World Rabies Day : ଆଜି ବିଶ୍ୱ ଜଳାତଙ୍କ ଦିବସ ୨୦୨୬: ଜାଣନ୍ତୁ ଏହାର ଲକ୍ଷଣ, ପ୍ରତିକାର ଏବଂ ସଚେତନତା

52 minutes ago 1
ARTICLE AD BOX

ପ୍ରତିବର୍ଷ ସେପ୍ଟେମ୍ବର ୨୮ ତାରିଖକୁ 'ବିଶ୍ୱ ଜଳାତଙ୍କ ଦିବସ' ଭାବେ ପାଳନ କରାଯାଏ। ବିଶ୍ୱରୁ ଏହି ମାରାତ୍ମକ କିନ୍ତୁ ସମ୍ପୂର୍ଣ୍ଣ ପ୍ରତିରୋଧଯୋଗ୍ୟ ରୋଗକୁ ସମ୍ପୂର୍ଣ୍ଣ ଭାବେ ନିଷ୍କାସନ କରିବା ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ହେଉଛି ଏହି ଦିବସର ମୂଳ ଲକ୍ଷ୍ୟ।

ଅଧିକ ପଢ଼ନ୍ତୁ: ୟୁପିଆଇ କାରବାର ଉପରେ ପ୍ରସ୍ତାବିତ ଫି’କୁ ବିରୋଧ: ଘୁମୁସର ଉଦୟଗିରି ବ୍ୟବସାୟୀ ସଂଘର ଦାବିପତ୍ର

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ଭାରତରେ ପ୍ରତିବର୍ଷ ପ୍ରାୟ ୧୮,୦୦୦ରୁ ୨୦,୦୦୦ ଲୋକ ଜଳାତଙ୍କ ରୋଗରେ ପ୍ରାଣ ହରାନ୍ତି। ତେବେ, ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚର ଏକ ସଦ୍ୟତମ ରିପୋର୍ଟ ଅନୁଯାୟୀ, ଭାରତରେ ପ୍ରତିବର୍ଷ ପ୍ରାୟ ୫,୭୨୬ ଜଣଙ୍କର ଏହି ରୋଗରେ ମୃତ୍ୟୁ ହେଉଛି ଆସନ୍ତୁ ଜାଣିବା ବର୍ଷ ୨୦୨୬ ର ଥିମ୍, ରୋଗର ଲକ୍ଷଣ ଏବଂ କୁକୁର କାମୁଡ଼ିଲେ କ’ଣ କରିବା ଉଚିତ୍।

ବିଶ୍ୱ ଜଳାତଙ୍କ ଦିବସ ୨୦୨୬ ର ଥିମ୍ 

୨୦୨୬ ମସିହାର ଜଳାତଙ୍କ ଦିବସର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସଚେତନତା, ଟିକାକରଣ ଏବଂ ସାମୂହିକ ଭାଗିଦାରୀ ମାଧ୍ୟମରେ ଏହି ରୋଗକୁ ସମ୍ପୂର୍ଣ୍ଣ ମୂଳପୋଛ କରିବା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ୟୁନିସେଫ୍ ଏବଂ ଅନ୍ୟାନ୍ୟ ଜାତୀୟ ଓ ଆନ୍ତର୍ଜାତୀୟ ସଂଗଠନଗୁଡ଼ିକ ମିଳିତ ଭାବେ “ଜିରୋ ବାଏ ୩୦” ଅଭିଯାନ ଜାରି ରଖିଛନ୍ତି। ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି ୨୦୩୦ ମସିହା ସୁଦ୍ଧା କୁକୁର ଦ୍ୱାରା ବ୍ୟାପୁଥିବା ଜଳାତଙ୍କ ରୋଗରେ ମାନବ ମୃତ୍ୟୁସଂଖ୍ୟାକୁ ଶୂନ୍ୟକୁ ଆଣିବା।

ଜଳାତଙ୍କ ରୋଗ କ’ଣ ଏବଂ ଏହା କିପରି ବ୍ୟାପେ?

ଜଳାତଙ୍କ ହେଉଛି ଏକ ଭୂତାଣୁ ଜନିତ ସଂକ୍ରମଣ, ଯାହା ମୁଖ୍ୟତଃ ମନୁଷ୍ୟର ସ୍ନାୟୁତନ୍ତ୍ର କୁ ପ୍ରଭାବିତ କରିଥାଏ। ସାଧାରଣତଃ କୁକୁର, ବିରାଡ଼ି ବା ଅନ୍ୟାନ୍ୟ ସଂକ୍ରମିତ ପ୍ରାଣୀଙ୍କ କାମୁଡ଼ିବାଠାରୁ ଆଞ୍ଚୁଡ଼ିବା କିମ୍ବା ସେମାନଙ୍କ ଲାଳ ଶରୀରର କ୍ଷତସ୍ଥାନରେ ଲାଗିବା ଦ୍ୱାରା ଏହା ବ୍ୟାପିଥାଏ। ଥରେ ଏହି ରୋଗର ଲକ୍ଷଣ ପ୍ରକାଶ ପାଇଗଲେ, ଏହା ପ୍ରାୟତଃ ମାରାତ୍ମକ ସାବ୍ୟସ୍ତ ହୋଇଥାଏ। ତେଣୁ ସମୟୋଚିତ ପ୍ରତିକାର ହିଁ ଜୀବନ ବଞ୍ଚାଇପାରିବ।

ଜଳାତଙ୍କ ରୋଗର ଲକ୍ଷଣ

ପ୍ରାଣୀ କାମୁଡ଼ିବାର ସପ୍ତାହେ କିମ୍ବା ମାସେ ପରେ ଏହାର ଲକ୍ଷଣଗୁଡ଼ିକ ଦୃଶ୍ୟମାନ ହୋଇଥାଏ।

  • ପ୍ରାରମ୍ଭିକ ଲକ୍ଷଣ: ଜ୍ୱର, ମୁଣ୍ଡବିନ୍ଧା, ଅତ୍ୟଧିକ ଦୁର୍ବଳତା, କାମୁଡ଼ିଥିବା ସ୍ଥାନରେ ଯନ୍ତ୍ରଣା କିମ୍ବା ଜଳଜଳ ହେବା।

  • ଗୁରୁତର ଲକ୍ଷଣ: ଅଧିକ ଚିନ୍ତା ଓ ଦ୍ୱନ୍ଦ୍ୱ, ଗିଳିବାରେ ଅସୁବିଧା, ପାଣିକୁ ଭୟ କରିବା, ଅଧିକ ଲାଳ ବାହାରିବା, ପକ୍ଷାଘାତ ଏବଂ ମାନସିକ ବିଭ୍ରାଟ। ଯଦି ଏହାର ସଠିକ୍ ସମୟରେ ଚିକିତ୍ସା କରା ନ ଯାଏ, ତେବେ ରୋଗୀ କୋମାକୁ ଚାଲିଯାଇପାରେ ଏବଂ ମୃତ୍ୟୁ ଘଟିଥାଏ।

ଜଳାତଙ୍କ ଟିକାକରଣ

ଟିକା ହେଉଛି ଜଳାତଙ୍କରୁ ବର୍ତ୍ତିବାର ସବୁଠାରୁ ନିରାପଦ ଏବଂ ପ୍ରଭାବଶାଳୀ ଉପାୟ।

  • ପ୍ରି-ଏକ୍ସପୋଜର ଟିକା: ଯେଉଁମାନେ ପଶୁମାନଙ୍କ ସହ ଅଧିକ ସମୟ କଟାନ୍ତି (ଯଥା- ପଶୁଡାକ୍ତର, ପ୍ରାଣୀ ସେବକ କିମ୍ବା ଲାବୋରେଟୋରୀ କର୍ମଚାରୀ), ସେମାନେ କାମୁଡ଼ିବା ପୂର୍ବରୁ ଏହି ଟିକା ନେଇପାରିବେ।

  • ପୋଷ୍ଟ-ଏକ୍ସପୋଜର ଟିକା : କୌଣସି ପଶୁ କାମୁଡ଼ିବା କିମ୍ବା ଆଞ୍ଚୁଡ଼ିବା ପରେ ଏହି ଟିକା ଦିଆଯାଏ। ଡାକ୍ତରଙ୍କ ପରାମର୍ଶକ୍ରମେ କିଛି ସପ୍ତାହ ମଧ୍ୟରେ ଏହାର ନିର୍ଦ୍ଧିଷ୍ଟ ମାତ୍ରା ନେବା ଜରୁରୀ।

ଅଧିକ ପଢ଼ନ୍ତୁ: ଜବ୍‌ ଇଣ୍ଟରଭ୍ୟୁରେ ଜେନ୍ ଜିର ନୂଆ ଷ୍ଟାଇଲ୍‌, ରିକ୍ରୁଟରଙ୍କୁ ଚକିତ କରୁଛି ଏହି ଟ୍ରେଣ୍ଡ

ଅଧିକ ଦେଖନ୍ତୁ:

Read Entire Article
LEFT SIDEBAR AD

Hidden in mobile, Best for skyscrapers.