଏହି ସୁପର୍କଣ୍ଡକ୍ଟିଙ୍ଗ୍ ଚୁମ୍ବକର ଆକାର ଗୋଟାଏ ପ୍ରକାଣ୍ଡ ଇଂରେଜୀ ଅକ୍ଷର ‘ଡି’ ସଦୃଶ। ଏହାର ଲମ୍ବ ୨୧ ମିଟର୍, ଓସାର ୧୨ ମିଟର୍ ଏବଂ ଓଜନ ୫୮୨ ଟନ୍। ପ୍ରକୃତରେ କୃତ୍ରିମ ସୂର୍ଯ୍ୟ ହେଉଛି ଗୋଟାଏ ନ୍ୟୁକ୍ଲିୟର୍ ଫ୍ୟୁଜନ୍ ରିଆକ୍ଟର୍। ଯେଉଁ ପ୍ରକ୍ରିୟା ଦ୍ବାରା ସୂର୍ଯ୍ୟ ଶକ୍ତି ପ୍ରାପ୍ତ ହେଉଛି, ଏହା ମଧ୍ୟ ଅବିକଳ ସେହି ପ୍ରକ୍ରିୟାରେ ଶକ୍ତି ଉତ୍ପାଦନ କରିବ।
ଏହା ୧୦୦ ନିୟୁତ ଡିଗ୍ରି ସେଲ୍ସିୟସ୍ରୁ ଅଧିକ ଉତ୍ତାପରେ ଉଦ୍ଜାନ ପରମାଣୁଗୁଡ଼ିକୁ ଦହନ କରି ଅପର୍ଯ୍ୟାପ୍ତ ଶକ୍ତି ଛାଡ଼େ। କିନ୍ତୁ, ଏ ପ୍ରକ୍ରିୟାରେ ଆଦୌ କାର୍ବନ୍ ଡାଇଅକ୍ସାଇଡ୍ ଉତ୍ପନ୍ନ ହୁଏନାହିଁ। ବୈଜ୍ଞାନିକମାନେ ଆଶାବାଦୀ ଯେ ଭବିଷ୍ୟତରେ ଏହା ଅସୀମ, ନିର୍ମଳ ଓ ନିରାପଦ ବିଜୁଳିଶକ୍ତି ଉତ୍ସ ହେବ। ଗବେଷକମାନେ କହନ୍ତି, ଏତେ ବଡ଼ ଫ୍ୟୁଜନ୍ ରିଆକ୍ଟର୍ ସୁପର୍କଣ୍ଡକ୍ଟିଂ ଚୁମ୍ବକ କେବେ ତିଆରି ହୋଇ ନ ଥିଲା। ‘ଇଣ୍ଟର୍ନ୍ୟାସ୍ନାଲ୍ ଥର୍ମୋନ୍ୟୁକ୍ଲିୟର୍ ଏକ୍ସପେରିମେଣ୍ଟାଲ୍ ରିଆକ୍ଟର୍ ପ୍ରୋଜେକ୍ଟ’ ନିମନ୍ତେ ଯେଉଁ ଚୁମ୍ବକ ନିର୍ମିତ ହୋଇଥିଲା ତାହାକୁ ଅଦ୍ୟାବଧି ବିଶ୍ବର ବୃହତ୍ତମ ଫ୍ୟୁଜନ୍ ପ୍ରୋଜେକ୍ଟ ବୋଲି କୁହାଯାଉଛି। କିନ୍ତୁ, ଚୀନ୍ ଯେଉଁ ଚୁମ୍ବକ ନିର୍ମାଣ କରିଛି ତାହା ହେଉଛି ଆକାରରେ ତା’ଠାରୁ ୧.୩ ଗୁଣ ବଡ଼ ଏବଂ ଏଥିରେ ତା’ଠାରୁ ତିନିଗୁଣ ଅଧିକ ଶକ୍ତି ସଞ୍ଚିତ ହୋଇ ରହିଛି।
Horoscope 2026 July 30: ଜାଣନ୍ତୁ ଆଜିର ରାଶିଫଳ...
ଏ ବୃହଦ୍କାୟ ଚୁମ୍ବକର କାର୍ଯ୍ୟ ହେଉଛି ଗୋଟାଏ ଅତ୍ୟନ୍ତ ଶକ୍ତିଶାଳୀ ଚୁମ୍ବକୀୟ କ୍ଷେତ୍ର ସୃଷ୍ଟି କରିବା। ସେହି ବିଶାଳ ଚୁମ୍ବକୀୟ କ୍ଷେତ୍ର ଗୋଟାଏ ରିଆକ୍ଟର୍ ମଧ୍ୟରେ ପ୍ଲାଜ୍ମା ଅବରୋଧ କରି ରଖିବ। କିନ୍ତୁ, ଉକ୍ତ ରିଆକ୍ଟର୍ ଏହି ପ୍ଲାଜ୍ମାକୁ ତା’ର ଅଭ୍ୟନ୍ତରୀଣ କାନ୍ଥ ସ୍ପର୍ଶ କରାଇଦେବ ନାହିଁ। ପ୍ଲାଜ୍ମା ହେଉଛି ୧୦୦ ନିୟୁତ ଡିଗ୍ରି ସେଲ୍ସିୟସ୍ ପାଖାପାଖି ଅତ୍ୟନ୍ତ ଉତ୍ତପ୍ତ ବାଷ୍ପ। ଏ ଅତିକାୟ ଚୁମ୍ବକ ସହିତ ଗବେଷକମାନେ ଗୋଟାଏ ଅତି ଉତ୍ତାପବିଶିଷ୍ଟ ସୁପର୍କଣ୍ଡକ୍ଟିଂ ସେଣ୍ଟ୍ରାଲ୍ ସେଲିନଏଡ୍ କଏଲ୍ ପରୀକ୍ଷା କରି ସଫଳ ହୋଇଛନ୍ତି। ଏହି କଏଲ୍କୁ ଫ୍ୟୁଜନ୍ ରିଆକ୍ଟର୍ର ମୁଖ୍ୟ ଅଙ୍ଗ ବୋଲି କୁହାଯାଏ। ଗୋଟାଏ କାର୍ ଇଞ୍ଜିନ୍ରେ ସ୍ପାର୍କ ପ୍ଲଗ୍ ଯେଉଁଭଳି କାର୍ଯ୍ୟ କରିଥାଏ ଠିକ୍ ସେହିପରି ସେଲିନଏଡ୍ କଏଲ୍ ଫ୍ୟୁଜନ୍ ରିଆକ୍ସନ୍ ପାଇଁ ଆବଶ୍ୟକ ଅଗ୍ନି ଓ ପ୍ଲାଜ୍ମା ସବୁବେଳେ ସମତୁଲ କରି ରଖିଥାଏ। ଗବେଷକ ଦଳ କହିଛନ୍ତି ଯେ ଏହି ଛଅବର୍ଷିଆ କାର୍ଯ୍ୟକ୍ରମ ଯୋଗୁଁ ୪୭ଟି ପେଟେଣ୍ଟ୍ ଓ ୨୫ଟି ଇଣ୍ଡଷ୍ଟ୍ରି ଷ୍ଟାଣ୍ଡାର୍ଡ ହାସଲ କରାଯାଇ ପାରିଛି। ଏହି ଚୁମ୍ବକ ନିର୍ମାଣ ନିମନ୍ତେ ଅସାଧାରଣ ଇଞ୍ଜିନିୟରିଂ ଦକ୍ଷତା ଆବଶ୍ୟକ। ଏହା ନିର୍ଭରଯୋଗ୍ୟ ଭାବେ ୬୦ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିବ।

1 hour ago
1


