World of Sports: କ୍ରୀଡ଼ା ସଂସାର: ବାପାର ତ୍ୟାଗ ପାଇଁ ଝିଅ ଦେଶର ଗୌରବ

1 hour ago 1
ARTICLE AD BOX

ସୁରେଶ ସ୍ବାଇଁ

୭ ବର୍ଷ ତଳେ ଦେଶର ଜଣେ ପ୍ରଭାବୀ ପ୍ରଶିକ୍ଷକ ତଥା ଇଣ୍ଟର୍‌ନ୍ୟାସନାଲ୍‌ ମାଷ୍ଟର୍‌ (ଆଇଏମ୍‌) ସାଗର ଶାହା ପୂର୍ବାନୁମାନ କରିଥିଲେ ଯେ କୋନେରୁ ହମ୍ପି ଓ ହାରିକା ଦ୍ରୋଣାବଳିଙ୍କ ଭଳି ଦିନେ ସାହିତି ବର୍ଷିନୀ ଓ ସବିତା ଭାସ୍କର ବିଶ୍ବ ଦରବାରରେ ଭାରତୀୟ ମହିଳା ଚେସ୍‌ର ଗୌରବ ବଢ଼ାଇବେ। ଏହି କଥା ଏବେ ସତ ପ୍ରମାଣିତ ହୋଇଛି। ଗତମାସରେ ସବିତା ସମରକନ୍ଦ ଚେସ୍‌ ଅଲିମ୍ପିଆଡ୍‌ରେ କାଂସ୍ୟ ପଦକ ଜିତି ଅନ୍ତର୍ଜ‌ାତୀୟ ପଦାର୍ପଣ କରିଛନ୍ତି। ସେହିଭଳି ସାହିତି ବର୍ଷିନୀ ଦେଶର ସଦ୍ୟତମ ମହିଳା ଗ୍ରାଣ୍ଡ୍‌ମାଷ୍ଟର୍‌ (ଡବ୍‌ଲ୍ୟୁଜିଏମ୍‌) ଟାଇଟଲ୍‌ ଜିଣିଛନ୍ତି। ଭାରତୀୟ ଚେସ୍‌ର ତରୁଣ ସମ୍ଭାବନା ସାହିତିଙ୍କୁ ବୟସ ଏବେ ୧୯ ବର୍ଷ। ତେଣୁ ତାଙ୍କଠାରୁ ଭବିଷ୍ୟତରେ ବଡ଼ ସଫଳତା ଆଶା କରାଯାଉଛି।  

Mayurbhanj Attack: ଢାବାରେ ବଚସାରୁ ରକ୍ତାକ୍ତ ସଂଘର୍ଷ ସନ୍ଦେହ, ଜଣେ ଗୁରୁତର

ସାହିତି ବର୍ଷିନୀଙ୍କୁ ଏହି ସଫଳତା ପାଇଁ ସଂଘର୍ଷ ମଧ୍ୟରେ ଗତି କରିବାକୁ ପଡ଼ିଛି। ବିଜୟୱାଡା ଜନ୍ମିତ ସାହିତିଙ୍କ ପାଇଁ ତାଙ୍କ ପିତାମାତାଙ୍କ ତ୍ୟାଗ ମାପିଲେ ମାଇଲ୍‌ଖୁଣ୍ଟ ହୋଇଯିବ। ତାଙ୍କ ପିତା ତଥା ଏକମାତ୍ର ପ୍ରଶିକ୍ଷକ ଲୋକେଶ୍ବର ମୁଗି ରାଓ କହନ୍ତି, ‘‘ଏ ପର୍ଯ୍ୟନ୍ତ ସାହିତି ତା’ ଦକ୍ଷତା ମୁତାବକ ସଫଳତା ଅର୍ଜନ କରିନାହିଁ।’’ ଗତ ମାସରେ ସାହିତି ସର୍ବିୟାରେ ତାଙ୍କ ତୃତୀୟ ତଥା ଶେଷ ଡବ୍‌ଲ୍ୟୁଜିଏମ୍‌ ନର୍ମ ଅର୍ଜନ କରିବା ସହ ୨୪୦୮ ରେଟିଂ ପର୍‌ଫର୍ମାନ୍ସ ପାଇଥିଲେ। ୨୦୨୫ ସେପ୍ଟେମ୍ବର ଓ ୨୦୨୬ ଅଗଷ୍ଟ ମାସରେ ସେ ତାଙ୍କ ପ୍ରଥମ ଦୁଇ ନର୍ମ ହଙ୍ଗେରିରେ ଅର୍ଜନ କରିଥିଲେ। ସାହିତିଙ୍କ ପ୍ରଦର୍ଶନରେ ତାଙ୍କ ପିତା ଖୁସି ‌ହୋଇ ନ ପାରନ୍ତି; କିନ୍ତୁ ଏହି ସଫଳତା କିଛି କମ୍‌ ବଡ଼ ଉପଲବ୍‌ଧି ନୁହେଁ।

ସାହିତିଙ୍କୁ ବୟସ ମାତ୍ର ୬ ବର୍ଷ ହୋଇଥିବା ବେଳେ ଡେଙ୍ଗୁରେ ଆକ୍ରାନ୍ତ ହୋଇ ସେ ସପ୍ତାହକ ପାଇଁ ଭେଣ୍ଟିଲେଟର୍‌ରେ ଥିଲେ, ହେଲେ ବଞ୍ଚିଯାଇଥିଲେ। ଲୋକେଶ୍ବରଙ୍କ ସାହିତ୍ୟ ପ୍ରୀତି ଓ ଲେଖାଲେଖି କାରଣରୁ ସେ ଝିଅର ନାମ ସାହିତି ରଖିଥିଲେ। ସେହିଭଳି କଳାକାର ପୃଷ୍ଠଭୂମି ପରିବାରରୁ ଆସିଥିବାରୁ ‌ସେ ବଡ଼ଝିଅର ନାମ ରଖିଛନ୍ତି ଫାଲ୍‌ଗୁନି। ଏହି ଦୁଇଟିଯାକ ନାମ ସାହିତ୍ୟ, କଳା, ସଂଗୀତ ସହ ସଂପୃକ୍ତ। ଫାଲ୍‌ଗୁନିଙ୍କର ଚେସ୍‌ ସହ କୌଣସି ସମ୍ପୃକ୍ତି ନ ଥିଲେ ବି ସାହିତିଙ୍କୁ ଚେସ୍‌ ପରିଚୟ ଦେଇସାରିଛି। ଆନ୍ଧ୍ରପ୍ରଦେଶର ୟାରାଦା ହିଲ୍‌ସ ନିକଟରେ ବିଦ୍ୟୁତ୍‌ ସଂଯୋଗ ନଥିବା ଏକ ନିପଟ ମଫସଲ ଗାଁରେ ଲୋକେଶ୍ବରଙ୍କ ଘର। ମତ୍ସ୍ୟଜୀବୀ ପରିବାରରୁ ଆସିଥିବା ଲୋକେଶ୍ବର କିନ୍ତୁ ଖୁବ୍‌ ମେଧାବୀ ଥିଲେ। ସ୍କୁଲ୍‌ ଟପ୍ପର୍‌ ହେବା ସାଙ୍ଗକୁ ରାଜ୍ୟର ଅଗ୍ରଣୀ ଇଂଜିନିୟରିଂ କଲେଜ୍‌ର ଛାତ୍ର ହୋଇପାରିଥିଲେ। ଆର୍ଥିକ ସଂକଟ କାରଣରୁ ସେ ପାଠ ସମ୍ପୂର୍ଣ୍ଣ କରି ନପାରି ଏକ ଛୋଟ ଚାକିରି କରିଥିଲେ। ଶେଷରେ ପତ୍ରବିନିମୟ ଜରିଆରେ ଇଂଜିନିୟରିଂ ଡିଗ୍ରି ଅର୍ଜନ କଲେ। ବର୍ଷକ ପରେ ଏଚ୍‌ପିସିଏଲ୍‌ରେ ଜଣେ ଅଫିସର୍‌ ଭାବେ ଯୋଗ ଦେଇଥିଲେ। ଲୋକେଶ ଚଳାଉଥିବା ସାହିତ୍ୟ କ୍ଲବ୍‌ର ଜଣେ ସଦସ୍ୟ ଦିନେଶ ଥରେ ଆନ୍ଧ୍ରପ୍ରଦେଶ ବିଶ୍ବବିଦ୍ୟାଳୟ ଚେସ୍‌ ଚାମ୍ପିଅନ୍‌ ହୋଇ ଚେସ୍‌ ଟ୍ରଫି ଆଣି ଫେରିଥିଲେ। ବନ୍ଧୁ ଦିନେଶଙ୍କ ସହ ଚେସ୍‌ ଖେଳିଲେ ଲୋକେଶ୍ବର। ୩ଟି ମ୍ୟାଚ୍‌ ହାରିଯିବା ପରେ ତାଙ୍କୁ ଥରଟିଏ ହରାଇବାକୁ ମନେ ମନେ ପଣ କଲେ। ଏହିଠାରୁ ତାଙ୍କ ନିଶା ଆରମ୍ଭ ହୋଇଥିଲା। ଏକ ଚେସ୍‌ ବହି ପଢ଼ିବା ପରେ ଦିନେଶଙ୍କୁ ବାରମ୍ବାର ହରାଇବା ତାଙ୍କ ପାଇଁ ମାମୁଲି କଥା ‌ହୋଇଥିଲା। ମାତ୍ର ୩ ମାସ ଭିତରେ ସେ ଏଚ୍‌ପିସିଏଲ୍‌ ଚେସ୍‌ ଦଳରେ ସାମିଲ ହୋଇଯାଇଥିଲେ। ଝିଅ ସାହିତିଙ୍କୁ ନିଜ ମାର୍ଗଦର୍ଶନରେ କାସ୍କାରୋଭ୍‌ ଓ ଫିଶର୍‌ଙ୍କ ଭଳି ଗଢ଼ିତୋଳିବାକୁ ପ୍ରତିଜ୍ଞା କରିଥିଲେ।

Neglect: ଜୀବିକା ମିସନ ଓ ମିସନ ଶକ୍ତିରେ କର୍ମଚାରୀ ମରୁଡି

ଏଇଠୁ ଆରମ୍ଭ ହେଲା ବାପ-ଝିଅଙ୍କ ଚେସ୍‌ ଅଭିଯାନ। ଖେଳରେ ଝିଅର ଆଗ୍ରହ ଓ ଅଗ୍ରଗତି ଦେଖି ବିପିସିଏଲ୍‌ ଚାକିରି ଛାଡ଼ି ସାହିତିଙ୍କ ପଛରେ ଲାଗିପଡ଼ିଥିଲେ ଲୋକେଶ୍ବର। ସଫଳତାର ଶୀର୍ଷରେ ଥିବାବେଳେ କୋଭିଡ୍‌ ତାଙ୍କ ଗତିରୋଧ କରିଥିଲା। ଏଣୁ ଅନ୍‌ଲାଇନ୍‌ ମାଧ୍ୟମରେ ସେ ଚେସ୍‌ ସାଧନା ଜାରି ରଖିଥିଲେ। କୋଭିଡ୍‌ ପରେ ବିଦେଶ ଗସ୍ତ ପାଇଁ ଏଚ୍‌ପିସିଏଲ୍‌ ୧୦ ଲକ୍ଷ ଏବଂ ଆନ୍ଧ୍ରପ୍ରଦେଶ ସରକାର ୧୦ ଲକ୍ଷ ଦେଇଥିଲେ ମଧ୍ୟ ଏହା ଯଥେଷ୍ଟ ହୋଇ ନଥିଲା। ଫଳରେ ଅନ୍ୟ ବିକଳ୍ପ ନପାଇ ଲୋକେଶ୍ବର ନିଜ ଆପାର୍ଟମେଣ୍ଟ୍‌ ବିକ୍ରି କରି ଦେଇଥିଲେ ଏବଂ ପତ୍ନୀଙ୍କ ସୁନା ବନ୍ଧକ ରଖି ଆଗକୁ ବଢ଼ିଥିଲେ। ଚାକିରି ଛାଡ଼ିବା ପରେ ସେ ଏକ ଚେସ୍‌ ଏକାଡେମି ଗଢ଼ିଥିଲେ। କିନ୍ତୁ ନିଜର ବାଇପାସ୍‌ ସର୍ଜରି କାରଣରୁ ସେ ପ୍ରାୟ ୧୦ ମାସ ଦୂରେଇ ରହିବା ସ‌ତ୍ତ୍ବେ ଝିଅର ଖେଳ ଜୀବନକୁ ପ୍ରଭାବିତ ହେବାକୁ ଦେଇ ନଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.