‌Horoscope 2026 October 21: ଜାଣନ୍ତୁ ଆଜିର ରାଶିଫଳ

1 hour ago 1
ARTICLE AD BOX

ମେଷ: ଶତ୍ରୁମାନଙ୍କ ପ୍ରତି ସାବଧାନ ରହିବା ଆପଣଙ୍କ ଲାଗି ଭଲ ହେବ। କାର ଚଳାଇବା ଶିଖି ପାରନ୍ତି। ଶରୀର ସୁସ୍ଥ ରହିବ। ଘରେ କୌଣସି ଶୁଭକାର୍ଯ୍ୟ ହେବାର ସମ୍ଭାବନା। ଦରକାର। ‌

ବୃଷ: ଶିକ୍ଷଣୀୟ କ୍ଷେତ୍ରରେ ଥିବା ଲୋକଙ୍କର ଲାଭ ହେବ। ବିଲଡ଼ର୍ସଙ୍କୁ ନୂଆ ଠିକାରେ ଲାଭ ହେବ। କୌଣସି ବନ୍ଧୁ ଆପଣଙ୍କୁ ଦେଖା କରିବା ପାଇଁ ଘରକୁ ଆସିବେ। ବିଦ୍ୟାର୍ଥୀଙ୍କ ଲାଗି ଦିନଟି ଭଲ।

ମିଥୁନ: ଆପଣଙ୍କ ଜୀବନସାଥୀଙ୍କୁ ଉନ୍ନତି ପାଇଁ ଭଲ ଅବସର ମିଳିବ। କୋରିୟର ବ୍ୟବସାୟୀ କ୍ଷେତ୍ରରେ ଥିବା ଲୋକଙ୍କୁ ଭଲ ଲାଭ ହେବ। ସୁଷମ ଖାଦ୍ୟ ଖାଆନ୍ତୁ। ପାରିବାରିକ ଜୀବନ ସୁଖମୟ ହେବ।

କର୍କଟ: ନିଜର ଓ ନିଜ ଜୀବନସାଥୀଙ୍କ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ନୂଆ ବ୍ୟବସାୟ କରିବା ପାଇଁ ମନ ପ୍ରସ୍ତୁତ କରିବେ। ବିରୋଧୀମାନେ କ୍ଷତି କରିପାରନ୍ତି। ତେଣୁ ସତର୍କତା ଅବଲମ୍ବନ କରନ୍ତୁ। ‌

ସିଂହ: ଦିନଟି ଆପଣଙ୍କ ଜୀବନରେ ଏକ ନୂଆ ଦିଶା ନେଇ ଆସିବ। ସାକ୍ଷାତକାରରେ ସଫଳତାର ଯୋଗ ଅଛି। ବନ୍ଧୁ ସହିତ ଦୀର୍ଘ ସମୟ କଥା‌ ହେବେ। ଘରେ ଧାର୍ମିକ କାର୍ଯ୍ୟ କରିବା ପାଇଁ ମନ ପ୍ରସ୍ତୁତ କରିପାରନ୍ତି।

କନ୍ୟା: ପରିବାର ସହିତ ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। କାର୍ଯ୍ୟକ୍ଷେତ୍ରରେ ପୂର୍ବ ପରିଚୟର ଆପଣଙ୍କୁ ଲାଭ ହେବ। ବନ୍ଧୁ ସହିତ ଜିନିଷ କିଣିବା ଲାଗି ସହରକୁ ଯିବେ। ଇଂଜିନିୟର ଛାତ୍ରଙ୍କ ଲାଗି ଦିନଟି ଭଲ। ‌

ତୁଳା: ଦିନଟି ଆପଣଙ୍କ ଜୀବନରେ ନୂଆ ପରିବର୍ତ୍ତନ ନେଇ ଆସିବ। ଆପଣ ଚିନ୍ତା ମୁକ୍ତ ରହିବେ। ବେପାରୀବର୍ଗଙ୍କୁ ଭଲ ଲାଭ ହେବ। ଦୂରସ୍ଥାନକୁ ଯାଇପାରନ୍ତି। ଛାତ୍ରୀଙ୍କ ଲାଗି ଦିନଟି ଭଲ। ‌

ବିଛା: ବ୍ୟବସାୟ କାମରେ ଧନଲାଭ ହେବ। ପାରିବାରିକ ଜୀବନ ଶାନ୍ତିମୟ ରହିବ। ଜୀବନସାଥୀ ସହିତ ଧର୍ମାନୁଷ୍ଠାନକୁ ଯାଇପାରନ୍ତି। ଲେଖକ କୌଣସି ନୂଆ କାହାଣୀ ଲେଖି‌ ପାରନ୍ତି। ‌

ଧନୁ: କାମ ସଂପୂର୍ଣ୍ଣ କରିବା ଲାଗି ସହଯୋଗୀଙ୍କ ସାହାଯ୍ୟ ପାଇବେ। ଧନଲାଭ ଯୋଗ ଅଛି। ବୈବାହିକ ଜୀବନ ସୁଖକର ହେବ। ଅବିବାହିତଙ୍କ ଲାଗି ନିକଟ ସଂପର୍କିୟ ବିବାହ ପ୍ରସ୍ତାବ ନେଇ ଆସିବେ।

ମକର: କାମରେ ଅଧିକ ଯାଆସ କରିବାକୁ ପଡ଼ିପାରେ। ଘର ସଜାଇବା କାମ କରାଇପାରନ୍ତି। ଜୀବନସାଥୀ ସହିତ ସମୟ ଅତିବାହିତ ଲାଗି କୌଣସି ଭଲ ଜାଗାକୁ ଯିବେ। ରକ୍ତଚାପ ରୋଗୀ ଆରାମ ମିଳିବ।

କୁମ୍ଭ: ଚାକିରି ଖୋଜୁଥିବା ବ୍ୟକ୍ତି ବିଶେଷଙ୍କୁ ଭଲ ଜାଗାରେ ଚାକିରି ମିଳିବ। ରାଜନୀତି କ୍ଷେତରେ ଥିବା ଲୋକଙ୍କର କୃଷିଜୀବୀଙ୍କ ଲାଗି ଦିନଟି ଭଲ। ଓକିଲଙ୍କୁ ବଡ଼ ମକଦ୍ଦମାରେ ବିଜୟ ମିଳିବ।

ମୀନ: ଆର୍ଥିକ ପକ୍ଷ ସୁଦୃଢ଼ ରହିବ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ। ଆପଣଙ୍କ ପିଲାର ସଫଳତାରେ ଖୁସି ପାଇବେ। ସାମାଜିକ କାର୍ଯ୍ୟରେ ରୁଚି ବଢ଼ିବ। ଗୃହିଣୀମାନେ ଘର କାମରେ ବ୍ୟସ୍ତ ରହିବେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.